ଶିକୁଳିରେ ବନ୍ଧା ସୁନେଲୀ ଭବିଷ୍ୟତ– ସୁନାମ ଦେଇଥିଲା କବାଡି, ଏବେ ଗୋଡରେ ବେଡି

Published By : Prameya-News7 Bureau | November 18, 2019 IST

ନୂଆପଡା ୧୮।୧୧ -  ଦିନେ ନିଜର ପ୍ରତିଭା ଯେ।ଗୁଁ ସମସ୍ତଙ୍କ ପ୍ରିୟ ଥିଲେ । କିନ୍ତୁ ବିଧିର ବିଧାନ ।ରାଜ୍ୟସ୍ତରୀୟ କବାଡି ପ୍ରତିଯେ।ଗିତାରେ ସୁନାମ ଆଣିଥିବା   ଯୁବକଙ୍କ ଗେ।ଡରେ ଏବେ ବେଡି । ନୂଆପଡା ଜିଲ୍ଲା ସଦର ବ୍ଲକ ସାରାବଙ୍ଗ ଗାଁ ର କବାଡି ଖେଳାଳି କ୍ଷେମରାଜ ମାଝିଙ୍କ କଥା ।

{"id":186274,"sizeSlug":"large"}

ଗେ।ଡରେ ପଡିଛି ବେଡି । ବେଡି ସହିତ ବାନ୍ଧି ହେ।ଇଯାଇଛି ସୁନେଲୀ ଭବିଷ୍ୟତ ।ଏ ଯୁବକ ଜଣକ ହେଉଛନ୍ତି ନୂଆପଡା ଜିଲ୍ଲା ସାରାବଙ୍ଗ ଗାଁର କବାଡି ଖେଳାଳି କ୍ଷେମରାଜ ମାଝି । କ୍ଷେମରାଜ ମାଟ୍ରକିରେ ଭଲ ରେଜଲ୍ଟ କରିଥିଲେ । ଗରିବ ଶ୍ରଣୀର ହେ।ଇଥିବାରୁ ପାଠପଢାରେ ଲାଗିଲା ଡେ।ରୀ । କିନ୍ତୁ କବାଡି ଖଳରେ ଭଲ ପ୍ରଦର୍ଶନ କରି ନିଜର ପରିଚୟ ସୃଷ୍ଟି କରିପାରିଥିଲେ । ଏବେ ଘରେ ଥାକ ଥାକ ସାର୍ଟିଫିକେଟ୍ । କିନ୍ତୁ ୨ ମାସ ହେବ ମାନସିକ ବିକାରଗ୍ରସ୍ତ ପାଲଟି ଯାଇଛନ୍ତି କ୍ଷେମରାଜ । କେତେବେଳେ ହସୁଛନ୍ତି, କେତବେଳେ ରାଗୁଛନ୍ତି ।ପୁଅର ଏଭଳି ଅସ୍ବାଭାବିକ ଆଚରଣ ଦେଖି ଭୟଭୀତ ହେ।ଇ ପଡିଛନ୍ତି ପରିବାର । କାଳେ କଣ କରି ବସିବ, ଅଘଟଣ ଘଟାଇବା ଭୟରେ ତାଙ୍କ ଗେ।ଡରେ ଶିକୁଳି ପକାଇ ରଖିଛନ୍ତି । 

