ଭାଗ-୧:କେମିତି ଅଟେ ମୃତ୍ୟୁ ପର ରହସ୍ୟମୟ ଦୁନିଆ
25/12/2019 at 10:08 AM

ମୃତ୍ୟୁ ପରେ କଅଣ ହୁଏ ଏହା ଅନେକଙ୍କୁ ଅଜଣା । ସମସ୍ତରେ ଏକ ପ୍ରହେଳିକା ମଧ୍ୟରେ ରହିଥାଆନ୍ତି । ଏମିତି ଅନେକ ନଜିର ରହିଛି ଜନ୍ମ ହେବାପରେ ଛୋଟ ପିଲାବେଳୁ ଅନେକ ତାଙ୍କ ପୂର୍ବ ଜନ୍ମ କଥା କହିଥାଆନ୍ତି । କିଛି ଲୋକ ମୃତ୍ୟୁ ପରର ରହସ୍ୟମୟ ଦୁନିଆ ବିଷୟରେ ବିଶ୍ୱାସ କରୁଥିବା ବଳେ ଅନେକ ଲୋକ ବୈଜ୍ଞାନିକ ସିଦ୍ଧାନ୍ତ ନଥିବାରୁ ଏହାକୁ ବିଶ୍ୱାସ କରନ୍ତି ନାହିଁ । କିଛି ଲୋକ ଅଧା ବିଶ୍ୱାସ ଅଦା ଅବିଶ୍ୱାସ କରନ୍ତି ।

କିଛି ଲୋକ ମୃତ୍ୟୁ ପରେ ପୁଣି ଜୀବିତ ହୋଇଥାଆନ୍ତି ।
ଡାକ୍ତର ମୃତ ଘୋଷଣା କରିବା ପରେ ବି ଅନେକ ଲୋକ ଶ୍ମଶାନରୁ ଜୀବିତ ହୋଇ ଘରକୁ ଫେରି ଥାଆନ୍ତି । ଏପରି ଘଟଣା ଓଡ଼ିଶାରେ ବି ଘଟିଛି । ସେମାନେ ବି ଏକ ରହସ୍ୟ ମୟ ଦୁନିଆ କଥା କହିଥାଆନ୍ତି । ମେଡିକାଲ୍ ସାଇନସ୍ରେ ନିୟର ଡେଥ୍ ଏକ୍ସପରିଏନସ୍ରେ କୁହାଯାଇଥାଏ ।ମାତ୍ର ଅନ୍ୟମାନେ ଏହାକୁ ଅନ୍ୟ ଦୁନିଆର କଥା ବୋଲିକହିଥଆନ୍ତି । ଏ କଥା ବୁଝିବା ପାଇଁ ଅନେକ ଗବେଷଣା ଚାଲିଛି । ମସ୍ତିଷ୍କ ନିକଟକୁ ଅକ୍ସିଜେନ୍ ବା ଅମ୍ଲଜାନ ପହଞ୍ଚିବାକୁ ନ ଦିଆଯାଇ ସେହି ଦୁନିଆ ପର୍ଯ୍ୟନ୍ତ ପହଞ୍ଚିବାକୁ ଚେଷ୍ଟାକରାଯାଇଛି ।

.
ପିଟର ନାମକ ବ୍ୟକ୍ତି ଏବେ ମୃତ୍ୟୁ ପର ଅନୁଭୂତି କହିଛନ୍ତି । ଡାକ୍ତରମାନେ ଏହାକୁ ନିୟର ଡେଥ୍ ଏକ୍ସପରିଏନସ୍ ବୋଲି କହିଛନ୍ତି । ଏହାକୁ ଶୁଣିବା ପରେ ଅନେକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

କେମିତି ରହିଥାଏ ମୃତ୍ୟୁ ପରର ଦୁନିଆ ।
ନିୟର ଡେଥ୍ ଏକ୍ସପରିଏନସ୍ ରିସର୍ଚ୍ଚ ଫାଉଣ୍ଡେସନ୍ରେ ଓ୍ୱେସାଇଟ୍ରେ ପିଟରଙ୍କ ଏହି ଅନୁଭୂତି ସମ୍ପର୍କରେ ଉଲ୍ଲେଖ ରହିଛି । ପିଟର ମାର୍ଚ୍ଚ ୧୦ , ୨୦୧ ମସିହାରେ ଏହି ଅନୁଭୂତି ପାଇଥିଲେ ।
ସେହି ସମୟରେ ସେ ପାଣିରେ ବୁଡିଯାଇଥିଲେ । ଏହାପରେ ତାଙ୍କ ଆଗରେ ଅନ୍ଧାର ହିଁ ଅନ୍ଧାର ଥିଲା । ଏହାପରେ କଳା ରଙ୍ଗର କପଡା ପିନ୍ଧିଥିବା ମହିଳାଙ୍କୁ ଦେଖିଥିଲେ । ଏହି ସମୟରେ ସେ ପାଣିରେ ବୁଡି ମୃତପ୍ରାୟ ହୋଇସାରିଥିଲେ । ସେ କେବଳ ସେହି ମହିଳାଙ୍କର ଛାୟା ଦେଖିଥିଲେ । ମାତ୍ର ତାଙ୍କର ମୁହଁ ଦେଖି ନଥିଲେ । ମାତ୍ର ପରେ ପିଟରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତକରାଯାଇଥିଲା । ଡାକ୍ତର୍କ ଅକ୍ଲାନ୍ତ ପରିଶ୍ରମ ପରେ ସେ ପୁଣି ଜୀବିତ ହୋଇ ପାରିଥିଲେ ।
ଏବେ ମାତ୍ର କିଛି ଦିନ ପୂର୍ବରୁ ଇବା ନାମକ ମହିଳାଙ୍କର ନିୟର ଡେଥ୍ ଏକ୍ସପରିଏନସ୍ ହୋଇଥିଲା । ସେ ମୃତ୍ୟୁପରେ ଶରୀରରୁ ବାହାରି ଯାଇଥିବା କଥା କହିଛନ୍ତି। ଏଥିରେ ତାଙ୍କ ଆତ୍ମା ବିନା ଶରୀରରେ ଅନ୍ୟ ଏକ ରହସ୍ୟ ମୟ ଦୁନିଆକୁ ଯାଇଥିବା କଥା ସେ ସୂଚନା ଦେଇଛନ୍ତି ।
ଏହା ଆଜତକ୍ରେ ବାହାରିଥିବା ଖବର ଅନୁଯାୟୀ ଅନୁବାଦିତ