ମଙ୍ଗଳ ଗ୍ରହରେ ଜୀବନ - ନାସାର ରୋଭର ଉଠାଇଥିବା ଫଟୋରୁ ପ୍ରମାଣ ମିଳିଥିବା କହିଲେ ବୈଜ୍ଞାନିକ

Published By : Prameya-News7 Bureau | November 21, 2019 IST

ନ୍ୟୁୟର୍କ ୨୧।୧୧ - ମଙ୍ଗଳ ଗ୍ରହରେ ଜୀବନ ଥିବାର ପ୍ରମାଣ ମିଳିଛି । ମଙ୍ଗଳ ଗ୍ରହକୁ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପଠାଇଥିବା ରୋଭର ସେଠାରେ କେତକ ହାଇ ରିଜୋସଲ୍ୟୁସନ ଫଟୋ ଉଠାଇଥିଲା । ସେଥିରୁ ମଙ୍ଗଳରେ ଜୀବନର ପ୍ରମାଣ ମିଳିଥିବା କଥା ବୈଜ୍ଞାନିକମାନେ କହିଛନ୍ତି ।

{"id":187635,"sizeSlug":"large"}


ଏହି ଫଟରୁ ଆଥ୍ରୋପଡ ବା ସନ୍ଧିପାଦ ଜୀବନ ପ୍ରମାଣ ମିଳୁଛି । ସନ୍ଧିପାଦ ଜୀବ ପ୍ରାୟତଃ କୀଟ ପତଙ୍ଗ ପରି । ଏମାନଙ୍କର ଅନେକ ପାଦ ଥାଏ । ବିଭିନ୍ନ ଫଟୋରେ ଏହି ଜୀବମାନଙ୍କର ପାଦ, ଶୁଣ୍ଢ ଓ ଡେଣା ଥିବା ଦେଖାଯାଇଛି । ଓହିଓ ୟୁନିଭରସିଟିର ପ୍ରଫେସର ଓ୍ୱିଲିୟମ ରୋମୋସେର ଏ ବିଷୟରେ ସୂଚନା ଦେଇଛନ୍ତି । ତେବେ କେତକ ବୈଜ୍ଞାନିକ ଏହି ଫଟୋ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି ।

{"id":187636,"sizeSlug":"large"}


ରୋଭର ଉଠାଇଥିବା ଅନେକ ଫଟୋରେ ଏହି ସନ୍ଧିପାଦ ଜୀବ ପରି ଅନେକ କିଛି ଦେଖିବାକୁ ମଳିଛି । ମଙ୍ଗଳର ଭୂମି ଉପରେ ରୋଭର ଚକାର ଚିହ୍ନ ଥିବା ବେଳେ ଏହି କୀଟ ପତଙ୍ଗ ପରି ଜୀବ ଦେଖିବାକୁ ମିଳିଛି ।

ରୋଭରରୁ ମିଳିଥିବା ଏହି ସବୁ ଫଟୋର ଉନ୍ନତ ଓ ପରିଷ୍କାର ଫର୍ମାଟ ମିଳିଲେ ଏ ବିଷୟରେ ଅଧିକ ଗବେଷଣା କରିହେବ ବୋଲି ରୋମୋସେର କହିଛନ୍ତି ।

ଏହି ଗବେଷଣାକୁ ଆମେରିକାର ଜାତୀୟ କୀଟ ବିଜ୍ଞାନୀ ସମ୍ମିଳନୀରେ ଉପସ୍ଥାପନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.