ନାତୁଣୀକୁ ବଳି ଦେଇଥିବା ଜେଜେକୁ ଆଜୀବନ କାରାଦଣ୍ଡ

Published By : Prameya-News7 Bureau | December 20, 2018 IST

ବାଲେଶ୍ବର ୨୦|୧୨:  ବଳି ଦେଇଥିବା ଜେଜେକୁ ଆଜୀବନ କାରାଦଣ୍ଡ । ନାତୁଣୀକୁ ମା' କାଳୀଙ୍କ ନିକଟରେ ବଳି ଦେଇଥିଲା ଜେଜେ । ହତ୍ୟାକାରୀ ଜେଜେକୁ ବାଲେଶ୍ବର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।

ସୂଚନା ଅନୁସାରେ ୨୦୧୭ ମସିହାରେ ବାଲେଶ୍ବର  ଔପଦା ଥାନା ବଧି  ଗାଁରେ ଏହି ଜଘନ୍ୟ କାଣ୍ଡ ଘଟିଥିଲା । ଗାଁର ମଦନ ସୁତାର ନିଜ ବଡ଼ ଭାଇର ପୁଅ କମଳାକାନ୍ତ ସୂତାରଙ୍କ ଝିଅ ଜସ୍ମିନୀକୁ ବଳି ଦେଇଥିଲା । ନିଜର କାଳୀ ସାଧନାକୁ ଚରିତାର୍ଥ କରିବା ପାଇଁ ବଳି ଦେଇଥିଲା ମଦନ । ନିଜ ଘରେ କେହି ନଥିବାର ସୁଯୋଗ ନେଇ ସେ ଏଭଳି ଜଘନ୍ୟକାଣ୍ଡ ଭିଆଇଥିଲା । ଜସ୍ମିନୀର ହାତକୁ ଛୁରୀରେ କାଟିବା ସହ ଏକ କଳାସୂତାରେ ତାର ତଣ୍ଟିକୁ ଚିପି ମାରିଦେଇଥିଲା ମଦନ । ପରେ ନିଜ ବାଡ଼ିପଟ କୁଟା ଗଦା ତଳେ ମୃତଦେହ ଲୁଚାଇ ରଖିଥିଲା । ନାତୁଣୀକୁ ବହୁ ଖୋଜାଖୋଜି ମଧ୍ୟ କରିଥିଲା ଅଭିଯୁକ୍ତ । ତେବେ ମଦନର ଗତିବିଧି ସନ୍ଦେହ ସୃଷ୍ଟି କଲା । ଲୋକେ ମଦନଙ୍କ ସାନ ପୁଅ ରିଙ୍କୁକୁ ପଚରା ଉଚରା କରିବା ପରେ ସେ ସବୁ ମାନିଯାଇଥିଲା । ବାପା ହତ୍ୟା କରିଥିବା ଦେଖିଛି ବୋଲି ମାନିଥିଲା ରିଙ୍କୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.