ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ, ସମ୍ପତ୍ତି ପାଇଁ ସମ୍ପର୍କୀୟଙ୍କୁ କରିଥିଲା ହତ୍ୟା

Published By : Prameya-News7 Bureau | March 14, 2020 IST

ନିଶ୍ଚିନ୍ତକୋଇଲି ୧୪।୩: ବହୁ ଚର୍ଚ୍ଚିତ କଟକ ଜିଲ୍ଲା ମାହାଙ୍ଗା ଥାନା ଝାଡ଼େଶ୍ୱରପୁର ଗାଁର ପ୍ରଭାତ ପ୍ରଧାନ ହତ୍ୟାକାଣ୍ଡ ମାମଲାର ରାୟ ପ୍ରକାଶ । ଅଭିଯୁକ୍ତ ବାବାଜୀ ପ୍ରଧାନକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ସାଲେପୁର ଆଡିସିନଲ ଜିଲ୍ଲା ସେସନ ଜଜ୍ । ସମସ୍ତ ସାକ୍ଷ ପ୍ରମାଣକୁ ଆଧାରକରି ଆଜୀବନ ସଜ୍ଜା ପାଇଁ ରାୟ ଶୁଣାଇଛନ୍ତି କୋର୍ଟ ।

୨୦୧୮ ମେ ୧୬ରେ ରାତିରେ ଭୋଜିଖାଇ ଘରକୁ ଫେରିବା ବାଟରେ ପ୍ରଭାତ ପ୍ରଧାନଙ୍କୁ ହତ୍ୟା କରି ରାସ୍ତାକଡରେ ଫିଙ୍ଗିଦେଇଥିଲେ ଦୁର୍ବୃତ୍ତ । ସମ୍ପତ୍ତି ବିବାଦକୁ ନେଇ ନିଜ ସମ୍ପର୍କୀୟ ବାବଜୀ ପ୍ରଧାନ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ଏହାପରେ ଅଭିଯୁକ୍ତ ବାବାଜୀକୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଥିଲା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.