Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଦଳା : ଖାକି ଉପରେ ଖାକିର ଜୁଲମ୍, ବିଚ୍ ରାସ୍ତାରେ ଏସଆଇଙ୍କୁ ଆକ୍ରମଣ କଲେ ଜେଲ୍ ଓ୍ୱାର୍ଡର
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୪୩୨ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଗାଜା ଉପରେ ଇସ୍ରାଏଲର ପୁଣି ରକେଟ୍ ଆକ୍ରମଣ, ଭାଙ୍ଗିଲା ଅସ୍ତ୍ରବିରତି ରାଜିନାମା
  • ||
  • ମର୍ମନ୍ତୁଦ ଦୁର୍ଘଟଣା : ଟ୍ରଲରକୁ ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||

ମହାଭାରତର ରଚୟିତା ବେଦ ବ୍ୟାସଙ୍କ ଅନୁସାରେ ଯଦି ଇଚ୍ଛା ପୂରଣ ନହେଉଛି ତାହେଲେ କଣ କରିବା ଉଚିତ ଜାଣନ୍ତୁ

24/12/2018 at 4:38 PM

ଭୁବନେଶ୍ୱର ୨୪/୧୨ : ହିନ୍ଦୁ ଧର୍ମରେ ପ୍ରମୁଖ ଗ୍ରନ୍ଥମାନଙ୍କ ମଧ୍ୟରୁ ମହାଭାରତ ଅଣୁଅତ୍ମା | ମହାଭାରତ ଗ୍ରନ୍ଥର ରଚନା ମହର୍ଷି ବେଦ ବ୍ୟାସ କରିଥିଲେ | ବେଦ ବ୍ୟାସ ମହାଭାରତ ଗ୍ରନ୍ଥ ମାଧ୍ୟମରେ ସୁଖୀ ଏବଂ ସଫଳ ଜୀବନର ସୂତ୍ର କହିଛନ୍ତି | ବେଦ ବ୍ୟାସଙ୍କ ଏହିସବୁ ସୂତ୍ରକୁ ଜୀବନରେ ଅନୁସରଣ କଲେ ଆମେ ଅନେକ ସମସ୍ୟାର ସମାଧାନ କରିପାରିବା | ଜାଣିବା ବେଦ ବ୍ୟାସଙ୍କ କିଛି ସୂତ୍ର


ଯଦି କୌଣସି ଇଚ୍ଛା ପୂରଣ ନ ହେଉଛି ତାହେଲେ ଶୋକ କରିବ ଉଚିତ ନୁହେଁ | ଏହା ହେଉଛି ବୁଦ୍ଧିମାନ ବ୍ୟକ୍ତିର ପରିଚୟ | ବରଂ ଶୋକ ନକରି ନିଜ କର୍ମ କରିବା ଉଚିତ |


ଯେଉଁମାନେ ଅଧର୍ମ କରନ୍ତି, ନିର୍ଦୋଷ ଲୋକଙ୍କୁ ଦୁଃଖ ଦିଅନ୍ତି, ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରନ୍ତି ତାଙ୍କର ଆୟୁଷ, ଧନ-ସମ୍ପତ୍ତି, ମାନ-ସମ୍ମାନ, ସବୁକିଛି ନଷ୍ଟ ହୋଇଯାଇଥଏ | ଏପରିକି ଜୀବନରେ ସେ କରିଥିବା ପୁଣ୍ୟ ମଧ୍ୟ ବ୍ୟର୍ଥ ହୋଇଥାଏ |


ମନରେ ଯଦି କାହା ପାଇଁ ଘୃଣା କିମ୍ବା କ୍ରୋଧ ଉତ୍ପନ୍ନ ହୁଏ, ସେହି କ୍ରୋଧକୁ ପ୍ରକଟ କରିଦେବା ଉଚିତ | ଏହି କ୍ରୋଧ ମଣିଷକୁ ଜଳିପୋଡ଼ି ନଷ୍ଟ କରିଦେଇଥାଏ |


ଉଭୟ ଅମୃତ ଏବଂ ମୃତ୍ୟୁ ମଣିଷ ଶରୀରରେ ବିରାଜମାନ | ମୋହରୁ ମୃତ୍ୟୁ ହୋଇଥାଏ | ଅନ୍ୟପଟେ ସତ୍ୟରୁ ମଣିଷକୁ ଅମୃତ ପ୍ରାପ୍ତି ହୋଇଥାଏ |


ଅନ୍ୟମାନଙ୍କ ପାଇଁ ମଧ୍ୟ ସେୟା ଚିନ୍ତା କରିବା ଉଚିତ ଯାହା ଆପଣ ନିଜ ପାଇଁ ଚିନ୍ତା କରୁଛନ୍ତି | ଅର୍ଥାତ ଯଦି ନିଜ ପାଇଁ ଭଲ ଚାହୁଁଥାଅ ତାହେଲେ ଅନ୍ୟମାନଙ୍କ ପାଇଁ ମଧ୍ୟ ଭଲ ଚିନ୍ତା କରିବା ଉଚିତ |


ଯେଉଁ ମଣିଷ କ୍ରୋଧୀ ଉପରେ କ୍ରୋଧ ନକରି ତାଙ୍କୁ କ୍ଷମା କରିଦେଇଥାଏ ସେ ଉଭୟଙ୍କ ରୋଗ ଦୂର କରିବା ଭଳି ଚିକିତ୍ସକ ସାଜିଥାଏ |


ସେ କହିଛନ୍ତି, ଯେଉଁଠାରେ ଭଗବାନ ଶ୍ରୀକୃଷ୍ଣ ଅଛନ୍ତି ସେଠାରେ ସେଠାରେ ଧର୍ମ ଅଛି ଏବଂ ଯେଉଁଠାରେ ଧର୍ମ ଅଛି ସେଠାରେ ବିଜୟ ଅଛି |


ଯେଉଁମାନଙ୍କ ମନରେ ଆଶଙ୍କା ଥାଏ ସେମାନଙ୍କୁ ଉଭୟ ଇହଲୋକ ଏବଂ ପରଲୋକରେ ସୁଖ ଶାନ୍ତି ମିଳିନଥାଏ |
ଅଧିକ ଲୋଭ କଲେ ଧର୍ମ ନଷ୍ଟ ହୋଇଥାଏ | ଯେଉଁ ମଣିଷର ବୁଦ୍ଧି କଳୁଷିତ ହୋଇଥାଏ ଏବଂ ଯେଉଁମାନଙ୍କ ମଧ୍ୟରେ ନିଜର ଇନ୍ଦ୍ରିୟ ବା ଇଚ୍ଛାକୁ ନିଜ ବଶରେ କରିବା କ୍ଷମତା ନାହିଁ ସେମାନେ କେବେ ମଧ୍ୟ ଧର୍ମ ସମ୍ବନ୍ଧୀୟ କଥା ବୁଝିପାରିବେ ନାହିଁ ବୋଲି ବେଦ ବ୍ୟାସ କହିଛନ୍ତି |

   Related Posts