ବଙ୍ଗୋପସାଗରରେ ଉତ୍ତରପୂର୍ବ ଉପକୂଳରେ ଲଘୁଚାପ: ୧୦ ଜିଲ୍ଲାକୁ ୟେଲୋ ଏବଂ ୭ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

Published By : Prameya-News7 Bureau | September 19, 2020 IST

ଭୁବନେଶ୍ବର୧୯/୯: ବଙ୍ଗୋପସାଗରରେ ଉତ୍ତରପୂର୍ବ ଉପକୂଳରେ ଲଘୁଚାପ ଯୋଗୁଁ ଆସନ୍ତାକାଲିଠୁ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ୧୦ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା ଜଗତସିଂହପୁର, କଟକ, ପୁରୀ ଖୋର୍ଦ୍ଧା, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୋଳ, ଦେବଗଡ଼, କଳାହାଣ୍ଡି । ସେହିଭଳି ୭ ଜିଲ୍ଲାକୁ ଅରେଂଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେଗୁଡ଼ିକ ହେଲା ମୟୁରଭଞ୍ଜ, ବାଲେଶ୍ବର, ଯାଜପୁର, ଭଦ୍ରକ, କେନ୍ଦ୍ରାପନା, ମାଲକାନଗିରି ଓ କୋରାପୁଟ । ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.