Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||

ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା

18/05/2019 at 2:11 PM

ବ୍ରହ୍ମପୁର ୧୮|୫: ମାଓ ନେତା ସବ୍ୟସାଚୀ ପଣ୍ଡା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବ୍ରହ୍ମପୁର ଏଡିଜେ-୧ କୋର୍ଟ ସବ୍ୟସାଚୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆଜୀବନ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

୨୦୧୪ ମସିହା ଜୁଲାଇ ୧୮ତାରିଖରେ ବଡବଜାର ଥାନା ଅନ୍ତର୍ଗତ ଚନ୍ଦ୍ର ରାଓଙ୍କ ଘରୁ ସେ ଗିରଫ ହୋଇଥିଲେ । ଗିରଫ ସମୟରେ ତାଙ୍କ ନିକଟରୁ ୮୦ ଗ୍ରାମ୍ ସୁନା ଅଳଙ୍କାର, ଦୁଇ ଲକ୍ଷ ଟଙ୍କା ସହ କମ୍ପ୍ୟୁଟର ସାମଗ୍ରୀ ଓ ବନ୍ଧୁକ ଜବତ ହୋଇଥିଲା । ଏସଟି ୩୩/୧୫, କେସ୍ ନଂ ୧୨୪/୧୪ ରେ ଶୁଣାଣି କରିଥିଲେ । ଏହି ମାମଲାରେ ୧୨୧ ଆଇପିସି ଧାରା ଅନୁଯାୟୀ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବ୍ରହ୍ମପୁର ଏଡିଜେ ୧ କୋର୍ଟ ।

ବିଭିନ୍ନ ମାଓ କାର୍ଯ୍ୟକଳାପରେ ଲିପ୍ତ ଥିବା ଦର୍ଶାଇ ଏଡିଜେ-୧ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୧୩୫ଟି ମାମଲାରୁ ୫୧ଟି ମାମଲାରେ ଖଲାସ୍ ହୋଇଥିବା ବେଳେ ୫୨ତମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ତେବେ ଏହି ରାୟ ବିରୋଧରେ ଉଚ୍ଚ ଅଦାଲତରେ ଆବେଦନ କରିବେ ବୋଲି ସବ୍ୟସାଚୀ କହିଛନ୍ତି ।

   Related Posts