ଲାଏ ଡିଟେକ୍ସନ ଧରାଇଦେଲା ବିଦ୍ୟାଭାରତୀଙ୍କ ମିଛ : କ୍ରାଇମବ୍ରାଞ୍ଚ ଏଡିଜି କହିଲେ ସେ ହିଁ ଅଭିଯୁକ୍ତ

Published By : Prameya-News7 Bureau | October 09, 2021 IST

ଭୁବନେଶ୍ବର ୯।୧୦: ଲାଏ ଡିଟେକ୍ସନ ଟେଷ୍ଟରେ ଧରାପଡିଲା ବିଦ୍ୟାଭାରତୀଙ୍କ ମିଛ । ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ବିଦ୍ୟାଭାରତୀ ହିଁ ଅଭିଯୁକ୍ତ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ସେ କହିଛନ୍ତି ମାମଲାରେ ପାରଳାଖେମୁଣ୍ଡି କୋର୍ଟରେ ୫ଶହରୁ ଅଧିକ ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଛି । ୮୧ ଜଣ ସାକ୍ଷୀ ରହିଛନ୍ତି । ୩ଟି ଫେଜରେ ଫୋରେନସିକ୍ ଲ୍ୟାବକୁ ପ୍ରମାଣ ପଠାଯାଇଛି ।

ବିଦ୍ୟାଭାରତୀଙ୍କ ନାଁରେ ୨୮୫, ୩୦୪(A)ଦଫାରେ ଚାର୍ଜସିଟ୍ ହୋଇଛି । ବିଦ୍ୟାଭାରତୀଙ୍କ ବିରୋଧରେ ୪୧ ଧାରାରେ ନୋଟିସ୍ କରାଯାଇଛି । ୮୦୦ ଏମଏଲ କିରୋସିନି ଏବଂ ଡିଆସିଲି ବ୍ୟବହାର ହୋଇଛି । ରୁମ୍ ଖୋଲାଥିଲା ବୋଲି ଘରେ ଅଧିକ ଧୂଆଁ ରହିଲାନି ।

ତେବେ ଲାଏ ଡିଟେକ୍ସନ ଟେଷ୍ଟ ବେଳେ ବିଦ୍ୟାଭାରତୀଙ୍କ ମିଛ ଧରାପଡିଛି । ସୌମ୍ୟରଞ୍ଜନ ଜଳିବା ବେଳେ ପାଣି ଢାଳିଥିଲେ ବୋଲି ବିଦ୍ୟାଭାରତୀ କହିଥିଲେ । କିନ୍ତୁ ତାହା ମିଛ ଥିଲା । ଡାକ୍ତରଙ୍କ ମତରେ ଜମାରୁ ପାଣି ଢ଼ଳାଯାଇନି । ଘଟଣା ପୂର୍ବରୁ ଝଗଡା ହୋଇଥିଲା କିନ୍ତୁ ଲାଏ ଡିଟେକ୍ସନ ବେଳେ ବିଦ୍ୟାଭାରତୀ କହିଥିଲେ ଝଗଡା ହୋଇନି । ସୌମ୍ୟରଞ୍ଜନ ଚାହୁଁଥିଲେ ସମ୍ପର୍କ ନ ଭାଙ୍ଗୁ । କିନ୍ତୁ ସୌମ୍ୟରଞ୍ଜନଙ୍କ ସହ ରହିବା ପାଇଁ ଚାହୁଁ ନଥିଲେ ବିଦ୍ୟାଭାରତୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.