ବହୁ ଚର୍ଚ୍ଚିତ ମହେଶ୍ବର ସାସମଲ ହତ୍ୟାକାଣ୍ଡ ମାମଲା : ୧୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

Published By : Prameya-News7 Bureau | June 19, 2019 IST

ବ୍ରହ୍ମପୁର ୧୯|୬: ବ୍ରହ୍ମପୁର ପୋଲିସ ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଫୁଲଟା ଗ୍ରାମର ବହୁ ଚର୍ଚ୍ଚିତ ମହେଶ୍ବର ସାସମଲ ହତ୍ୟାକାଣ୍ଡ ମାମଲାରେ ଆଜି ଚୂଡାନ୍ତ ରାୟ ପ୍ରକାଶ ପାଇଛି । ଅତିରିକ୍ତ ଜିଲ୍ଲା ଜଜ୍ (ପ୍ରଥମ) ସଞ୍ଜୟ କୁମାର ସାହୁ ଏହି ରାୟ ଦେଇଛନ୍ତି ।

ଗତ୨୦୦୭ ମସିହାରେ ଫୁଲଟା ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଘଟି ମହେଶ୍ବରଙ୍କ ମୃତ୍ୟୁ ଘଟିଥିଲା। ଘଟଣାରେ ସେହି ଗ୍ରାମର ମୋଟ୍ ୧୯ଜଣ ଗିରଫ ହୋଇ ଜେଲ୍ ଯାଇଥିଲେ। ପରବର୍ତ୍ତୀ ସମୟରେ ସମସ୍ତେ ସର୍ତ୍ତମୂଳକ ଜାମିନରେ ମୁକୁଳିଥିଲେ। ଏହି ମାମଲାରେ ମୋଟ୍ ୧୨ଜଣ ସାକ୍ଷୀ ଥିବାବେଳେ ସେମାନଙ୍କର ବୟାନ ଓ ପ୍ରମାଣକୁ ଭିତ୍ତି କରି ଆଜି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ନିଜ ଚୂଡାନ୍ତ ରାୟ ପ୍ରକାଶ କରି ସମସ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସମସ୍ତ ୧୯ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ଘଟଣାରେ ସଂପୃକ୍ତ ଅନ୍ୟଜଣେ ପୂର୍ବରୁ ମୃତ୍ୟୁ ବରଣ କରିଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.