Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||

ପୁରୀରେ ଭାସିଯିବାବେଳେ ଗଭୀର ସମୁଦ୍ରରୁ ଯୁବକଙ୍କୁ ଉଦ୍ଧାର କଲେ ଲାଇଫ୍ ଗାର୍ଡ, ଦେଖନ୍ତୁ ଲାଇଭ୍ ଭିଡିଓ

8/10/2019 at 4:18 PM

ପୁରୀ ୮।୧୦:  ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ପୁରୀକୁ ଆସି ସମୁଦ୍ର ସ୍ନାନ କରି ବେଶ୍ ମଜା ନେଇଥାନ୍ତି । କିନ୍ତୁ ବେଳେବେଳେ ସମୁଦ୍ର ସ୍ନାନ ସେମାନଙ୍କ ପାଇଁ ବିପଦ ଡାକିଆଣେ । ପ୍ରତିଦିନ ଲାଇଫଗାର୍ଡ଼ ମାନେ ଅନେକ ଲୋକଙ୍କୁ ବିପଜ୍ଜନକ ଅବସ୍ଥାରେ ଉଦ୍ଧାର କରିଥାନ୍ତି ତାହା ଆଜି ସମୁଦ୍ର କୂଳରେ ଦେଖିବାକୁ ମିଳିଥିଲା ।

ଆଜି ପୁରୀ ସମୁଦ୍ର କୂଳରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ । ଭୁବନେଶ୍ବର ଇନଫୋସିଟି ଥାନା ଶିଖରଚଣ୍ଡି ଅଞ୍ଚଳର ରାଜା ସାହୁ ସମୁଦ୍ରରେ ସ୍ନାନ କରିବା ବେଳେ ଅସାବଧାନତା ବଶତଃ ଭାସିଯାଇଥିଲେ । ତେବେ ତାଙ୍କୁ ଲାଇଫ୍ ଗାର୍ଡ ଉଦ୍ଧାର କରିଥିଲେ । ଯାହାର ଲାଇଭ ଭିଜୁଆଲ ହସ୍ତଗତ ହୋଇଛି ।

ଭିଜୁଆଲରେ ଦେଖିବାକୁ ମିଳିଛି ଯେ, ଲାଇଫଗାର୍ଡ଼ କର୍ମଚାରୀମାନେ ସଂପୃକ୍ତ ଯୁବକଙ୍କୁ ଉଦ୍ଧାର କରି କୂଳକୁ ଆଣୁଛନ୍ତି । ରାଜା ଭାସିଯାଇଥିବା ଜାଣିବା ପରେ ତୁରନ୍ତ ଲାଇଫଗାର୍ଡ଼ ପାଣିକୁ ଡେଇଁ ଟ୍ୟୁବ୍ ମାଧ୍ୟମରେ ତାଙ୍କୁ  ଟାଣି ଟାଣି କୂଳକୁ ଆଣିଥିଲେ। ପାଣି ପିଇ ଦେଇଥିବା ବେଳେ ରାଜାଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା ।

ଲାଇଭ୍ ଭିଜୁଆଲରେ ସ୍ପଷ୍ଟ ଦେଖାଯାଉଛି କିଭଳି ଧୀରେ ଧୀରେ ପାଣିରୁ ଉଦ୍ଧାର କରିଛନ୍ତି ଲାଇଫଗାର୍ଡ଼ । ଯେଉଁଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ଭାସିଯାଇଥିବା ବ୍ୟକ୍ତି ବଞ୍ଚିବା ମୁସ୍କିଲ ଥିଲା । ମାତ୍ର ଲାଇଫଗାର୍ଡ଼ କର୍ମଚାରୀଙ୍କ ଅଦମ୍ୟ ଚେଷ୍ଟା ଯୋଗୁଁ ଜଣଙ୍କର ଜୀବନ ବଞ୍ଚିଯାଇଛି । ସମୁଦ୍ରରେ ବୁଡି ଯାଉଥବା ରାଜାଙ୍କୁ ଲାଇଫଗାର୍ଡ଼ ଲଲାଟ ବେହେରା, ଜି ଜଗଦିଶ୍, ଜି ବାବାଜୀ ଉଦ୍ଧାର କରିଛନ୍ତି ।

   Related Posts