ବଜ୍ରପାତରେ ବାଳକ ମୃତ : ୩ ଗୁରୁତର

Published By : Prameya-News7 Bureau | June 15, 2019 IST

ସୁନ୍ଦରଗଡ଼ ୧୫/୬:  ସୁନ୍ଦରଗଡ ସଦର ଥାନା ସୁବଳିଆ ଗାଁ ଯାଏସରିଆ ପଡ଼ାରେ ଏକ ଜାମୁ କୋଳି ଗଛ ତଳେ ୬ ଜଣ ପିଲା ଖେଳୁ ଥିବା ବେଳେ ହଠାତ ଘଡଘଡି ଏବଂ ଝଡ଼ ପବନ ଆରମ୍ଭ ହୋଇଥିଲା । ଗଛ ନିକଟରେ ଆହୁରି କିଛି ମହିଳା ଏବଂ ପୁରୁଷ ମଧ୍ୟ ଛିଡା ହୋଇଥିଲେ । ତେବେ ଅଚାନକ ସେହି ଜାମୁ କୋଳି ଗଛ ଉପରେ ବଜ୍ରାଘାତ ହୋଇଥିଲା ଯାହା ଫଳରେ ତଳେ ଖେଳୁଥିବା ୧୦ ବର୍ଷ ବୟସର ବାଳକ ମୌସୁମ ନାଏକ ଗୁରୁତର ଆହତ ହେବା ସହ ଅନ୍ୟ ପାଞ୍ଚ ଜଣ ନିଳିମା ନାଏକ, ସୁଭମ କିଷାନ, ଯଶୋଦା ପ୍ରଧାନ ସହ ଅନ୍ୟ ଦୁଇ ବାଳକ ଛିଟିକି ପଡି ଆହତ ହୋଇଥିଲେ ।

{"id":123317,"width":595,"height":446}

ଗୁରୁତର ମୌସୁମକୁ ତୁରନ୍ତ ଚିକିତ୍ସା ପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିବା ସମୟରେ ବାଟରେ ତାର ମୃତ୍ୟୁ ଘଟିଥିଲା । ଅନ୍ୟମାନେ ସାମାନ୍ୟ ଆହତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.