ବହୁଚର୍ଚ୍ଚିତ ମନୀଷ ଅନୁରାଗ ହତ୍ୟା ମାମଲା : ସତ ଓଗାଳିବାକୁ ଗିରଫ ଅଭିଯୁକ୍ତଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ

Published By : Prameya-News7 Bureau | October 26, 2021 IST

ଭୁବନେଶ୍ବର ୨୬।୧୦: ବହୁଚର୍ଚ୍ଚିତ ମନୀଷ ଅନୁରାଗ ହତ୍ୟା ମାମଲାରେ ସତ ଓଗାଳିବାକୁ ଗିରଫ ଅଭିଯୁକ୍ତଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ । ଗିରଫ ୩ ଅଭିଯୁକ୍ତଙ୍କ ମିଛ ଧରିବାକୁ ଲାଏ ଡିଟେକ୍ସନ ଟେଷ୍ଟ କରାଯିବ । ଏଥିପାଇଁ କୋର୍ଟଙ୍କ ଅନୁମତି ମିଳିଯାଇଛି ।

ଗିରଫ ୩ ଅଭିଯୁକ୍ତ ଅମ୍ରିତ, ମୃତ୍ୟୁଞ୍ଜୟ ଓ ଦୀନେଶର ହେବ ଲାଏ ଡିଟେକ୍ସନ ଟେଷ୍ଟ । ମନୀଷ ଓ ତାଙ୍କ ସାଙ୍ଗମାନେ ଘଟଣା ଦିନ ରାତିରେ ପାତ୍ରପଡା ସ୍ଥିତ ସାଉଥ ସିଟି ହୋଟେଲରେ ମଉଜ କରିଥିଲେ । ବିଲ୍ ପୈଠକୁ ନେଇ ବଚସା ହୋଇଥିଲା । ହୋଟେଲ ବାହାରେ ଧସ୍ତାଧସ୍ତିରେ ମନୀଷଙ୍କ ଜୀବନ ଯାଇଥିବା ଭୁବନେଶ୍ବର ଡିସିପି କହିଥିଲେ । ଏବେ ସତ ଓଗାଳିବାକୁ ଅଭିଯୁକ୍ତଙ୍କ ଲାଏ ଡିଟେକ୍ସନ କରିବ ପୋଲିସ ।

ଚର୍ଚ୍ଚାକୁ ଆସିଥିବା ହୋଟେଲ ସାଉଥ୍ ସିଟି ଓ ବାର୍ ବେଆଇନ ଭାବେ କୋଭିଡ୍ ଗାଇଡଲାଇନ ନମାନି ଚଲାଉଥିବାରୁ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କୁ ଗିରଫ କରିଛି ପୋଲିସ । ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ସେହିପରି ହୋଟେଲ ମାଲିକ ପ୍ରଦ୍ୟୁମ୍ନ ଜେନା ଏବଂ ବାର୍ ମ୍ୟାନେଜରଙ୍କୁ ମଧ୍ୟ ଗିରଫ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.