Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ନବୀନ ପଟ୍ଟନାୟକ : ବିଶ୍ବାସ, ବିକାଶ, ବିଜୟ ଓ ବିଚକ୍ଷଣ

5/03/2020 at 1:44 PM

ଭୁବନେଶ୍ବର ୫।୩: ନବୀନ ପଟ୍ଟନାୟକ, ଲଗାତର ୫ ଟର୍ମର ମୁଖ୍ୟମନ୍ତ୍ରୀ । ସେ ଓଡି଼ଶାର ବିକାଶରେ ଗୁରୁତ୍ବ ଦେଇ ଜିଣିଛନ୍ତି ଓଡିଆଙ୍କ ବିଶ୍ବାସ । ଜାରି ରହିଛି ତାଙ୍କ ବିଜୟ ଧାରା, ରାଜନିତୀରେ ବି ସେ ବିଚକ୍ଷଣ ।  ଓଡିଶା ରାଜନୀତିରେ ଅପ୍ରତିଦ୍ବନ୍ଦ୍ବୀଙ୍କ ସଫଳତାର ମନ୍ତ୍ର କଣ ? ବିରୋଧୀଙ୍କ ସବୁ ଚାଲକୁ ଫେଲ୍ କରି  କେମିତି ନିର୍ବାଚନୀ ବୈତରଣୀ ପାର ହୁଅନ୍ତି ନବୀନ ? ବିରୋଧୀଙ୍କ କଳ ବଳ କୌଶଳ କାହିଁକି ବିଫଳ ନବୀନଙ୍କ ଷ୍ଟ୍ରାଟେଜି ଆଗରେ । ଏ ପ୍ରଶ୍ନ କେବଳ ବିରୋଧୀ ପଚାରୁ ନାହାନ୍ତି । ଜାତୀୟ ଦଳର ନେତା ବି ଖୋଜନ୍ତି, ଜାଣିବାକୁ ଚାହାନ୍ତି ନବୀନଙ୍କ ସଫଳତା ବା ସକ୍ସେସ ମନ୍ତ୍ରର ରହସ୍ୟ ।

ନିର୍ବାଚନ ଗଣିତରେ ନବୀନ ଜ୍ୟାଣ୍ଟ୍ କିଲର । କୌଣସି ବି ସରକାର ବିରୋଧୀ ହାଓ୍ବା ନବୀନଙ୍କ ବିରୋଧରେ କାଟୁ କରୁନି । ପଞ୍ଚାୟତ ନିର୍ବାଚନରୁ ଆରମ୍ଭ କରି ବିଧାନସଭା ଓ ଲୋକସଭା ସବୁଥିରେ ବିଜେଡିର ବାଜିମାତ୍ ବିରୋଧୀଙ୍କୁ ନିରାଶ କରିଛି । ସବୁ ନିର୍ବାଚନ ଫଳାଫଳରେ ବିରୋଧୀ ଏତେ ପଛରେ ରହୁଛନ୍ତି ଯେ, ନବୀନଙ୍କ ସଫଳତା ଅନ୍ୟମାନଙ୍କ ପାଇଁ ପ୍ରହେଳିକା ପାଲଟିଛି । ଜାତୀୟ ସ୍ତରରେ ନବୀନ ନିଜ ଇମେଜକୁ ଏଭଳି ତିଆରି କରିଛନ୍ତିଯେ, ଅନ୍ୟ ନେତାମାନେ ତାଙ୍କ ଉଦାହରଣ ଦେଉଛନ୍ତି । ଆଜି ସେ ଲମ୍ବା ଭାଷଣ ଦେଉ ନାହାନ୍ତି । କିନ୍ତୁ ତାଙ୍କ ସର୍ଟ ସ୍ପିଚ୍ କୋଟି କୋଟି ଓଡିଆଙ୍କ ହୃଦୟ ଜିଣିଛି । ‘ମୁଁ ନୁହେଁ, ମୋ କାମ କଥା କୁହେ’ । ନବୀନଙ୍କ ଏହି ମନ୍ତ୍ର ସତେ ଯେମିତି ଯାଦୁ କରି ଦେଇଛି ଲୋକଙ୍କୁ ।

 ସିମ୍ପଲ ଲିଭିଂ ହାଇ ଥିଙ୍କିଙ୍ଗ୍ :

