ବହିଷ୍କୃତ ଆଇପିଏସ ଅଫିସରଙ୍କୁ ଆଜୀବନ କାରାଦଣ୍ଡ

Published By : Prameya-News7 Bureau | June 20, 2019 IST

ଜାମନଗର ୨୦/୬ : ଗୁଜରାଟର ନିଲମ୍ବିତ ଆଇପିଏସ ଅଫିସର ସଂଜୀବ ଭଟ୍ଟଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଜାମନଗର କୋର୍ଟ । କଏଦୀ ମୃତ୍ୟୁ ମାମଲାରେ ଜାମନଗର କୋର୍ଟ ସଂଜୀବ ଭଟ୍ଟ ଏବଂ ତାଙ୍କର ଜଣେ ସହଯୋଗୀଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସଯ ଶୁଣାଇଛନ୍ତି । ୧୯୯୦ ମସିହାରେ ଭାରତ ବନ୍ଦ ବେଳେ ହିଂସା ହୋଇଥିଲା । ସଂଜୀବ ଭଟ୍ଟ ସେତେବେଳେ ଜାମନଗର ଏସଏସପି ଥିଲେ । ହିଂସା ପାଇଁ ସେତେବେଳେ ୧୩୩ ଲୋକଙ୍କୁ ପୋଲିସ ଗିରଫ କରିଥିଲା । ସେମାନଙ୍କ ମଧ୍ୟରୁ ୨୫ଜଣ ଆହତ ହୋଇଥିଲେ ଏବଂ ୮ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

{"id":125070}

ନ୍ୟାୟିକ ହେପାଜତରେ ଥିବାବେଳେ ପ୍ରଭୁଦଶ ମାଧବାଜି ନାମକ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିଲା । ଭଟ୍ଟ ଏବଂ ତାଙ୍କର ସହଯୋଗୀ ଗିରଫ କରିଥିବା ଲୋକଙ୍କୁ ମାରପିଟ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ସଂଜୀବ ଭଟ୍ଟ ଏବଂ ଅନ୍ୟ ପୋଲିସକର୍ମୀଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଥିଲା । କିନ୍ତୁ ଗୁଜୁରାଟ ସରକାର ମୁକଦ୍ଦମା ଚଳାଇବା ପାଇଁ ଅନୁମତି ଦେଇନଥିଲେ । ୨୦୧୧ ମସିହାରେ ରାଜ୍ୟ ସରକାର ଭଟ୍ଟଙ୍କ ବିରୋଧରେ ଟ୍ରାଇଲ ମୁକଦ୍ଦମା ପାଇଁ ଅନୁମତି ଦେଇଥିଲେ । ସଂଜୀବ ଭଟ୍ଟ ଏହି ମାମଲାରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଜୁନ ୧୨ ତାରିଖରେ ସୁପ୍ରିମକୋର୍ଟ ସଂଜୀବ ଭଟ୍ଟଙ୍କ ଆବେଦନ ଖାରଜ କରିଦେଇଥିଲେ । ମାମଲାର ପୁନଃ ତଦନ୍ତ ପାଇଁ ସଂଜୀବ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ୩୦ ବର୍ଷ ପୁରୁଣା କଏଦୀ ମୃତ୍ୟୁ ଘଟଣାର ଶୁଣାଣି ଜୁନ ୨୦ ତାରିଖରେ ଥିଲା ।     

{"id":125071}

ଜଷ୍ଟିସ ଇନ୍ଦିରା ବାନାର୍ଜୀ ଏବଂ ଜଷ୍ଟିସ ଅଜୟ ରେସ୍ତୋଗିଙ୍କ ସୁପ୍ରିମକୋର୍ଟ ବେଞ୍ଚ ଗୁଜରାଟ ସରକାର ଏବଂ ଅଭିଯୋଗକାରୀଙ୍କ ଦଲିଲ ଅନୁଯାୟୀ ସମସ୍ତ ସାକ୍ଷୀଙ୍କୁ କୋର୍ଟରେ ଉପସ୍ଥାପନା କରିବାକୁ ଅନୁମତି ଦେଇଥିଲେ । ଏହାପରେ ନିଷ୍ପତ୍ତି ସୁରକ୍ଷିତ ରଖାଯାଇଛି । ତେବେ ପୁଣି ଏହି ମାମଲାରେ ଶୁଣାଣି କରିବାର କୌଣସି ପ୍ରୟୋଜନ ନାହିଁ । କୌଣସି ଅନୁମତି ବିନା ସରକାରୀ ବାସଭବନରେ ରହିବ ଏବଂ ସରକାରୀ ଗାଡି ଦୁରୁପଯୋଗ କରିବା ଅଭିଯୋଗରେ ୨୦୧୧ ମସିହାରେ ନିଲମ୍ବିତ କରିଦିଆଯାଇଥିଲା । ଏହାପରେ ୨୦୧୫ରେ ତାଙ୍କୁ ବହିସ୍କୃତ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.