ବଜ୍ରାଘାତରେ ଜଣେ ମୃତ୍ୟୁ, ଆଠ ଜଣ ଆହତ
20/08/2018 at 7:08 AM

ବଲାଙ୍ଗୀର୨୦/୮:ଆଜି ଟିଟିଲାଗଡ଼ରେ ଗୋଟିଏ ଅଭାବନୀୟ ଘଟଣା ଘଟିଯାଇଛି। ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟି ଥିବା ବେଳେ ଆଠ ଜଣଙ୍କୁ ଟିଟିଲାଗଡ଼ ଡାକ୍ତରଖାନାରେ ଚିକିତ୍ସିତ କରାଯାଉଛି। ଆଜି ସନ୍ଧ୍ୟା ପ୍ରାୟ ୫ଟା ସମୟରେ ସତ୍ୟଜିତ ଭୋଇ ବୟସ (୪୨) ନାମକ ଜଣେ ବ୍ୟକ୍ତି ଟିଟିଲାଗଡ଼ ନିକଟ ସିନ୍ଧେକେଲା ବ୍ଲକ ଅନ୍ତର୍ଗତ ରାଣିପୁର ଝରିଆଲ ଶୈବ ପୀଠଠାରେ ବସି ଥିବା ସମୟରେ ହଠାତ୍ ବଜ୍ରପାତ ହେବା ଯୋଗୁ ଅଚେତ୍ ହୋଇ ପଡିଯାଇଥିଲେ। ସେଠାରେ ଥିବା ସ୍ଥାନୀୟ ଲୋକେ ତାଙ୍କୁ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାକୁ ଆଣି ଥିଲେ। ଡାକ୍ତର ତାଙ୍କୁ ପରୀକ୍ଷା କରିବା ପରେ ମୃତ୍ୟୁ ଘୋଷଣା କରିଥିଲେ।
ସେହିପରି ଟିଟିଲାଗଡ଼ ନିକଟସ୍ଥ ମୁରିବାହଲ ବ୍ଲକ୍ର ତେନ୍ତୁଳିଖୁଣ୍ଟି ଗ୍ରାମର ଆଠ ଜଣ ମହିଳା ନିଜ ଚାଷ ଜମିରୁ କାମ କରି ଫେରୁଥିବା ସମୟରେ ହଠାତ୍ ବଜ୍ରପାତ ଯୋଗୁଁ ଅଚେତ୍ ହୋଇ ପଡ଼ିଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ମାନେ ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ଭର୍ତି କରିଥିଲେ। ଡାକ୍ତର ତାଙ୍କୁ ଚିକିତ୍ସା କରିବା ପରେ ବିପଦ ମୁକ୍ତ କହିଥିଲେ। ସେମାନେ ହେଲେ, ରନ୍ ଦେଇ ନାଗ(60) ଗଣେଶ୍ବରି ନାଗ (20) ପୂଜା ନାଗ (18) ଯୋଗାଡା ଶବର (17) ମୀନକା ନାଗ (20) ବବି ନାଗ (17) ଦ୍ରୌପଦୀ ନାଗ (35) ହିମାଦ୍ରୀ ନାଗ (18)