ଲିଫ୍ଟ ଖାଲରେ ପଡି ଗଲା ଶ୍ରମିକଙ୍କ ଜୀବନ, ରାଜସ୍ଥାନରୁ ଆସି କରୁଥିଲେ ଫର୍ଣ୍ଣିଚର କାମ

Published By : Prameya-News7 Bureau | July 08, 2021 IST

କଣ୍ଟାବାଞ୍ଜି , ୦୮/୦୭ ନବ ନିର୍ମିତ କୋଠା ଲିଫ୍ଟ ଖାଲରେ ପଡି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଗୁରବାର ସକାଳେ ବଲାଙ୍ଗୀର କଣ୍ଟାବାଞ୍ଜି ସ୍ଥିତ ୩ ନମ୍ବର ରୋଡ଼ ନମ୍ବରରେ ଏହି ଅଘଟଣ ଘଟିଛି ।

ସୂଚନା ଅନୁସାରେ, କଣ୍ଟାବାଞ୍ଜି ରୋଡ଼ ନମ୍ବର ୩ ହରିଭବନ ସମ୍ମୁଖରେ ରାଜେଶ ଜୈନଙ୍କ ଏକ ନବ ନିର୍ମିତ କୋଠାର ନିର୍ମାଣ କାମ ଚାଲୁଛି । କୋଠାଟି ପ୍ରାୟ ସମ୍ପୂର୍ଣ୍ଣ ହୋଇ ଆସିଥିବା ବେଳେ ଭିତରେ ଫର୍ଣ୍ଣିଚର କାମ ଚାଲୁ ରହିଛି । ରାଜସ୍ଥାନରୁ ଆସି କିଛି ଶ୍ରମିକ ଫର୍ଣ୍ଣିଚର ତିଆରି କାମରେ ନିୟୋଜିତ ଅଛନ୍ତି । ତେବେ ରାତି ସମୟରେ ସମସ୍ତେ ଶ୍ରମିକ ଖାଇ ଶୋଇ ପଡିଥିବା ବେଳେ ଗୁରୁବାର ସକାଳେ ଅନିଲ ସୁଧାର ନାମକ ଜଣେ ୨୫ ବର୍ଷୀୟ ଯୁବକ ଲିଫ୍ଟ ଖାଳରେ ପଡିଥିବା ଅନ୍ୟ ଶ୍ରମିକମାନେ ଦେଖିବାକୁ ପାଇଥିଲା । ଶ୍ରମିକ ମାନେ ତୁରନ୍ତ କଣ୍ଟାବାଞ୍ଜି ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ତାଙ୍କୁ ଆଣିଥିଲେ ।

ତେବେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଶ୍ରମିକଙ୍କ କହିବା ଅନୁସାରେ, ମୃତ ଅନିଲ ସକାଳୁ ଶୌଚ ହେବାକୁ ତିନି ମହଲା କୋଠାରୁ ତଳକୁ ଆସୁଥିବା ବେଳେ ଲିଫ୍ଟ ଖାଲରେ ପଡିଯାଇଥିବା ସନ୍ଦେହ କରାଯାଉଛି । ମୃତ ଶ୍ରମିକ ହେଲେ ରାଜସ୍ଥାନର ତହସିଲ ରାଜଗଡ଼ ମଲବାସ ଗାଁର । ଘଟଣା ସ୍ଥଳରେ କଣ୍ଟାବାଞ୍ଜି ଥାନା ଅଧିକାରୀ ସତ୍ୟଜିତ କଣ୍ଡେଲକଲ, ଏଏସାଇ ପ୍ରଦୀପ କୁମାର ଦୁରିଆ ପ୍ରମୁଖ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.