ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସ୍ୱଳ୍ପ ବର୍ଷା ସମ୍ଭାବନା

Published By : Prameya-News7 Bureau | September 22, 2019 IST

ଭୁବନେଶ୍ୱର ୨୨।୦୯-​​‌ କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପସାଗର  ଉତ୍ତର ଆନ୍ଧ୍ର ପ୍ରଦେଶ  ଓ ଉତ୍ତର ପୂର୍ବ ବଙ୍ଗୋପସାଗର ମିଆଁମାର ପର୍ଯ୍ୟନ୍ତ ଘୂର୍ଣବଳୟ କ୍ଷେତ୍ର ସୃଷ୍ଟି ହୋଇଛି  । ଏହା ପ୍ରଭାବରେ ଆସନ୍ତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପବର୍ଷା ହେବାର ସମ୍ଭାବନା  ରହିଥିବା କଥା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ମୟୁରଭଞ୍ଜ, ଢେଙ୍କାନାଳ, କେନ୍ଦ୍ରପଡ଼ା, ସୁନ୍ଦରଗଡ଼ , ପୁରୀ ,ଖୋର୍ଦ୍ଧା, କଟକ ଗଜପତି, ଗଂଜାମ ଆଦି ଜିଲ୍ଲାମାନଙ୍କରେ ବିଜୁଳି ଘଡ଼ଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି।  

ମତ୍ସଜୀବୀଙ୍କ ପାଇଁ କୌଣସି ସତର୍କ ସୂଚନା ଜାରି କରାଯାଇ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.