ନବୀନଙ୍କ ଲାଇଫ୍ ଷ୍ଟାଇଲ୍, ମଧ୍ୟ ପ୍ରେରଣାର ଉତ୍ସ ପାଲଟିଛି । ସିମ୍ପଲ ଲିଭିଂ, ହାଇ ଥିଙ୍କିଂରେ ବିଶ୍ବାସ କରୁଥିବା ନବୀନ, ରାଜନୀତିରେ ପାଦ ଦେବାବେଳଠୁ ନିଜୁକୁ ପୁରା ବଦଳାଇ ଦେଇଛନ୍ତି । ଦିଲ୍ଲୀରେ ହାଇସୋସାଇଟିରେ ବଢିଥିଲେ ବି, ସେ ଓଡିଶା ମୁଖ୍ୟମନ୍ତ୍ରୀ ହେବା ପରେ ସିମ୍ପଲ ଲାଇଫ୍ ଆପଣାଇନେଇଛନ୍ତି । ଧଳା କୁର୍ତ୍ତା ପାଇଜାମା, କୋହ୍ଲାପୁରୀ ଚପଲ, ତା ସଙ୍ଗକୁ ଧଳା ମାରୁତି ଗାଡି ନବୀନଙ୍କ ସିମ୍ପ୍ଲିସିଟିକୁ ରିଫ୍ଲେକ୍ଟ କରୁଛି । ଏକାକୀ ସମୟ ବିତାଇବାକୁ ପସନ୍ଦ କରୁଥିବା ନବୀନ କିନ୍ତୁ ରାଜ୍ୟବାସୀଙ୍କ ସ୍ବାର୍ଥ କିଭଳି ସୁରକ୍ଷିତ ରହିବ ସେଥିନେଇ ସବୁ ସମୟରେ ଚିନ୍ତିତ । ଅବସର ସମୟରେ ନିଜର ପ୍ରିୟ କୁକୁରଙ୍କ ସହ ଖେଳିବା ଓ ପୁସ୍ତକ ପଢିବା ତାଙ୍କ ଲାଇଫ ଷ୍ଟାଇଲର ଆଉ ଏକ ପାର୍ଟ । ସତେ ଯେମିତି ନବୀନଙ୍କ ଏ ସବୁ ଗୁଣ ଓଡିଶାବାସୀଙ୍କୁ ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ଧରି ବାନ୍ଧି ରଖିବାରେ ସଫଳ ହୋଇଛି ।

ନବୀନଙ୍କ ଶାସନ ଆଉ କେମିତି  ସେ ନେତା ନମ୍ବର ୱାନ୍ ?

ଦୀର୍ଘ ୨୦ ବର୍ଷରୁ ଅଧିକ ନିରବଚ୍ଛିନ୍ନ କ୍ଷମତାରେ ରହିବାରେ ନବୀନ ପଟ୍ଟନାୟକ ହେଉଛନ୍ତି ଓଡିଶା ରାଜନୀତି ଇତିହାସରେ ପ୍ରଥମ ବ୍ୟକ୍ତି । ରାଜ୍ୟ ରାଜନୀତିର ଉତୁଙ୍ଗ ନେତା ବିଜୁ ବାବୁଙ୍କ ପୁତ୍ର ନବୀନ ପଟ୍ଟନାୟକ ଯେବେଠୁ ଓଡିଶା ରାଜନୀତିରେ ପାଦ ଦେଇଛନ୍ତି, ସେବେଠୁ କେବଳ ସଫଳତାହିଁ  ସାଉଁଟିଛନ୍ତି , ସଫଲ ନେତୃତ୍ବର ସିଢୀ ଚଢୁଛନ୍ତି। ୨୦୦୦ ମସିହା ମାର୍ଚ୍ଚ ୫ ତାରିଖରେ ପ୍ରଥମେ କ୍ଷମତାକୁ ଆସିଥିଲେ ନବୀନ । ସେଇ ଦିନଠୁ ଦଳ ଓ ସରକାରର ସ୍ଥିତି ମଜବୁତ ହୋଇଛି ସିନା, କେବେ ତଳକୁ ଖସି ନାହିଁ ।  କେବଳ ଓଡ଼ିଶା କାହିଁକି , ସାରା ଭାରତରେ ସିକ୍କିମ ମୁଖ୍ୟମନ୍ତ୍ରୀ ପୱନ ଚାମଲିଙ୍ଗ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ପରେ ନବୀନ ହେଉଛନ୍ତି ତୃତୀୟ ନେତା ଯିଏ ଲଗାତର ମୁଖ୍ୟମନ୍ତ୍ରୀ ଚୌକିରେ ୨୦ ବର୍ଷ ପୁରା କରିଛନ୍ତି । ଏଥିପାଇଁ ନବୀନ କେତେବେଳେ କେଉଁ ଗୋଟି ଚଳାଇଛନ୍ତି ତହାକୁ ବିରୋଧୀ ତ ଦୂରର କଥା, ନିଜ ଦଳର ଲୋକ ମଧ୍ୟ ଠଉରାଇ ପାରିନାହାନ୍ତି ।

