ଏଲଆଇସିର ସବୁଠାରୁ ଶସ୍ତା ପ୍ଲାନ: ଆକସ୍ମିକ୍ ଭାବେ ମୃତ୍ୟୁ ହେଲେ ମିଳିବ ଏତିକି ଟଙ୍କା, ଚିକିତ୍ସା ପାଇଁ ମିଳିବ ଆର୍ଥିକ ସହାୟତା

Published By : Prameya-News7 Bureau | October 18, 2019 IST

ନୂଆଦିଲ୍ଲୀ୧୮|୧୦: ଭାରତୀୟ ଜୀବନ ବୀମା ନିଗମ ଏକ ଶସ୍ତା ପ୍ଲାନ୍ ଲଞ୍ଚ କରିଛି। କମ୍ ଆୟ କରୁଥିବା ବ୍ୟକ୍ତିଙ୍କୁ ଏହି ସ୍କିମ୍‌ ଅଧିକ ଫାଇଦା ଦେବ। ଏଲଆଇସିର ନୂଆ ସ୍କିମ୍‌ ହେଉଛି ମାଇକ୍ରୋ ସେଭିଙ୍ଗସ୍‌ ବୀମା। ଏହି ସ୍କିମ୍‌ରେ ପଲିସି ହୋଲ୍ଡରଙ୍କ ଆକସ୍ମିକ୍‌ ମୃତ୍ୟୁ ହେଲେ ତାଙ୍କୁ ବୀମାରାଶି ମିଳିବ। ଏହା ବ୍ୟତୀତ ପଲିସି ମ୍ୟାଚୋର ହେଲେ ଆପଣଙ୍କୁ ମୋଟା ଅଙ୍କର ଟଙ୍କା ମଧ୍ୟ ମିଳିବ।  ଚିକିତ୍ସା ପାଇଁ ମଧ୍ୟ ପଲିସି ହୋଲ୍ଡରସଙ୍କୁ ଆର୍ଥିକ ସହାୟତା ମିଳିବ।

ଏହି ପ୍ଲାନରେ ଋଣ ସୁବିଧା ମଧ୍ୟ ରହିଛି। ଏହି ସ୍କିମ୍‌ରେ ରେଗୁଲାର ପ୍ରିମିୟମର ବିଭିନ୍ନ ପ୍ରକାର ପ୍ଲାନ ମଧ୍ୟ ରହିଛି। ପ୍ଲାନରେ ତିନି ବର୍ଷ ପର୍ଯ୍ୟନ୍ତ ନିୟମିତ ଭାବେ ପ୍ରିମିୟମ ଭରିଲା ପରେ ମାଇକ୍ରୋ ସେଭିଙ୍ଗସ୍‌ ପ୍ଲାନରେ ଋଣ ମିଳି ପାରିବ। ୧୮ରୁ ୫୫ ବର୍ଷ ବୟସର ଲୋକମାନେ ଏହି ପ୍ଲାନରେ ସୁବିଧା ନେଇ ପାରିବେ। ଏହି ପ୍ଲାନରେ ତିନି ବର୍ଷ ପର୍ଯ୍ୟନ୍ତ ପ୍ରିମିୟମ ଭରିବା ପରେ ପଲିସି ହୋଲ୍ଡର ଆଉ ଯଦି ପ୍ରିମିୟମ ନ ଭରନ୍ତି ତେବେ ୬ ମାସ ପରେ ଏହି ପ୍ଲାନ ବନ୍ଦ ହୋଇଯିବ।

ମାଇକ୍ରୋ ସେଭିଙ୍ଗସ୍‌ ଇନସୁରାନ୍ସ ପ୍ଲାନର ଅବଧି ୧୦ରୁ ୧୫ ବର୍ଷ ପର୍ଯ୍ୟନ୍ତ ରହିଛି। ଯଦି ୧୮ ବର୍ଷ ବସୟର କୌଣସି ବ୍ୟକ୍ତି୧୫ ବର୍ଷିଆ ପ୍ଲାନ ନିଅନ୍ତି ତେବେ ଏକ ହଜାରରେ ତାଙ୍କୁ ମାତ୍ର ୫୧.୧ ଟଙ୍କା ପ୍ରିମିୟମ ଦେବାକୁ ହେବ। ସେହିପରି ୨୫ ବର୍ଷ ବୟସ ବ୍ୟକ୍ତିଙ୍କ ପାଇଁ ଏକ ହଜାରରେ ୫୧.୬୦ ଟଙ୍କା ଓ ୩୫ ବର୍ଷ ବୟସ ବ୍ୟକ୍ତିଙ୍କ ପାଇଁ ୫୨.୨୦ ଟଙ୍କା ପ୍ରିମିୟମ ଦେବାକୁ ହେବ। ଏହି ପ୍ଲାନ ସଂପର୍କରେ ଏଲଆଇସିର ଓ୍ବେବସାଇଟ୍‌ରେ ଉଲ୍ଲେଖ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.