Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ରାଇରଙ୍ଗପୁର : ଗୁଣିଗାରେଡି ସନ୍ଦେହକୁ ନେଇ ହତ୍ୟାକାଣ୍ଡ : ୩ ସୁପାରୀ କିଲର ଗିରଫ
  • ||
  • ନୂଆଦିଲ୍ଲୀ : ଦୁଇ ସରକାରୀ ବ୍ୟାଙ୍କର ଘରୋଇକରଣ ପ୍ରସ୍ତାବକୁ ବିରୋଧ, ଆସନ୍ତା ୧୬ରୁ ଦୁଇ ଦିନିଆ ହରତାଳ ଚେତାବନୀ ଦେଲା ୟୁଏଫବିୟୁ
  • ||

ବ୍ଲାକମେଲିଂ କରି ବର୍ଷେ ଯାଏଁ ଛାତ୍ରୀଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଶିକ୍ଷକଙ୍କୁ ମିଳିଲା ଆଜୀବନ କାରାଦଣ୍ଡ

9/03/2021 at 6:02 PM

ହାଜିପୁର ୦୯।୦୩: ବିହାରରେ ହାଜିପୁରର ପୋକ୍ସୋର ସ୍ଵତନ୍ତ୍ର ଅଦାଲତ  ଛାତ୍ରୀଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ଦୁଷ୍କର୍ମ କରିଥିବା ଶିକ୍ଷକଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିଛନ୍ତି। ସ୍କୁଲ ଛାତ୍ରୀଙ୍କ ସହ ଦୁଷ୍କର୍ମ ଓ ବ୍ଲାକମେଲିଂ ମାମଲାରେ ଅଭିଯୁକ୍ତ ଶିକ୍ଷକଙ୍କୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ଶିକ୍ଷକ ଓ ତାଙ୍କ ସହ ଅଭିଯୁକ୍ତ ସାଙ୍ଗକୁ କୋର୍ଟ ଏକ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଲଗାଯାଇଛନ୍ତି।

ଏହି ଲଜ୍ଜାଜନକ ଘଟଣା ବିହାରର ବୈଶାଳୀ ଜିଲ୍ଲାର ମହନାରରେ ଘଟିଛି। ଏଠାରେ ଜଣେ ସ୍କୁଲ ଶିକ୍ଷକ ଏବଂ ତାର ସାଙ୍ଗ ଏକ ବର୍ଷ ପର୍ଯ୍ୟନ୍ତ ନାବାଳିକା ଛାତ୍ରୀଙ୍କୁ ଯୌନ ଶୋଷଣ କରି ଚାଲିଥିଲେ। କେବଳ ଏତିକି ନୁହେଁ ଉଭୟ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ଛାତ୍ରୀଙ୍କୁ ବ୍ଲାକମେଲିଂ କରୁଥିଲେ। ବର୍ଷେ ଧରି ଉତ୍ପୀଡନର ଶିକାର ହେବା ପରେ ଛାତ୍ରୀଜଣକ ମାନସିକ ଅବସାଦ ଦେଇ ଗତି କରୁଥିଲେ। ଘଟଣା ବିଷୟରେ ଜାଣିବା ପରେ ପରିବାର ଲୋକେ ଥାନାରେ ଏଫଆଇଆର ରୁଜୁ କରିଥିଲେ।

ପୋଲିସ ଅନୁଯାୟୀ, ୨୦୧୯ ମାର୍ଚ୍ଚରେ ଏହି ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଥିଲା। ମହନାରର ପାନାପୁର ଅନ୍ତର୍ଗତ ହରଗୋବିନ୍ଦପୁରର ସରକାରୀ ସ୍କୁଲରେ ପିଙ୍କି(କାଳ୍ପନିକ ନାମ) ଅଷ୍ଟମ ଶ୍ରେଣୀର ଛାତ୍ରୀ ଥିଲେ। ତାଙ୍କୁ ଉକ୍ତ ସ୍କୁଲର ଶିକ୍ଷକ ଅଭିଷେକ ଓ ତାଙ୍କର ଜଣେ ଡ୍ରାଇଭର ସାଙ୍ଗ ବର୍ଷେ ଧରି ନାବାଳିକାକୁ ଦୁଷ୍କର୍ମ କରି ଆସୁଥିଲେ। କୌଶଳ କ୍ରମେ ଅନ୍ତରଙ୍ଗ ଦୃଶ୍ୟର ଭିଡିଓ ପ୍ରସ୍ତୁତ କରିଥିଲେ। ଅଭିଯୁକ୍ତ ଶିକ୍ଷକ ଛାତ୍ରୀଙ୍କୁ ସାମାଜିକ ଗଣମାଧ୍ୟମରେ ଭିଡିଓ ଅପଲୋଡ୍ କରିବାର ଧମକ ଦେଖାଇ ଲଗାତାର ଯୌନ ଶୋଷଣ କରି ଚାଲିଥିଲେ।

ପୀଡିତାଙ୍କ ବାପା ହାଇଦ୍ରାବାଦରେ କାମ କରୁଥିବା ବେଳେ ଯୁବତୀ ମାଙ୍କ ସହିତ ଘରେ ରହି ପଢାପଢି କରୁଥିଲେ। ଲଗାତାର ବ୍ଲାକମେଲିଂ ଫଳରେ ଯୁବତୀ ଡିପ୍ରେସନର ଶିକାର ହୋଇଥିଲେ। ପ୍ରାୟ ଏକ ବର୍ଷ ପରେ ଯୁବତୀଙ୍କ ବାପା ପୂରା ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ପରେ ମାମଲା ଥାନା ପର୍ଯ୍ୟନ୍ତ ପହଞ୍ଚିଥିଲା। ଅଭିଯୋଗ ଆଧାରରେ ପୋଲିସ ତ୍ଵରିତ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୁକ୍ତ ଶିକ୍ଷକ ଓ ତାର ସାଙ୍ଗକୁ ଗିରଫ କରିଥିଲା।

ପୋକ୍ସୋର ସ୍ଵତନ୍ତ୍ର ଅଦାଲତରେ ମାମଲାର ଶୁଣାଣି ଚାଲିଥିଲା। ଆଜି ରାୟ ପ୍ରକାଶ କରି ଏଡିଜେ ଆଶୁତୋଷ କୁମାର ଝା ଅଭିଯୁକ୍ତ ଶିକ୍ଷକ ଓ ତାଙ୍କ ସାଙ୍ଗକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ଉଭୟଙ୍କ ଉପରେ ଏକ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଲଗାଯାଇଛି। ଅନ୍ୟପଟେ ୧୨ ବର୍ଷ ବୟସରେ ଏହି ଜଘନ୍ୟ କାଣ୍ଡର ଶିକାର ହୋଇଥିବା ପୀଡିତାଙ୍କ ପାଇଁ କୋର୍ଟ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।

   Related Posts