ରାଜନୈତୀକ ବିଷାରଦଙ୍କ ଆକଳନ ବି ଫେଲ୍‌ ମାରିଛି ଦିନ ଥିଲା ବିଜୁଙ୍କ ପରେ ନବୀନ ଯେତେବେଳେ ଦଳର ମଙ୍ଗ ଧରିଲେ ସେତେବେଳେ ପାର୍ଟି ଭିତରେ ବହୁ ପ୍ରେସର ଗ୍ରୁପ ଥିଲା । କିନ୍ତୁ ନବୀନଙ୍କ ଷ୍ଟାଇଲରେ ସମସ୍ତେ ଫିକା ପଡିଗଲେ । ଆଉ ଆଜି ବିଜେଡି ଦେଶରେ ସବୁଠୁ ଶକ୍ତିଶାଳୀ ଆଞ୍ଚଳିକ ଦଳ । ଆଉ ଏହାର ଅଦ୍ବିତୀୟ ନେତା ହେଲେ ନବୀନ । କ୍ଷମତାକୁ ଆସିବା ପୂର୍ବରୁ ନବୀନ ଏ କୌଶଳ ଆପଣାଇ ନେଇଥିଲେ । କିଭଳି ନିଜ ଦଳର ଅମାନିଆ ନେତା ଓ ବିରୋଧୀଙ୍କୁ ଚେକମେଟ୍ ଦେଇ ହେବ ସେହି କଳାରେ ମାହିର ହୋଇ ଯାଇଥିଲେ ନବୀନ । ସରକାରର ପ୍ରଥମ ପାଳିରେ ନଳିନୀ ମହାନ୍ତି, ପ୍ରଶାନ୍ତ ନନ୍ଦ, କମଳା ଦାସଙ୍କ ଭଳି ହେଭିଓ୍ବେଟଙ୍କୁ ଦଳରୁ ବିଦା କରିଥିଲେ । ଏମିତିକି ୨୦୦୦ ନିର୍ବାଚନରେ ବି ବିଜୟ ମହାପାତ୍ରଙ୍କୁ ବି ଦଳୀୟ ଟିକେଟରେ ବଞ୍ଚିତ କରିଥିଲେ ନବୀନ । ସେହିପରି ଗଞ୍ଜାମ ଟାଇଗର କୁହାଯାଉଥିବା ରାମକୃଷ୍ଣ ପଟ୍ଟନାୟଙ୍କଠାରୁ ଆରମ୍ଭ କରି ଦଳର ଚାଣକ୍ୟ ବନିଥିବା ପ୍ୟାରୀମୋହନ ମହାପାତ୍ରଙ୍କୁ ବି ବାହାର ରାସ୍ତା ଦେଖାଇଥିଲେ । ଏମିତିକି ବଡ କୁହା ଦାମ ରାଉତଙ୍କ ଚମକ ମଧ୍ୟ ଫିକା ପଡିଥିଲା ନବୀନଙ୍କ ଚାଲ୍‌ରେ ।

ସେହିପରି ରାଜ୍ୟରେ ବିରୋଧୀଙ୍କୁ ସିଷ୍ଟମେଟିକାଲି ସାଫ୍ କରିବାରେ ନବୀନଙ୍କ ଗୋଟି ଚାଳନା କ୍ଲିକ୍ କରିଛି । କଂଗ୍ରେସର ଗଡ ଥିବା ଓଡ଼ିଶାରେ ଆଜି କଂଗ୍ରେସ ମୁକ୍ତ ଅବସ୍ଥା ଆସିଲାଣି । ସାରା ଦେଶରେ ବହୁଥିବା ବିଜେପି ହାଓ୍ବା ମଧ୍ୟ ନବୀନଙ୍କ ପାଖରେ ଅଟକିଯାଇଛି । ୨୦୧୪ ଓ ୨୦୧୯ ନିର୍ବାଚନର ଫଳାଫଳ ଏହାର ଜବରଦସ୍ତ ପ୍ରମାଣ । ଆଜି ବିରୋଧୀ ଶତଚେଷ୍ଟା ସତ୍ବେ ନବୀଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆଣିପାରିନାହାନ୍ତି । କହିବାକୁ ଗଲେ ଓଡିଶାରେ ଏକ ଶକ୍ତ ବିରୋଧୀ ଦଳ ଠିଆ କରାଇ ଦେଇ ନାହାନ୍ତି ନବୀନ । ତାଙ୍କର ଏହି ମାଷ୍ଟର ଷ୍ଟ୍ରୋକ୍ ପାଇଁ ନବୀନ ଓଡ଼ିଶା ରାଜନୀତିରେ ଏକ ନମ୍ବର ନେତା । ଆଉ ସବୁଠାରୁ ବଡ ନେତା ।

   Related Posts