Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଚୀନ କବ୍‌ଜାରେ ଭାରତର ପ୍ରାୟ ୬୦ ବର୍ଗ କିମି ଅଞ୍ଚଳ ! ପୂର୍ବତନ ଲେଫ୍ଟନାଣ୍ଟ ଜେନେରାଲଙ୍କ ଲେଖା ସେୟାର କଲେ ରାହୁଲ ଗାନ୍ଧୀ

5/06/2020 at 5:52 PM

ନୂଆଦିଲ୍ଲୀ ୦୫।୦୬: ଭାରତ ଓ ଚୀନ ମଧ୍ୟରେ ପୂର୍ବ ଲଦାଖରେ ଜାରି ଗତିରୋଧକୁ ସମାପ୍ତ କରିବା ଉଦ୍ଦେଶ୍ୟରେ ଆସନ୍ତାକାଲି ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ  ଏଚଏସ ପନାଗ ଦାବି କରିଛନ୍ତି, ଜୁନ ୬ରେ ହେବାକୁ ଥିବା ଆଲୋଚନାରେ ଚୀନର ପଲ୍ଲା ଭାରି ରହିବ କାରଣ ପୂର୍ବ ଲଦାଖର ତିନୋଟି ଅଞ୍ଚଳରେ ଭାରତର ପ୍ରାୟ ୪୦ ରୁ ୬୦ ବର୍ଗ କିମି ଉପରେ ଚୀନ କବ୍‌ଜା କରିଛି। ଏବେ ଚୀନ ଏମିତି ସର୍ତ୍ତ ରଖିବାକୁ ଚେଷ୍ଟା କରିବ ଯାହା ଭାରତ ପାଇଁ ସହଜ ହେବ ନାହିଁ। ଯଦି ଭାରତ ସର୍ତ୍ତ ନମାନେ ତେବେ ଚୀନ ସୀମିତ ଯୁଦ୍ଧ ମଧ୍ୟ  ଲଢିପାରେ।

କଂଗ୍ରେସର ପୂର୍ବତନ ସଭାପତି ତଥା କେରଳର ଓ୍ଵାଏନାଡ ସାଂସଦ ରାହୁଲ ଗାନ୍ଧୀ ଏକ ନ୍ୟୁଜ୍‌ ଓ୍ଵେବସାଇଟ୍‌ରେ ପ୍ରକାଶିତ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲଙ୍କ ଏହି ଆର୍ଟିକିଲ୍‌କୁ ଟୁଇଟ୍‌ କରିଛନ୍ତି। ରାହୁଲ ଲେଖିଛନ୍ତି, ସମସ୍ତ ଦେଶଭକ୍ତଙ୍କୁ ଜେନେରାଲ ପନାଗଙ୍କ ଆର୍ଟିକିଲ୍‌ ପଢିବା ଉଚିତ୍। ସେ ନିଜର ଟୁଇଟ୍‌ରେ ଆର୍ଟିକିଲ୍‌ର ଏକ ଧାଡିକୁ ମଧ୍ୟ ଉଲ୍ଲେଖ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଜେନେରାଲ ପନାଗ ୨୦୧୪ରେ ଆମ୍‌ ଆଦମୀ ପାର୍ଟିରେ ଯୋଗ  ଦେଇଥିଲେ।

ଚୀନର ପଲ୍ଲା ଭାରି- ପନାଗ

ଜେନେରାଲ ପନାଗ ନିଜର ଆର୍ଟିକିଲ୍‌ରେ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ଚୀନ୍‌ ଆମ୍‌ ଭୂମି କବ୍‌ଜା କରିଛି, ଏଥିପାଇଁ ଚୀନ ବିବାଦର ସମାଧାନ ଲାଗି ବାସ୍ତବିକ ନିୟନ୍ତ୍ରଣ ରେଖା(LAC) ନିକଟରେ ଭାରତୀୟ ସୀମାରେ ଜାରି ଭିତ୍ତିଭୂମି ନିର୍ମାଣ ବନ୍ଦ କରିବାକୁ ସର୍ତ୍ତ ରଖିପାରେ। ଯଦି ଆଲୋଚନା ବିଫଳ ହୁଏ ତେବେ ଚୀନ ସୀମାରେ ସଂଘର୍ଷ କରିବାକୁ କିମ୍ବା ସୀମିତ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛି। ତେଣୁ ଭାରତକୁ ନିଶ୍ଚିତ ହୋଇଯିବା ଦରକାର ଯେ, କୌଣସି ପରିସ୍ଥିତିରେ ବି ଚୀନ ଆଗରେ ମୁଣ୍ଡ ନୁଆଁଇବାର ନାହିଁ, ତାହା ଯୁଦ୍ଧ ହେଉ ନା କାହିଁକି।

ପନାଗ ଏହା ମଧ୍ୟ ଲେଖିଛନ୍ତି, ଭାରତକୁ ସୁନିଶ୍ଚିତ କରିବା ଉଚିତ୍ ଯେ, ୨୦୨୦ ଏପ୍ରିଲ ୧ରେ ସୀମାରେ ଥିବା ସ୍ଥିତାବସ୍ଥା ବଜାୟ ରହୁ ଯଦ୍ଵାରା ଚୀନ ମନଇଚ୍ଛା ସୀମାରେ ପ୍ରବେଶ କରି ପାରିବ ନାହିଁ କିମ୍ବା ଭାରତ ଉପରେ ଚାପ ପକାଇ ପାରିବ ନାହିଁ। ଯଦି ଏହାର ସମାଧାନ କୂଟନୈତିକସ୍ତରରେ ନହୁଏ ତେବେ ଶକ୍ତି ପ୍ରୟୋଗ କରି କରାଯିବା ଉଚିତ୍।

ବାସ୍ତବତାଠୁ ମୁହଁ ମୋଡୁଛନ୍ତି ମୋଦୀ ଓ ସେନା

ଜେନେରାଲ ପନାଗଙ୍କ କହିବା କଥା ମୋଦୀ ସରକାର ଓ ସେନା ବାସ୍ତବିକତାଠୁ ମୁହଁ ମୋଡି ନେଉଛନ୍ତି। ସେ ଲେଖିଛନ୍ତି, ମୋଦୀ ସରକାର ଓ ସେନା ସ୍ପଷ୍ଟ ନୀତି କରିବା ଏବଂ ପୂରା ଦେଶକୁ ଏଥିରେ ଅବଗତ କରାଇବା ବଦଳରେ ଏହା ମାନିବାକୁ ପ୍ରସ୍ତୁତ ନାହାନ୍ତି ଯେ, ଭାରତ ମାଟିକୁ ଚୀନ ପଶି ଆସିଛି। ସାଂପ୍ରତିକ ସ୍ଥିତିକୁ ନେଇ ଦୁଇ ଦେଶ ଭିନ୍ନ ଭିନ୍ନ କଥା କହୁଛନ୍ତି। ସେ କହିଛନ୍ତି ଭାରତୀୟ ମାଟିରେ ଚୀନରର ବଳପୂର୍ବକ କବ୍‌ଜା ଏଲଏସିକୁ ନେଇ ଭିନ୍ନ ଭିନ୍ନ ଧାରଣା ଦେବା ବହୁତ ବିପଦଜ୍ଜନକ।

   Related Posts