Thursday, September 19, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରେମ ପାଇଁ ଜୀବନ ଗଲା: ୧୯ବର୍ଷୀୟ ଯୁବକଙ୍କୁ ମୃତ୍ୟୁମୁହଁକୁ ଠେଲିଦେଲା ବିବାହିତା ମହିଳାଙ୍କ ପ୍ରେମ

ମୁମ୍ବାଇ୧୧|୭: ବିବାହିତା ପ୍ରେମିକାକୁ ଦେଖାକରିବାକୁ ଯାଇ ଆଉ ଫେରିଲେ ନାହିଁ ୧୯ ବର୍ଷୀୟ ଯୁବକ। ବିହାରର ଜଣେ ଯୁବକ ମୁମ୍ବାଇ ରହୁଥିବା ଜଣେ ବିବାହିତ ମହିଳାଙ୍କ ପ୍ରେମରେ ପଡ଼ିଯାଇଥିଲେ। ସଂପୃକ୍ତ ହିଳାଙ୍କୁ ଦେଖାକରିବା ପାଇଁ ବିହାରରୁ ମୁମ୍ବାଇ ଆସିଥିଲେ। ଯୁବକ ମହିଳାଙ୍କୁ ଦେଖା କରିବା ନିମନ୍ତେ ୯ ମହଲା କୋଠା ଚଢ଼ିବା ପାଇଁ ଉଦ୍ୟମ କରିଥିଲେ ଏବଂ ଶେଷରେ ସଫଳ ମଧ୍ୟ ହୋଇଥିଲେ।

 ବହୁ ଚେଷ୍ଟା ପରେ ଝରକା​‌​‌ରେ ବିବାହିତ ପ୍ରେମିକାକୁ ଯୁବକ ଦେଖିଥିଲେ। ମହିଳାଙ୍କ ସ୍ବାମୀ ଉପସ୍ଥିତ ଥିବାରୁ ଯୁବକ ଜଣଙ୍କ ଖସି ଆସିବାକୁ ଚେଷ୍ଟା କରିବା ସମୟରେ ୯ ମହଲା କୋଠାରୁ ତଳକୁ ଖସି ପଡ଼ିଥିଲେ। ରାତି ପ୍ରାୟ ସାଢ଼େ ୨ଟା ସମୟରେ ଦରୁଆନ ପାଣି ଟାଙ୍କି ଭର୍ତ୍ତି କରିବାକୁ ଯିବା ସମୟ​‌ରେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତ ଦେହ ଦେଖିଥିଲେ। ହଠାତ୍ ଦରୁଆନ ପାଖରେ ଥିବା ଲୋକମାନଙ୍କୁ ଡ଼ାକି ଦେଖାଇଥିଲେ।

ଖବରପାଇ ଘଟଣାସ୍ଥଳରେ ପୋଲିସ ଆସି ପହଞ୍ଚିବା ପରେ ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ପାଇଁ ଆସିଥିବା ପୋଲିସଙ୍କ ମଧ୍ୟରୁ ଜଣେ ପୋଲିସ ମୃତ ଯୁବକଙ୍କୁ ଜାଣିଛନ୍ତି ବୋଲି କହିଥିଲେ। ୨ ବର୍ଷ ପୂର୍ବରୁ ମୃତ ଯୁବକ ନିଜ ସଂପର୍କୀୟଙ୍କ ପାଖରେ ବିଓ୍ବାଇଏଲ ନେୟାର ହସ୍ପିଟାଲ ପାଖରେ ଥିବା ବିଲିଡିଂରେ ରହୁଥିଲେ ବୋଲି ପୋଲିସ କର୍ମଚାରୀ କହିଥିଲେ।

 ସୂଚନାନୁଯାୟୀ, ୯ ମହଲା ବିଲଡିଂରେ ରହୁଥିବା ୨୪ ବର୍ଷିୟା ମହିଳାଙ୍କ ପ୍ରେମରେ ପଡ଼ିଯାଇଥିଲେ ୧୯ବର୍ଷୀୟ ଯୁବକ। ଏପରିକି ମହିଳାଙ୍କ ସହିତ ସଂପର୍କ ରଖିଥିଲେ ସେହି ଯୁବକ । କିଛିଦିନ ପରେ ଯୁବକ ଜଣକ ବିହାର ଯିବା ପରେ ପୁଣି ବିବାହିତ ମହିଳାଙ୍କୁ ଦେଖାକରିବାକୁ ୯ ମହଲା ବିଲଡିଂ ଉପରକୁ ଚଢ଼ିଥିଲେ। ମହିଳାଙ୍କ ସ୍ବାମୀଙ୍କୁ ଦେଖି ଫେରିବାକୁ ଚେଷ୍ଟା କରିବା ସମୟରେ ତଳକୁ ଖସି ତାଙ୍କର ମୃତ୍ୟୁ ହୋଥିଲା। ସ୍ଥାନୀୟ ପୋଲିସ ଏହା ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ରେକର୍ଡ କରିଛି।

706 Views

   ସମ୍ବନ୍ଧିତ ଖବର