Like ପାଇଁ ଚାଲିିଗଲା Life ‌: ତଥାପି ସୁଧୁରୁ ନାହାନ୍ତି ଟିକ୍‌ଟକ୍‌ ୟୁଜର୍ସ

Published By : Prameya-News7 Bureau | May 17, 2020 IST

ଭୁବନେଶ୍ବର୧୭/୫: ସୁଧୁରୁ ନାହାନ୍ତି କିଛି ଟିକ୍‌ଟକ ୟୁଜର୍ସ। ଟିକ୍‌ଟକ ୟୁଜର୍ସମାନେ ନିଜର ଲାଇକ୍ ଏବଂ ଫଲୋ ବଢ଼ାଇବା ଲାଗି ବିପଦଜନକ ସ୍ଥାନରେ ଭିଡିଓ ତିଆରି କରୁଛନ୍ତି। ଏପରି ବିପଦ ସଙ୍କୁଳ ସ୍ଥାନରେ ଭିଡିଓ ସୁଟିଂ କରୁଛନ୍ତି, ଯାହାକୁ ଦେଖିଲେ ଭୟ ଲାଗିିବ। ଯାହାର ପ୍ରଭାବ ଛୋଟ ପିଲାଙ୍କ ଉପରେ ସିଧା ସଖଳ ପଡୁଛି। ରବିବାର ମଧ୍ୟାହ୍ନରେ ଟିକ୍‌ଟକ୍ କରିବା ନିଶାରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ। ତାହା ପୁଣି ଖୋଦ୍ ରାଜଧାନୀର ପଳାଶୁଣି ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

କେବଳ ଏହି ଘଟଣା ନୁହେଁ ଏହା ପୂର୍ବରୁ ଟିକ୍‌ଟକ ନିଶାରେ ବହୁ ବ୍ୟକ୍ତିଙ୍କ ଜୀବନ ଯିବାର ନଜୀର ରହିଛି। ତାହା ସତ୍ତ୍ବେ ବି କିଛି ଟିକ୍‌ଟକ ୟୁଜର୍ସ ସୁଧୁରୁ ନାହାନ୍ତି। ଦ୍ରୁତଗତିରେ ଗାଡି ଚଳାଇ ସେଥିରେ ଟିକ୍‌ଟକ୍‌ ଭିଡିଓ ତିଆରି କରିବା ବିପଦଜନକ ଜାଣିବା ପରେ ସେମାନେ ପୁଣି ସେହିଭଳି କାର୍ଯ୍ୟ କରି ନିଜ ଜୀବନ ହାରୁଛନ୍ତି। ଆଜି ଯେଉଁ ପଳାଶୁଣିରେ ନିକଟରେ ମୃତ ଯୁବକଙ୍କ ନାଁ ଆକାଶ ବୋଲି ଜଣାପଡିଛି। ଏହି ବ୍ୟକ୍ତି ଭୁବନେଶ୍ବର ଅଞ୍ଚଳର ବୋଲି ପୋଲିସ୍ ସୂଚନା ଦେଇଛି। ଘଟଣାସ୍ଥଳରେ ପହଞ୍ଚି ପୋଲିସ୍‌ ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.