Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଗର୍ଭପାତ କରିବାକୁ ଚାହିଁଥିଲେ ମା’, ନିର୍ଭୟା ମାମଲା ଲଢିବା ବେଳେ ମିଳିଥିଲା ଦୁଷ୍କର୍ମ ଧମକ, କିନ୍ତୁ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଥିଲେ ସୀମା

4/04/2020 at 3:59 PM

ନୂଆଦିଲ୍ଲୀ, ୦୪|୦୪: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ସମସ୍ତ ଦୋଷୀଙ୍କୁ ଫାଶୀ ଦିଆଯାଇଛି । ନିର୍ଭୟାଙ୍କ ପରିବାର ନ୍ୟାୟ ପାଇଛନ୍ତି । ଏହି ୮ ବର୍ଷର ଲଢେଇରେ ନିର୍ଭୟାଙ୍କ ପରିବାର ସହ ଠିଆ ହୋଇଥିଲେ ମହିଳା ଆଇନଜୀବୀ ସୀମା କୁଶଓ୍ୱାହା । ସେ ଏହି ସଫଳତା କିପରି ପାଇଥିଲେ, କିପରି ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଜୁଲାଇଥିଲେ ସେନେଇ ନିଜ ଅନୁଭୂତି ବାଣ୍ଟିଛନ୍ତି ।

ସୀମା କହିଛନ୍ତି ଯେ, ସେ ଉତ୍ତରପ୍ରଦେଶର ଉଗରପୁରରେ ଜନ୍ମ ହୋଇଥିଲେ । ତାଙ୍କ ଗର୍ଭବତୀ ଥିବା ବେଳେ ଗର୍ଭପାତ କରିବାକୁ ଚାହୁଁଥିଲେ । ଏହା ମଧ୍ୟରେ ତାଙ୍କର ଜନ୍ମ ହୋଇଥିଲା । ତାଙ୍କ ପିତା ଓ ଜେଜେ ମାଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଅସନ୍ତୁଷ୍ଟ ଥିଲେ ।ତାଙ୍କ ଭାଇମାନେ ତାଙ୍କୁ ସାବତ ସନ୍ତାନ ଭଳି ବ୍ୟବହାର ପ୍ରଦର୍ଶନ କରିଥିଲେ । ତାଙ୍କର ଜଣେ ବନ୍ଧୁ ଏଲଏଲବି ପଢିବାରେ ତାଙ୍କୁ ସାହାଯ୍ୟ କରିଥିଲେ । ସେ ଘର ଛାଡି ପଢିବାକୁ ଯାଇଥିଲେ ।କାନପୁର କୋର୍ଟରେ ମହିଳା ଓକିଲଙ୍କୁ ତାରିଖ ମିଳିନଥାଏ ।ତେଣୁ ସେ ଦିଲ୍ଲୀ ଆସି ୟୁପିଏସସି ପାଇଁ ପ୍ରସ୍ତୁତି କରିଥିଲେ । ଯେଉଁ ସମୟରେ ଦିଲ୍ଲୀ ଗଣଦୁଷ୍କର୍ମ ହେଲା ସେ ଦିଲ୍ଲୀର ଏକ ଘରେ ଭଡା ରହୁଥିଲେ । ସେ ଦୋଷୀଙ୍କୁ କେସ୍ ନ ଲଢିବାକୁ ଅନ୍ୟ ଓକିଲଙ୍କୁ କହିଥିଲେ । ସେହି ସମୟରେ ନିର୍ଭୟାଙ୍କ ମାଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା ।

ସୀମା ଆଶାଦେବୀଙ୍କୁ କହିଥିଲେ ଯେ, ଦୋଷୀଙ୍କୁ ଛାଡିଦିଆଯିବ ନାହିଁ । ସେ ମଧ୍ୟ ଲଢିବେ । ଅଭିଯୁକ୍ତମାନେ ବହୁତ ମିଛ କହିଥିଲେ । ଏପରିକି ସେହି ରାସ୍ତା ଦେଖି ନଥିବା ସେମାନେ କହିଥିଲେ । ସେମାନଙ୍କ ଓକିଲ ଏପି ସିଂ ଦୋଷୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ । କିନ୍ତୁ ସୀମା ଲଢେଇରେ ପଛକୁ ହଟିନଥିଲେ । ସେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଅନକ ସମୟରେ ତାଙ୍କୁ ସୋସିଆଲ ମିଡିଆରେ ଗାଳି ଦିଆଯାଉଥିଲା । ଏପରିକି ଦୁଷ୍କର୍ମ କରାଯିବ ବୋଲି ମଧ୍ୟ ଧମକ ଦିଆଯାଉଥିଲା । କିନ୍ତୁ ସେ ଖାତିର କରିନଥିଲେ । ଶେଷରେ ନ୍ୟାୟ ମଳିଥିଲା ବୋଲି ସେ କହିଥିଲେ ।

   Related Posts