ଅଳ୍ପକେ ବର୍ତ୍ତିଗଲେ ୨ ଭାଇ: ପୁରୀ ସମୁଦ୍ରରେ ବୁଡ଼ିଯିବା ବେଳେ ଉଦ୍ଧାର କଲେ ଲାଇଫ୍ ଗାର୍ଡ, ଭିଡିଓ ଦେଖିଲେ, ନିଶ୍ଚୟ କହିବେ ସାବାସ...

Published By : Prameya-News7 Bureau | October 02, 2020 IST

ପୁରୀ୨/୧୦:  ପୁରୀ ସମୁଦ୍ରରେ ଗାଧୋଇବା ବେଳେ ୨ ଜଣ ପର୍ଯ୍ୟଟକ ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇଛି। ଠିକ ସମୟରେ ଲାଇଫ ଗାର୍ଡମାନେ ସମୁଦ୍ରରେ ପଶି ୨ ଜଣ ପର୍ଯ୍ୟଟକଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇଛନ୍ତି। ଉଦ୍ଧାର ହୋଇଥିବା ଦୁଇ ପର୍ଯ୍ୟଟକ ହେଲେ ଭୁବନେଶ୍ୱରର ପଦ୍ମନାଭ ସେନାପତି ଓ ପଦ୍ମ ଲୋଚନ ସେନାପତି। ଆଜି ଅପରାହ୍ନରେ ଦିଗବାରେଣୀ ସମ୍ମୁଖ ସମୁଦ୍ରରେ ଏହି ଦୁଇ ଭାଇ ଗାଧୋଉଥିବା ବେଳେ ନିୟନ୍ତ୍ରଣ ହରାଇ ଗଭୀର ସମୁଦ୍ର ଭିତରକୁ ଚାଲି ଯାଇଥିଲେ।

wp:html /wp:html

ତେବେ ବେଳାଭୂମିରେ ମୁତୟନ ହୋଇଥିବା ଅଗ୍ନିଶମ ଓ ଲାଇଫ ଗାର୍ଡର କର୍ମଚାରୀମାନେ ବୁଡି ଯାଉଥିବା ଏହି ଦୁଇଜଣ ଯୁବକଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ। ସମୁଦ୍ରରେ ଗାଧୋଇବା ବେଳେ ସତର୍କତା ଅବଲମ୍ବନ କରିବାକୁ ବାରମ୍ବାର ପର୍ଯ୍ୟଟକଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ସମୁଦ୍ର ସ୍ନାନ ବେଳେ ଅନେକ ପର୍ଯ୍ୟଟକ ଏହା ନମାନି କୁଳରୁ ଦୂରକୁ ଯାଇ ଗାଧୋଉଛନ୍ତି। ଫଳରେ ଅନେକ ସମୟରେ ସମୁଦ୍ରରେ ବୁଡି ଅନେକ ପର୍ଯ୍ୟଟକଙ୍କ ମୃତ୍ୟୁ ହେଉଥିବା ଦେଖାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.