{"id":186275,"sizeSlug":"large"}

ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ମୁଣ୍ଡ ଭଲ ହେଲା ନାହିଁ , କାଳେ କିଏ ପୁଅ କୁ ଗୁଣି କରି ଦେଇଛି ସେଥିପାଇଁ ଗୁଣି ଗାରେଡି ମଧ୍ୟ କଲେ ହେଲେ ରୋଗ ଭଲ ହେଉନି । ଏବେ ପୁଣି ଡାକ୍ତରି ଚିକିତ୍ସା କୁ ବିଶ୍ବାସ କରି ସହାୟତା ଆଶାରେ ପରିବାର ଲୋକେ ମୁଣ୍ଡ ରେ ହାତ ଦେଇ ବସିଛନ୍ତି । ସେପଟେ ସକାଳୁ ଖାଇବା ସାରି ଘରୁ ବାହାରି ଯାଉଛି କ୍ଷେମରାଜ ଆଉ ଦିନସାରା ଘରକୁ ଫେରୁନି । ବାହାରେ ବାହାରେ ଭୋକ ଉପାସରେ ଦିନ କାଟି ପୁଣି ସଂନ୍ଧ୍ୟାରେ ଘରକୁ ଫେରୁଛି । ଚାଲି ଚାଲି ଗୋଡ ହାତରେ ବିଣ୍ଡା ପଡି ଗଲାଣି । ଆଜିବି ହାତରେ ମୋବାଇଲ ଧରିଛି ହେଲେ ବେଳେ ବେଳେ ଏଭଳି ହେଉଛି ଯେ ଲୋକଙ୍କୁ ଯାହାନାହିଁ ତାହା କହିବା ସହ ମାରିବାକୁ ଧାଉଁଛି । ଶିକୁଳି ସିନା ପକାଇଛି ହେଲେ ମାଁ ମନ ବୁଝୁନି । କେବେ ପୂଅ ର ଦେହ ଭଲ ହେବ ସେ ନେଇ ଚିନ୍ତାରେ ବସିଛି । ଏପଟେ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ଯାଇ ଭେଟିଥିଲେ ଆମ ପ୍ରତିନିଧି । ପ୍ରତ୍ୟେକ ମଙ୍ଗଳବାର ଦିନ ମେଣ୍ଟାଲ ରୋଗୀମାନଙ୍କୁ ଚିକିତ୍ସା କରାଯିବାର ବ୍ୟବସ୍ଥା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ରହିଛି ସେଥିରେ ତାଙ୍କର ଚିକିତ୍ସା କରାଯିବ ଏହାସହ ସ୍ବାସ୍ଥ୍ୟାବସ୍ଥା ଯଦି ଠିକ ନହୁଏ ତେବେ ତାକୁ ସମସ୍ତ ସରକାରୀ ସହାୟତା ସାହାଯ୍ୟରେ ବୁର୍ଲା ପଠେଇ ଚିକିତ୍ସା କରିବାର ବ୍ୟବସ୍ଥା କରିବୁ ବୋଲି ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରି ଜୋସ୍ନାରାଣୀ ପଟ୍ଟନାୟକ କଥା ଦେଇଛନ୍ତି ।

ସାଧାରଣ ଜନତା ଙ୍କୁ ସ୍ବାସ୍ଥ୍ୟସେବା ତଥା ଲୋକଙ୍କୁ ସଚେତନତା କରିବା ପାଇଁ ତଳ ସ୍ତରରେ ଅନେକ ବିଭାଗୀୟ କର୍ମଚାରୀ ରହିଛନ୍ତି । ହେଲେ ଆଜିବି ଲୋକେ ଡାକ୍ତରୀ ଚିକିତ୍ସା ବଦଳରେ ଗୁଣି ଗାରେଡି କୁ ବିଶ୍ବାସ କରି ରୋଗ କୁ ଆହୁରି ଆମନ୍ତ୍ରଣ କରୁଛନ୍ତି । ତେବେ ଗରିବ ତଥା ନିରୀହ ଲୋକଙ୍କ ସ୍ବାସ୍ଥ୍ୟସେବା ପ୍ରତି ଧ୍ୟାନ ନଦେଲେ ଆଗାମି ଦିନରେ ଆଉ ଯେ କେତେ ଏଭଳି ପ୍ରତିଭା ଲୁପ୍ତ ହୋଇଯିବ ତାହା ଜଳ ଜଳ ହୋଇ ଦିଶୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.