Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଫିଟିବ କି ACF ସୌମ୍ୟରଞ୍ଜନ ମୃତ୍ୟୁ ରହସ୍ୟ ? DFO ଓ ରୋଷେୟାଙ୍କର ହେଲା ଲାଇ ଡେଟେକ୍ସନ୍ ଟେଷ୍ଟ

18/09/2021 at 4:11 PM

ଭୁବନେଶ୍ବର ୧୮।୯: ଫିଟିବ କି ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ରହସ୍ୟ ? ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କର ହୋଇଛି ଲାଇ ଡିଟେକ୍ସନ୍ ଟେଷ୍ଟ । ଭୁବନେଶ୍ବର ଫୋରେନସିକ୍ ଲାବୋରେଟୋରୀରେ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଥିବା ନେଇ ସୂଚନା ମିଳିଛି । ସେହିପରି ଏସିଏଫଓ ସୌମ୍ୟରଞ୍ଜନଙ୍କ ରୋଷେୟା ମନ୍ମଥ କୁମ୍ଭଙ୍କର ମଧ୍ୟ ଲାଇ ଡେଟେକ୍ସନ୍ ଟେଷ୍ଟ ହୋଇଥିବା ନେଇ ସୂଚନା ମିଳିଛି । ଦୀର୍ଘ ୩ ଘଣ୍ଟା ଧରି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କର ଲାଇ ଡିଟେକ୍ସନ୍ କରାଯାଇଥିବା ଜଣାପଡିଛି । ଡିଏଫଓଙ୍କୁ ୧୦୦ରୁ ଅଧିକ ପ୍ରଶ୍ନ ପଚରାଯାଇଥିବା ସୂଚନା ରହିଛି ।

ସେପଟେ ଏସିଏଫ୍ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କର ମଧ୍ୟ ଲାଇ ଡିଟେକ୍ସନ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଏହି ୩ ଜଣ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ କରିଥିଲା ପୋଲିସ । ମାତ୍ର ମୃତ୍ୟୁ ରହସ୍ୟକୁ ଭେଡଦ କରିପାରିଲାନି ପୋଲିସ । ପରେ ମାମଲାକୁ କ୍ରାଇମବ୍ରାଞ୍ଚ ହାତକୁ ନେଇଥିଲା । ସୌମ୍ୟ ମୃତ୍ୟୁର ୨ ମାସ ବିତିଯାଇଥିଲେ ବି ଏବେବି କ୍ରାଇମବ୍ରାଞ୍ଚର ହାତ ଖାଲି । ତେବେ ଡିଏଫଓ ଏବଂ ରୋଷେୟାଙ୍କ ଲାଇ ଡିଟେକ୍ସନ୍ ପରେ କ୍ରାଇମବ୍ରାଞ୍ଚ ମୃତ୍ୟୁ ରହସ୍ୟ ଭେଦ କରିବ ବୋଲି କୁହାଯାଉଛି ।

   Related Posts