ଚାଣକ୍ୟ ନୀତି ଅନୁସାରେ କେଉଁ ୩ଟି ଜିନିଷରେ ସନ୍ତୁଷ୍ଟ ହେବା କଥା ଆଉ କେଉଁ ୩ଟି ଜିନିଷରେ ସନ୍ତୁଷ୍ଟ ହେବା କଥା ନୁହେଁ ଜାଣନ୍ତୁ...

Published By : Prameya-News7 Bureau | January 17, 2019 IST

ଭୁବନେଶ୍ୱର ୧୭/୧ : ଜୀବନରେ ଅନେକ ସମସ୍ୟାର କାରଣ ହେଉଛି ଅସନ୍ତୋଷ | ଚାଣକ୍ୟ ନୀତି ଅନୁସାରେ ଆମକୁ ଯେଉଁ ସବୁ ବସ୍ତୁ ଏବଂ ସୁଖ ସୁବିଧା ମିଳୁଛି ଆମକୁ ସେତିକିରେ ସନ୍ତୁଷ୍ଟ ହେବାକଥା | ଜୀବନରେ ଅସନ୍ତୁଷ୍ଟ ରହିଲେ ଦୁଃଖ ଏବଂ ଅନେକ ସମସ୍ୟା ଜନ୍ମ ନେଇଥାଏ | ଚାଣକ୍ୟ ଏମିତି ୩ଟି ଏମିତି ଜିନିଷ ସମ୍ପର୍କରେ କହିଛନ୍ତି, ଯେଉଁଥିରେ ମଣିଷ ସନ୍ତୁଷ୍ଟ ରହିବା ଉଚିତ | ଚାଣକ୍ୟ ନୀତିର ତ୍ରୟୋଦଶ ଅଧ୍ୟାୟର ୧୯ ତମ ଶ୍ଳୋକରେ ଚାଣକ୍ୟ ଏହି ବିଷୟରେ କହିଛନ୍ତି |

।। संतोषषस्त्रिषु कर्तव्य: स्वदारे भोजने धने।
त्रिषु चैव न कर्तव्यो अध्ययने जपदानयो:।।

ଆମକୁ ୩ଟି ଜିନିଷରେ ସନ୍ତୁଷ୍ଟ ରହିବା ଉଚିତ | ଏହି ୩ଟି କଥା ହେଲା ନିଜ ସ୍ତ୍ରୀର ରୂପ ଓ ଗୁଣ, ଭୋଜନ ଏବଂ ଧନ  |

{"id":74929}

ପ୍ରଥମତଃ, ଚାଣକ୍ୟ କହିଛନ୍ତି ଯେ, ସ୍ତ୍ରୀ ଯଦି ସୁନ୍ଦରୀ ନହୋଇଥିବ ତାହେଲେ ସ୍ୱାମୀକୁ ଅସନ୍ତୁଷ୍ଟ ହେବା ଉଚିତ ନୁହେଁ | ବିବାହ ପରେ ଯେକୌଣସି ପରିସ୍ଥିତିରେ ମଧ୍ୟ ଅନ୍ୟ ସ୍ତ୍ରୀ ପ୍ରତି ଆସକ୍ତ ହେବା ଅନୁଚିତ | କାରଣ ପର ସ୍ତ୍ରୀ ପ୍ରତି ଆସକ୍ତ ହେଲେ ଅନେକ ସମସ୍ୟା ଓ ଦୁଃଖ ଦେଖାଦେଇଥାଏ | ସେହି ଦୁଃଖରୁ ନିଜକୁ  ରକ୍ଷା କରିବା ପାଇଁ ଏହି ସବୁ କଥା ଉପରେ ଧ୍ୟାନ ଦେବା ଉଚିତ |

ଦ୍ୱିତୀୟତଃ, ଭୋଜନ ଯେମିତି ବି ମିଳୁଛି ତାକୁ ଗ୍ରହଣ କରିବା ଉଚିତ | ମଣିଷ ପାଖରେ ଯେତିକି ଧନ ଅଛି ଯେତିକି ଆୟ ଅଛି ସେତିକିରେ ତାକୁ ସନ୍ତୁଷ୍ଟ ହେବ ଉଚିତ | ସବୁବେଳେ ଆୟ ଦେଖି ବ୍ୟୟ କରିବା ଉଚିତ | ଆୟଠୁ ଅଧିକ ଖର୍ଚ୍ଚ କଲେ ଅନେକ ସମସ୍ୟା ଉପୁଜିଥାଏ |

ଚାଣକ୍ୟଙ୍କ ନୀତି ଅନୁସାରେ ଅଧ୍ୟୟନ, ଦାନ ଓ  ଜପ କରିବା କ୍ଷେତ୍ରରେ ମନୁଷ୍ୟ ସନ୍ତୁଷ୍ଟ ହେବା କଥାନୁହେଁ |କାରଣ ଏହି ୩ଟି କାମ ଆପଣ ଯେତେ ଅଧିକ କରିବେ ଆପଣଙ୍କୁ ସେତିକି ଅଧିକ ପୁଣ୍ୟ  ମିଳିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.