Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ନାବାଳିକାକୁ ଦୁଷ୍କର୍ମ ମାମଲାରେ ୭୦ ବର୍ଷ ବୟସ୍କ ଓ ଏହାର ସହଯୋଗୀକୁ ଆଜୀବନ ଜେଲ୍‌

21/12/2019 at 7:31 PM

କୋଟା ୨୧।୧୨: ନାବାଳିକାକୁ ଦୁଷ୍କର୍ମ ମାମଲାରେ ଦୁଇଜଣଙ୍କୁ ଆଜୀବନ କାରାଦଣ୍ଡା ଦେଶ ହୋଇଛି । ରାଜସ୍ଥାନ କୋଟାର ଏକ ପୋକ୍ସା କୋର୍ଟ ଏହି ରାୟ ଶୁଣାଇଛନ୍ତି । ନାବାଳିକାକୁ ଦୁଷ୍କର୍ମ ମାମଲାରେ ଜଣେ ୭୦ବର୍ଷର ବୟସ୍କ ବ୍ୟକ୍ତି ଓ ତାଙ୍କର ଜଣେ ୪୦ବର୍ଷର ସହଯୋଗୀଙ୍କୁ ଆଜୀବନ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ଦୁଇ ବର୍ଷର ତଳେ ଏହି ଘଟଣା ଘଟିଥିଲା ।  

ଶୁକ୍ରବାର ମାମଲାରେ ଶୁଣାଣି କରି ଦୋଷୀ ବାବୁଲାଲ ମାଳୀ (୭୦) ଓ ମୋହିତ ମାଳୀ (୪୦)କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ପୋକ୍ସୋ କୋର୍ଟ । ଦୁଇ ଜଣ ଦୋଷୀଙ୍କୁ ୩୫-୩୫ହଜାର ଟଙ୍କାର ଜୋରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ମାମଲାରେ ୧୪ଜଣଙ୍କ ବୟାନ ରେକର୍ଡ କରାଯାଇଛି । ଦେବଳୀ ମାଞ୍ଝି ଥାନାରେ ୩୦ମଇ ୨୦୧୭ରେ ଜଣେ ୧୩ବର୍ଷର ନାବାଳିକା ସହିତ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଦୁଇ ଜଣ ଗୋଟିଏ ଗାଁର ।

ସରକାରୀ ଓକିଲଙ୍କ କହିବାନୁସାରେ ଦୁଇ ବର୍ଷ ପୂର୍ବେ ନାବାଳିକା ସପ୍ତମ ଶ୍ରେଣୀରେ ପଢୁଥିଲେ । ସେହି ସମୟରେ ବାବୁଲାଲ ମାଳୀ ନାବାଳିକାକୁ କାକୁଡି ଖାଇବାକୁ ଦେବା ବାହାନରେ ଗାଁ ନିକଟରେ ଥିବା ଏକ କୂଅ ପାଖକୁ ଡାକି ନେଇଯାଇଥିଲା । ସେଠାରେ ବାବୁଲାଲ ଓ ତାର ସହଯୋଗୀ ମୋହିତ ମିଶି ନାବାଳିକାକୁ ଗଣଦୁଷ୍କର୍ମ କରିଥିଲେ । ଯଦି ନାବାଳିକା କାହାକୁ ଏକଥା କହିଲା, ତେବେ ତାକୁ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ ଦୁଇଜଣ । ନାବାଳିକା ସମସ୍ତ ଘଟଣା ସଂପର୍କରେ ପରିବାରକୁ ଜଣାଇଥିଲା । ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରି ଦୁଇଜଣଙ୍କୁ ଗିରଫ କରିଥିଲେ ।

   Related Posts