Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିରାଗଙ୍କ ହାତରୁ ଖସିଲା କମାଣ୍ଡ୍ : ଚାଚା ପଶୁପତିଙ୍କୁ ଗ୍ରୀନ ସିଗନାଲ୍, LJP ସଂସଦୀୟ ଦଳର ନେତା ହେଲେ ପାରସ
  • ||
  • ସାରା ବିଶ୍ୱର ଚିନ୍ତା ବଢାଇଲା ଡେଲ୍ଟା ଭାରିଆଣ୍ଟ : ବ୍ରିଟେନ ସମେତ ଅନେକ ଦେଶରେ ଫେରିଲା କଟକଣା
  • ||
  • ନକଲି ଔଷଧ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ୍, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
  • ||
  • କାର୍ଯ୍ୟାଳୟ ନା ସ୍ପା ? ଖଟରେ ଆରାମରେ ଶୋଇଛନ୍ତି ପୋଲିସ ବାବୁ, କଏଦୀ କରୁଛନ୍ତି ମସାଜ୍
  • ||

ଇତିହାସ ରଚିଲେ ମହିଳା ଅଫିସର : ପ୍ରଥମଥର ପାଇଁ ସେନା ଦିବସରେ ସେନା ପରେଡକୁ ଲିଡ଼ କଲେ ଭାବନା କସ୍ତୁରୀ

15/01/2019 at 3:42 PM

ଦିଲ୍ଲୀ ୧୫/୧ : ଇତିହାସ ରଚିଛି ଭାରତୀୟ ସେନା | ପ୍ରଥମଥର ପାଇଁ ଦେଶର ଜଣେ ମହିଳା ଅଫିସର ସେନା ଦିବସରେ ଆର୍ମି ପରେଡର ନେତୃତ୍ୱ ନେଇଥିଲେ | ଲେଫ୍ଟେନେଟ ଭାବନା କସ୍ତୁରୀ ଆଜି ସେନା ଦିବସ ଅବସରରେ ଆର୍ମି ପରେଡର ନେତୃତ୍ୱ ନେଇଛନ୍ତି | ଏହି ଐତିହାସିକ ମୁହୂର୍ତ୍ତକୁ ଦେଖିବା ପାଇଁ ଦେଶବାସୀ ବହୁତ ଉତ୍ସାହିତ ଥିଲେ |

ଆସନ୍ତୁ ଜାଣିବା କିଏ ଭାବନା କସ୍ତୁରୀଙ୍କ ସମ୍ପର୍କରେ

ଭାରତୀୟ ସେନାରେ ସାମିଲ ହେବା ପାଇଁ ଭାବନା କସ୍ତୁରୀଙ୍କୁ ଏନସିସିରୁ ପ୍ରେରଣା ମିଳିଥିଲା | ଭାରତୀୟ ସେନାରେ ଅଫିସର ହେବା ପୂର୍ବରୁ ଭାବନା ଏନସିସିର ସଦସ୍ୟ ଥିଲେ | ଏନସିସିରେ ଥିବାବେଳେ ହିଁ ଭାବନା ଆର୍ମିର ସ୍ପେସିଆଲ ପରୀକ୍ଷା ଦେଇ ପାସ ମଧ୍ୟ ହୋଇଥିଲେ | ୨୦୧୫ ମସିହାରେ ଭାବନା ଭାରତୀୟ ସେନାରେ ଯୋଗ ଦେଇଥିଲେ | ଲେଫ୍ଟେନେଟ ଭାବନାଙ୍କୁ ଆର୍ମି ପରେଡର ନେତୃତ୍ୱ ମିଳିବା ପରେ ସେ ପ୍ରସ୍ତୁତି ଆରମ୍ଭ କରିଥିଲେ | ଆର୍ମି ପରେଡ ଲିଡ଼ କରିବା ପାଇଁ ଭାବନା ପାଖାପାଖି ବର୍ଷେ ହେଲା ବାଙ୍ଗାଲୁରୁ ସେଣ୍ଟରରେ ନିଜ ସହଯୋଗୀଙ୍କ ସହ  ଅଭ୍ୟାସ କରୁଛନ୍ତି |

ଏକ ଇଣ୍ଟରଭିୟୁରେ ଭାବନା କହିଛନ୍ତି ଯେ, ସିଲେକସନବେଳେ ଅନେକ ମହିଳା ଅଫିସର ଆସିଥିଲେ | କିନ୍ତୁ ଶେଷରେ ପରେଡ ଲିଡ଼ କରିବା ପାଇଁ ତାଙ୍କୁ ବଛା ଯାଇଥିଲା |

ଭାବନାଙ୍କ ଆର୍ମି ପରେଡରେ ସମୁଦାୟ ୧୪୪ ଯବାନ ସାମିଲ ଥିଲେ | ଏହି ସେନା ଆର୍ମି ସର୍ଭିସ କୋର ୨୩ ବର୍ଷ ପରେ ପ୍ରଥମଥର ପାଇଁ ଆର୍ମି ଦିବସରେ ପରେଡରେ ଭାଗ ନେଇଥିଲେ | ଭାରତୀୟ ସେନା ମୁଖ୍ୟ ବିପିନ ରାୱତ ଏହି ଆର୍ମି ପରେଡରେ ଅଭିବାଦନ ଗ୍ରହଣ କରିଥିଲେ |

   Related Posts