ମୁଣ୍ଡ ଗୁଞ୍ଜିବାକୁ ଘର ନଥିବାରୁ ଗୋଟିଏ ପରିବାର କେମିତି ପାଳି କରି ଶୋଉଛନ୍ତି ଆସନ୍ତୁ ଦେଖିବା

Published By : Prameya-News7 Bureau | June 24, 2018 IST

ଗାଇ ଛେଳି କୁକୁଡାଙ୍କ ସହ ୮ ପ୍ରାଣି କୁଟିମ୍ବଙ୍କର ଋ।ତି କଟେ ପାଳିରେ , ଗ୍ରାମିଣ ଗୃହ ଯୋଗାଣ ପାଇଁ ରାଜ୍ୟରେ ପ୍ରଥମ ସ୍ଥାନ ପାଇଥିବା କେନ୍ଦୁଝର ଜିଲ୍ଲାର ବିକୃତ ଚିତ୍ର... ମୁଣ୍ଡ ଗୁଂଜିବାକୁ ଭଲ ଘର ଖଣ୍ଡେ ନାହଁ। ପିବାରରେ ଅଛନ୍ତି ଆଠ ପ୍ରାଣି କୁଟୁମ୍ବ। ଫଳରେ ପରିବାର ଲୋକ ପାଳିକରି ରାତି କାଟନ୍ତି । ଅଧାଲୋକ ରାତିରେ ଶୋଉଥିବା ବେଳେ ଆଉ ଅଧା ବାହାରେ ଜଗିବାସନ୍ତୀ । ଗ୍ରାମୀଣ ଗୃହ ନିର୍ମ।ଣ କ୍ଷେତ୍ରରେ ସଫଳତା ପାଇଁ ପୁରସ୍କୃତ କେନ୍ଦୁଝର ଜିଲ୍ଲାର ଏହେଉଛି ବାସ୍ତବ ଚିତ୍ର। କେନ୍ଦୁଝରରେ ସଦରବ୍ଲକ ବରାଦାପାଳ ପଂଚାୟତର ରଗୁଡି ସାହିର ବୁଦ୍ଧୁ ମୁଣ୍ଡା। ବୁଦ୍ଧୁଙ୍କ ପରିବାରରେ ୮ ପ୍ରାଣୀ। ବିଧବା ମା, ସ୍ତ୍ରୀ, ଭାଇ ଏବଂ ୪ ଛୁଆ। ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହଁ। ୪/୬ ଫୁଟ ଓସାର ଓ ଲମ୍ବର ଗୋଟିଏ ଭଙ୍ଗା ଚାଳ ଘରେ ପଡିଛି ଦରଛିଣ୍ଡା ପଲିଥିନ। ଗୋଟିଏ ଘରେ ୮ ପ୍ରାଣୀ ଶୋଇବା ପାଇଁ ଜାଗା ହୁଏ ନାହଁ। ପୁଣି ସେଥିରେ କିଛି ଗାଈ ଛେଳି ଓ କୁକୁଡା ମଧ୍ୟ ଅଛନ୍ତି । ଫଳରେ ଛୁଆ ମାନଙ୍କ ସହ କେହିଜଣେ ବଡଲୋକ ଗୋଟିଏ ରାତିରେ ଶୋଉଥିବା ବେଳେ ଅନ୍ୟମାନେ ବାହାରେ ଜଗି ବସନ୍ତି। ପୁଣି ପରଦିନ ରାତି ଅନ୍ୟମାନେ ଶୋଇଲେ ଆଉ ଅଧା ବାହାରେ ଜଗିବସନ୍ତି ତାହା ପୁଣି ଗୋରୁ ଗାଈ ଛେଳି ଓ କୁକୁଡାଙ୍କ ସହ । ଏହିପରି ସବୁଦିନ ରାତି କଟୁଥିବା ବେଳେ ବର୍ଷ। ଦିନେ ଘରସାରା ଅନିଦ୍ରା ରହନ୍ତି । ଖାଲି ସେତିକିରେ ସେମାନଙ୍କ ଦୁଃଖ ସରି ନାହଁ। ବୁଦ୍ଧଙ୍କ ବାପା ୧୮ ବର୍ଷ ତଳୁ ମୃତ୍ୟୁବରଣ କରିଥିବା ବେଳେ ବିଧବା ମା ଏବେବି ବିଧବା ଭତ୍ତା ପାଇପାରି ନାହାନ୍ତି । ଖାଦ୍ୟସୁରକ୍ଷା ଆଇନରୁ ବଂଚିତ ଏହି ପରିବାର ଟଙ୍କାକିଆ ଚାଉଳ ଏବଂ ଗହମ ନପାଇ ଅଧାଦିନ ଅନାହାରରେ କାଟନ୍ତି । ଏନେଇ ବାରମ୍ଭାର ପ୍ରଶାସନର ଦ୍ବାରସ୍ତ ହୋଇଥିଲେବି ଫଳ ଶୂନ। ଏନେଇ ପ୍ରଶାସନ ନିକଟରେ ଖବର ଥିବାବେଳେ ତାଙ୍କୁ ତୁରନ୍ତ ବିଜୁ ପକ୍କା ଘର ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ସଦର ବିଡିଓ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.