୨୦୨୧ ଶେଷ ସୁଦ୍ଧା ସ୍ଵାଭାବିକ ହୋଇ ପାରିବ ନାହିଁ ଜୀବନଯାତ୍ରା: ପ୍ରସିଦ୍ଧ କରୋନା ବିଶେଷଜ୍ଞ

Published By : Prameya-News7 Bureau | September 13, 2020 IST

ନୂଆଦିଲ୍ଲୀ ୧୩।୦୯: ଆମେରିକାର ପ୍ରଖ୍ୟାତ କରୋନା ଭାଇରସ୍‌ ବିଶେଷଜ୍ଞ ଡ. ଆନ୍ଥୋନୀ ଫାଉଚି କହିଛନ୍ତି ୨୦୨୧ ଶେଷ ସୁଦ୍ଧା ମଧ୍ୟ ଜୀବନ ସ୍ଵାଭାବିକ ହେବାର ଆଶା କମ ରହିଛି। ଫାଉଚି କହିଛନ୍ତି କରୋନା ଭାଇରସ୍‌ର ଭ୍ୟାକସିନ ପାଇଁ ଜୋରଦାର ପ୍ରୟାସ ଚାଲିଛି। କରୋନା ପାଇଁ ଯେତେ ବି ଭ୍ୟାସକିନ ଉପରେ କାମ ଚାଲିଛି, ସେଥି ମଧ୍ୟରୁ କୌଣସି ଗୋଟିଏକୁ ୨୦୨୦ ଶେଷ ସୁଦ୍ଧା  କିମ୍ବା ୨୦୨୧ରେ ମଞ୍ଜୁରୀ ମିଳିଯିବ।

ଫାଉଚି କହିଛନ୍ତି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ଭ୍ୟାକସିନ ପ୍ରସ୍ତୁତ ହୋଇଗଲେ ମଧ୍ୟ ତୁରନ୍ତ ସମସ୍ତ ଲୋକଙ୍କ ପାଖରେ ଭ୍ୟାକସିନ ଉପଲବ୍ଧ ହୋଇ ପାରିବ ନାହିଁ। ଭ୍ୟାକସିନକୁ ମଞ୍ଜୁରୀ ମିଳିବା ପରେ ବଡ ପରିମାଣରେ ଉତ୍ପାଦନ ଓ ଯୋଗାଣର ଆବଶ୍ୟକତା ରହିଛି। ୨୦୨୧ ମଧ୍ୟଭାଗ କିମ୍ବା ଶେଷ ସୁଦ୍ଧା ଜନସଂଖ୍ୟାର ବଡ ଭାଗକୁ ଭ୍ୟାକସିନ ଦେବା ଏବଂ ସେମାନଙ୍କୁ ସୁରକ୍ଷିତ ରଖାଯିବା କାମ ପୂରା ହୋଇ ପାରିବ ନାହିଁ।

ଉଲ୍ଲେଖଯୋଗ୍ୟ ବର୍ତ୍ତମାନ ଯେତେ ସବୁ ଭ୍ୟାକସିନ ଉପରେ କାମ ଚାଲୁଛି, ସେଥିରୁ ଅଧିକାଂଶ ଭ୍ୟାକସିନକୁ ଫ୍ରିଜରେ ଥଣ୍ଡା ରଖିବାକୁ ପଡୁଛି। ଫାଉଚି କହିଛନ୍ତି ଭ୍ୟାକସିନର ଶୀତଳ ଭଣ୍ଡାରକୁ ନେଇ ମଧ୍ୟ ସମସ୍ୟା ଉତ୍ପନ  ହୋଇପାରେ। ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ନେବା ପାଇଁ ହେଲେ କୋଲ୍‌ ଚେନ୍‌ କରିବାକୁ ପଡିବ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.