ଏଲଆଇସିର ଜବରଦସ୍ତ ପଲିସି: ୨୦୬ ଟଙ୍କା ନିବେଶରେ ଆପଣଙ୍କୁ ମିଳିବ ୨୭ ଲକ୍ଷ ଟଙ୍କା, ଜାଣନ୍ତୁ ପୂରା ପ୍ଲାନ
16/10/2019 at 8:25 AM

ନୂଆଦିଲ୍ଲୀ୧୬|୧୦: ପିଲାମାନଙ୍କର ଉଜ୍ଜ୍ବଳ ଭବିଷ୍ୟତକୁ ଲକ୍ଷ୍ୟକରି ଏଲଆଇସି ନୂଆ ପ୍ଲାନ ଲଞ୍ଚ କରିଛି। ଏଲଆଇସି ଲାଇଫ୍ ଇନ୍ସୁରାନ୍ସ ପଲିସିରେ ଏକ ନୂଆ ପ୍ଲାନ ଲଞ୍ଚ ହୋଇଛି। ଏହି ପ୍ଲାନ ହେଉଛି ନ୍ୟୁ ଚିଲ୍ଡ୍ରେନ୍ସ ମନି ବ୍ୟାକ୍ ପ୍ଲାନ ୮୩୨(New Children’s Money Bank Plan 832)। ଏହି ସ୍କିମ୍ ସଂପର୍କରେ ଆସନ୍ତୁ ଜାଣିବା।
ପିଲାଙ୍କୁ ୨୫ ବର୍ଷ ପୂରିଲେ ଏହି ପଲିସି ମ୍ୟାଚୋର ହୋଇଥାଏ। ୧୨ ବର୍ଷ ବୟସରେ ପଲିସି ଆରମ୍ଭ କଲେ ଠିକ୍ ୧୩ ବର୍ଷ ପରେ ଏହି ପଲିସିର ମ୍ୟାଚୋର ହୋଇଥାଏ। ପିଲାର ୫ ବର୍ଷ ହୋଇଥିଲେ ତେବେ ୨୦ ବର୍ଷ ପରେ ଏହି ପଲିସି ମ୍ୟାଚୋର ହୋଇଥାଏ। ୧୪ ଲକ୍ଷ ଟଙ୍କା ପଲିସିରେ ଆପଣଙ୍କୁ ୨୭ ଲକ୍ଷ ଟଙ୍କା ମିଳିବ।
ଏହି ପଲିସିରେ ପ୍ରତ୍ୟେକ ଦିନ ୨୦୬ ଟଙ୍କା ନିବେଶ କରିବାକୁ ହେବ। ପିଲାର ଜନ୍ମ ପରଠାରୁ ୧୨ ବର୍ଷ ଭିତରେ ଏହି ପଲିସି ଆପଣ କରି ପାରିବେ। ଆପଣଙ୍କ ଇଚ୍ଛା ଅନୁସାରେ ନ୍ୟୁ ଚିଲ୍ଡ୍ରେନ୍ସ ମନି ବ୍ୟାକ୍ ପ୍ଲାନ ୮୩୨,ରେ ଟଙ୍କା ପୈଠ କରି ପାରିବେ ଅର୍ଥାତ ପ୍ରତିଦିନ ୨୦୬ ଟଙ୍କା ହିସାବରେ ପ୍ରିମିୟମ ଦେଇ ପାରିବେ। ଏହା ବ୍ୟତୀତ ଏକ ମାସ, ତିନି ମାସ, ଛଅ ମାସ ଓ ବାର୍ଷିକ ହିସାବରେ ପୈଠ କରି ପାରିବେ।
ଏଲଆଇସି ପଲିସିର ଆପଣଙ୍କୁ ବାର୍ଷିକ ୭୭.୩୩୪ ଟଙ୍କାର ପ୍ରିମିୟମ ଦେବାକୁ ହେବ। ସେହିପରି ପ୍ରଦିଦିନ ୨୦୬ ଟଙ୍କା ହିସାବରେ ଛଅ ମାସରେ ୩୯,୦୮୬, ୩ ମାସରେ ୧୯,୭୫୦ ଟଙ୍କା ଓ ଏକ ମାସରେ ୬.୫୮୪ ଟଙ୍କା ଦେବାକୁ ହେବ। ଯଦି ଆପଣ ଚାହିଁବେ ୨୦୬ ଟଙ୍କା ହିସାବରେ ପ୍ରତିଦିନ ଦେଇ ପାରିବେ।