Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||
  • ସୋର : ଓଭରଲୋଡିଂ ପାଇଁ ଗଣିଲେ ତଣ୍ଡ, ୩ଲକ୍ଷ ଜରିମନା ଦେଲେ ୬ ଡମ୍ଫର
  • ||

ଏହି ତିନୋଟି ଟ୍ରାଫିକ୍‌ ନିୟମ ନମାନିଲେ ଲାଇସେନ୍ସ ହେବ ସସ୍‌ପେଣ୍ଡ

5/09/2019 at 4:23 PM

ନୂଆଦିଲ୍ଲୀ – ଏବେ ଦେଶରେ ଟ୍ରାଫିକ୍‌ ନିୟମ ନମାନିଲେ ଆଗ ଅପେକ୍ଷା ୧୦ ଗୁଣା ଜରିମାନା ଦେବାକୁ ପଡୁଛି। ଗତ ଦୁଇ ଦିନ ହେଲା ଅଧିକ ଜରିମାନା ଆଦାୟ ହେବା ଏକ ପ୍ରକାର ଚର୍ଚ୍ଚାର ବିଷୟ ହୋଇଛି । ନିମ୍ନରେ ବର୍ଣ୍ଣନା କରାଯାଇଥିବା ତିନୋଟି ନିୟମ ନମାନିଲେ ଲାଇସେନ୍ସ ସସ୍‌ପେଣ୍ଡ ହେବ । ଲାଇସେନ୍ସ୍‌ ସସ୍‌ପେଣ୍ଡ ବେଳେ ଗାଡି ଚଳାଇଥିଲେ ଏହା ବିନା ଲାଇସନ୍ସ୍‌ରେ ଗାଡି ଚାଳନା ସହ ସମାନ । ଏଥିପାଇଁ ୫ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ ।ଗାଡିର ବୀମା ବି ମିଳିବା ନାହିଁ ।

ମଦ ପିଇ ଗାଡି ଚଳାଇଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ ଲାଇସେନସ୍‌ ବି ୩ ମାସ ସସ୍‌ପେଣ୍ଡ ହେବ – କୋର୍ଟରେ ମିଳିବ ଲାଇସେନ୍ସ , ଜେଲ୍‌ ବି ହୋଇପାରେ

ରେଡ୍‌ ଲାଇଟ୍‌ ଜମ୍ପ କଲେ ୫ ହଜାର ଟଙ୍କାର ଜୋରିମାନା । ୩ ମାସ ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନସ୍‌ ସସ୍‌ପେଣ୍ଡ ହୋଇପାରେ ।
ଫୋନ୍‌ରେ କଥା ହେଲେ ୫ ହଜାର ଜୋରିମାନେ , ଲାଇସେନ୍ସ ବି ସସ୍‌ପେଣ୍ଡ ହେବ । କୋର୍ଟରୁ ମିଳିବ ଲାଇସେନସ୍‌ ।
ସ୍ପିଡ୍‌ ଲିମିଟ୍‌ କ୍ରସ କଲେ ଏହାକୁ ଡେଞ୍ଜର ଡ୍ରାଇଭିଂ ବା ବିପଦପୂର୍ଣ୍ଣ ଗାଡି ଚାଳନା କୁହାଯିବ । ୫ ହଜାର ଟଙ୍କାର ଜୋରିମାନା ହୋଇପାରେ ।
ଲାଇସେନ୍ସ ସସ୍‌ପେଣ୍ଡ ହେଲେ ଏହାକୁ ବିନା ଲାଇସେନ୍ସରେ ଗାଡା ଚାଳନା ଧରା ଯିବ ୫ ହଜାର ଟଙ୍କା ଜୋରିମାନା , ବୀମା ଟଙ୍କା ବି ମିଳିବନି ।

ଏହା ସହ ୧୪ ବର୍ଷରୁ ସାନ ପିଲାଙ୍କୁ ସେଫଟି ବେଲ୍ଟ ନବାନ୍ଧି ନେଲେ ହଜାରେ ଟଙ୍କା ଫାଇନ ଗଣିବେ । ବାଇକରେ ୨ରୁ ଅଧିକ ଲୋକ ବସିଲେ, ବାଇକ ଚାଳକ ଓ ପଛରେ ବସିଥିବା ଲୋକ ହେଲମେଟ୍ ନପିନ୍ଧିଲେ ହଜାରେ ଟଙ୍କା ଲେଖାଏଁ ଫାଇନ୍ ଦେବାକୁ ପଡିବ । ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ଗାଡିକୁ ସାଇଡ୍ ନଦେଲେ ୧୦ ହଜାର ଟଙ୍କା ଏବଂ ନିଷିଦ୍ଧାଞ୍ଚଳରେ ବିନା କାରଣରେ ହର୍ଣ୍ଣ ବଜାଇଲେ ୨ ହଜାର ଟଙ୍କା ଫାଇନ୍ ଦେବାକୁ ପଡିବ ।

ଦୃତ ଗତିରେ ଗାଡି ଚଳାଇଲେ ୪ଶହ ବଦଳରେ ଏଣିକି ୨ ହଜାର ଟଙ୍କା ଜରିମାନା ଦେବାକୁ ପଡିବ । ଯାତ୍ରୀବାହୀ ଗାଡି ଦ୍ରୁତ ଗତିରେ ଚଳାଇଲେ ଜରିମାନା ୪ ହଜାର ଟଙ୍କା । ବିପଦପୂର୍ଣ୍ଣ ଭାବେ ଗାଡି ଚଳାଇଲେ ଜରିମାନା ୧୦ ହଜାର ଟଙ୍କା । ଟ୍ରାଫିକ ସିଗ୍ନାଲ ନମାନିଲେ ଜରିମାନା ୧୦ ହଜାର ଟଙ୍କା । ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର କଲେ ୧୦ ହଜାର ଟଙ୍କା ଫାଇନ୍ ଦେବାକୁ ପଡିବ । ସେହିପରି ନୋ ଓଭରଟେକିଂ ଜୋନରେ ଓଭରଟେକିଂ କଲେ ଜରିମାନା ୧୦ ହଜାର ଟଙ୍କା, କାରରେ ସିଟ୍ ବେଲ୍ଟ ନବାନ୍ଧିଲେ ୧ଜହାର ଟଙ୍କାର ଜରିମାନ ଲାଗିବ ।

   Related Posts