ନୂଆବର୍ଷରେ ୬ ରାଜ୍ୟକୁ ମୋଦୀଙ୍କ ଲାଇଟ୍ ହାଉସ୍ ପ୍ରକଳ୍ପ ଉପହାର, ତିଆରି ହେବ ଭୂମିକମ୍ପ ପ୍ରତିରୋଧୀ ଘର

Published By : Prameya-News7 Bureau | January 01, 2021 IST

ନୂଆଦିଲ୍ଲୀ,୦୧/୦୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଭିଡିଓ କନଫରେନ୍ସିଂ ଯୋଗେ ୬ଟି ରାଜ୍ୟରେ ଲାଇଟ୍ ହାଉସ୍ ପ୍ରୋଜେକ୍ଟର ଭିତ୍ତି ପ୍ରସ୍ଥର ସ୍ଥାପନା କରିଛନ୍ତି । ନୂଆବର୍ଷରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ କାର୍ଯ୍ୟକ୍ରମ ଅଟେ ।

ମୋଦୀ ଗ୍ଲୋବାଲ ହାଉସିଂ ଟେକ୍ନୋଲୋଜି ଚ୍ୟାଲେଞ୍ଜ୍ ଇଣ୍ଡିଆ ଆଧାରରେ ୬ ରାଜ୍ୟରେ ଏହି ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ଥର ସ୍ଥାପନା କରିଛନ୍ତି । ମୋଦୀଙ୍କ ଏହି କାର୍ଯ୍ୟକ୍ରମ  ସହରୀ ଭାରତର ରୂପରେଖ ବଦଳାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ପିଏମଏଓ୍ୱାଇ ଓ ଆଶା-ଇଣ୍ଡିଆ ଆଓ୍ୱାର୍ଡ ମଧ୍ୟ ବିତରଣ କରିଛନ୍ତି ।  ଏହାସହ ସହରୀ ଆବାସ କାର୍ଯ୍ୟକ୍ରମ ଲାଗୁ କରିଥିବା ଶ୍ରେଷ୍ଠ ରାଜ୍ୟକୁ ପୁରସ୍କାର ଦେଇଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଆର୍କିଟେକଚର୍, ପ୍ଲାନିଂ ଓ ନିର୍ମାଣ କ୍ଷେତ୍ର ସହ ଜଡିତ ସମସ୍ତ ବ୍ୟକ୍ତି ବିଶେଷଙ୍କ ସହ କଥା ହୋଇଛନ୍ତି ।

ଲାଇଟ୍ ହାଉସ୍ ପ୍ରକଳ୍ପ କଣ

ଲାଇଟ୍ ହାଉସ ପ୍ରକଳ୍ପ ପାଇଁ ଯେଉଁ ରାଜ୍ୟକୁ ସାମିଲ କରାଯାଇଛି ସେଥିରେ ତ୍ରିପୁରା, ଝାଡଖଣ୍ଡ, ଉତ୍ତର ପ୍ରଦେଶ, ଗୁଜୁରାଟ ଓ ତାମିଲନାଡୁ ରହିଛି । ଏହି ପ୍ରକଳ୍ପରେ ସ୍ଥାନୀୟ ଜଳବାୟୁକୁ ଆଧାର କରି ଲୋକଙ୍କୁ ସୁରକ୍ଷିତ ଘର ପ୍ରଦାନ କରାଯିବ । ଏହି ଘରକୁ ମଜବୁତ ଭାବେ ତିଆରି କରାଯାଉଛି । ଏହାସହ ଏହା ଭୂମିକମ୍ପ ପ୍ରତିରୋଧୀ ମଧ୍ୟ ଅଟେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.