ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ଗର୍ଭବତୀ ମାମଲାରେ ଦୋଷୀ ଦୀପକକୁ ଆଜୀବନ କାରାଦଣ୍ଡ ଓ ଲକ୍ଷେ ୫ ହଜାର ଅର୍ଥଦଣ୍ଡ

Published By : Prameya-News7 Bureau | October 14, 2021 IST

ସୋନଭଦ୍ର ୧୪/୧୦ : ଉତ୍ତର ପ୍ରଦେଶ ସୋନଭଦ୍ରରେ ଦୁଇ ବର୍ଷ ପୂର୍ବରୁ ନାବାଳିକା ଛାତ୍ରୀଙ୍କ ସହ ଦୁଷ୍କର୍ମ ଓ ପରେ ଗର୍ଭବତୀ ହେବା ମାମଲାରେ ସ୍ୱତନ୍ତ୍ର ନ୍ୟାୟାଧୀଶ ପୋକ୍ସୋ ଆକ୍ଟ ପଙ୍କଜ ଶ୍ରୀବାସ୍ତବଙ୍କ ଅଦାଲତ ବୁଧବାର ଦିନ ଅଭିଯୁକ୍ତ ଦୀପକ ଭାରତୀକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ତାଛଡା ଦୀପକ ଉପରେ ଏକ ଲକ୍ଷ ୫ ହଜାର ଟଙ୍କା ଅର୍ଥ ଦଣ୍ଡ ମଧ୍ୟ ଲଗାଯାଇଛି। ଜରିମାନା ନ ଦେଲେ ୬ ମାସ ଅତିରିକ୍ତ କାରାଦଣ୍ଡ ଭୋଗିବାକୁ ପଡିବ। ଏବେ ସୁଦ୍ଧା ଜେଲରେ କାଟିଥିବା ଅବଧି ଦଣ୍ଡରେ ସାମିଲ କରାଯିବ। କୋର୍ଟ କହିଛନ୍ତି ଯେ ଅର୍ଥ ଦଣ୍ଡର ପୁରା ଧନ ରାଶି ନିୟମାନୁସାରେ ପୀଡିତାଙ୍କୁ ମିଳିବ।

ଅଭିଯୁକ୍ତ ପକ୍ଷ ଅନୁଯାୟୀ, ଶକ୍ତିନଗର ଥାନା ଅନ୍ତର୍ଗତ ଏକ ଗାଁରେ ପୀଡିତାଙ୍କ ମା' ୨୦୧୯ ଅକ୍ଟୋବର ୧ ତାରିଖରେ ଅଭିଯୋଗ କରିଥିଲେ ଯେ ତାଙ୍କର ୧୫ ବର୍ଷୀୟ ନାବାଳିକା ଝିଅକୁ ସହ ୬-୭ ମାସ ହେଲା ଜୀବନରେ ମାରିଦେବାକୁ ଧମକ ଦେଇ ଶକ୍ତିନଗର ଥାନା କ୍ଷେତ୍ରର ତାରାପୁରର ଦୀପକ ଭାରତୀ ଜୋର ଜବରଦସ୍ତ ଦୁଷ୍କର୍ମ କରୁଥିଲା। ଫଳରେ ତାଙ୍କ ଝିଅ ଗର୍ଭବତୀ ହୋଇଥିଲେ। ଅଭିଯୋଗ କ୍ରମେ ପୋଲିସ ଦୁଷ୍କର୍ମ ଓ ପୋକସୋ ଆକ୍ଟ ଅନୁଯାୟୀ ଦୀପକ ବିରୋଧରେ ମାମଲା ରୁଜ୍ଜୁ କରି ଯାଞ୍ଚ କରିଥିଲା।

ପର୍ଯ୍ୟାପ୍ତ ପ୍ରମାଣ ମିଳିବା ପରେ ଯାଞ୍ଚକର୍ତ୍ତା କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରିଥିଲେ। ମାମଲାର ଶୁଣାଣି କରି କୋର୍ଟ ଉଭୟ ପକ୍ଷର ଓକିଲଙ୍କ ଯୁକ୍ତି ଶୁଣିବା ପରେ ସାକ୍ଷୀ ତଥା ରେକର୍ଡକୁ ଦୃଷ୍ଟିରେ ରଖି ଅଭିଯୁକ୍ତ ଦୀପକକୁ ଦୋଷୀ ପାଇଥିଲେ ଓ ଆଜୀବନ କାରାଦଣ୍ଡ ଏବଂ ଏକ ଲକ୍ଷ ପାଞ୍ଚ ହଜାର ଟଙ୍କା ଜୋରିମାନା ଶୁଣାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ସରକାରୀ ଓକିଲ ଦୀନେଶ ଅଗ୍ରହରି ଏବଂ ସତ୍ୟପ୍ରକାଶ ତ୍ରିପାଠୀଙ୍କ ଯୁକ୍ତି ଦର୍ଶାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.