ଘରେ ଧାର୍ଯ୍ୟ ସୀମାରୁ ଅଧିକ ମଦ ରଖିବାକୁ ହେଲେ କରିବାକୁ ପଡିବ ଲାଇସେନ୍ସ

Published By : Prameya-News7 Bureau | January 10, 2021 IST

ଲକ୍ଷ୍ନୌ ୧୦/୦୧ : ଉତ୍ତର ପ୍ରଦେଶ ସରକାର ଅବକାରୀ ନିୟମରେ ବଡ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଯୋଗୀ ଆଦିତ୍ୟନାଥ ସରକାର ଏବେ ଘରେ ଧାର୍ଯ୍ୟ ସୀମାରୁ ଅଧିକ ମଦ ରଖିଲେ ଏଥିପାଇଁ ଲାଇସେନ୍ସ ଜାରି କରିବାକୁ ଯାଉଛନ୍ତି। ନୂଆ ଅବକାରୀ ନିୟମ ଉପରେ ରାଜ୍ୟ ସରକାର ମୋହର ମାରିଛନ୍ତି।

{"id":389992,"sizeSlug":"large","linkDestination":"none"}

୨୦୨୧-୨୨ ବର୍ଷ ପାଇଁ ଜାରି କରାଯାଇଥିବା ଅବକାରୀ ନୀତିରେ ରାଜ୍ୟ ସରକାର ଏହି ନୂତନ ବ୍ୟବସ୍ଥା କରିଛନ୍ତି। ଯଦି କେହି ଘରେ ବ୍ୟବହାର ପାଇଁ ନିର୍ଦ୍ଧାରିତ ସୀମା ଠାରୁ ଅଧିକ ମଦ ରଖିବାକୁ ଚାହାଁନ୍ତି ତେବେ ତାଙ୍କୁ ଅବକାରୀ ବିଭାଗରୁ ଲାଇସେନ୍ସ ପାଇଁ ଆବେଦନ କରିବାକୁ ପଡିବ। ବର୍ଷ ୨୦୨୧-୨୨ ପାଇଁ ବିଦେଶୀ ମଦ, ବିୟର ଓ ମଦର ଆଡଭାନ୍ସ ଷ୍ଟୋରେଜ୍ ପାଇଁ ଫେବୃଆରୀ ୧୫ ଯାଏଁ ଅନୁମତି ଦିଆଯିବ। ଆଗାମୀ ଆର୍ଥିକ ବର୍ଷରେ ୬ ହଜାର କୋଟିରୁ ୩୪ ହଜାର ୫୦୦ କୋଟି ଟଙ୍କା ରାଜସ୍ୟ ପ୍ରାପ୍ତି କରିବାକୁ ଯୋଗୀ ସରକାର ଲକ୍ଷ୍ୟ ରଖିଛନ୍ତି। ସେଥିପାଇଁ ଉତ୍ତର ପ୍ରଦେଶରେ ମଦ ଉତ୍ପାଦନକୁ ପ୍ରୋତ୍ସାହିତ କରାଯାଇଛି। ସହଜ ବ୍ୟବସାୟ ଏବଂ ଉତ୍ତମ ଶାସନ ନୂଆ ନୀତିର ଉଦ୍ଦେଶ୍ୟ।

{"id":389995,"sizeSlug":"large","linkDestination":"none"}

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ କ୍ୟାବିନେଟ୍ ଶୁକ୍ରବାର ଦିନ ବର୍ଷ ୨୦୨୧-୨୨ ପାଇଁ ନୂଆ ଅବକାରୀ ନୀତି ଅନୁମୋଦନ କରିଛି। ସରକାରଙ୍କ ତରଫରୁ ଶନିବାର ଦିନ ଜାରି ସରକାରୀ ବୟାନ ଅନୁଯାୟୀ, ଖୁଚୁରା ଆଉଟଲେଟରେ ପିଓଏସ ମେସିନ୍ ଲଗାଇବା ଏବଂ ମଦ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ବ୍ୟତୀତ ନିର୍ଦ୍ଦିଷ୍ଟ ଖୁଚୁରା ସୀମା ଠାରୁ ଅଧିକ ମଦ ରଖିବା ପାଇଁ ସ୍ୱତନ୍ତ୍ର ଲାଇସେନ୍ସ, ବିମାନବନ୍ଦରରେ ପ୍ରିମିୟମ୍ ଖୁଚୁରା ବ୍ରାଣ୍ଡର ଉପଲବ୍ଧତା ଏବଂ ଦେଶୀ ମଦର ସର୍ବାଧିକ ଖୁଚୁରା ମୂଲ୍ୟରେ କୌଣସି ବୃଦ୍ଧି ଘଟିବ ନାହିଁ।

ସରକାରଙ୍କ ତରଫରୁ ଜାରି କରାଯାଇଥିବା ବୟାନ ଅନୁଯାୟୀ, ବର୍ଷ ୨୦୨୦-୨୧ ରେ ଆନୁମାନିକ ୨୮ ହଜାର ୩୪୦ କୋଟି ରାଜସ୍ବ ଆଦାୟ ହୋଇଥିଲା। ଏହା ତୁଳନାରେ ବର୍ଷ ୨୦୨୧-୨୨ରେ ୩୪ ହଜାର ୫୦୦ କୋଟି ଟଙ୍କା ରାଜସ୍ବ ଆଦାୟ କରିବାକୁ ଲକ୍ଷ୍ୟ ରଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.