Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏବେ ଘରେ କୁକୁର ପାଳିବା ପାଇଁ ମଧ୍ୟ ଦରକାର ହେବ ଲାଇସେନ୍ସ , ନହେଲେ ଲାଗିବ ଜରିମନା

14/09/2019 at 4:40 PM

ପଶୁମାନଙ୍କ ମଧ୍ୟରୁ କୁକୁରଙ୍କୁ ସବୁଠୁ ଅଧିକ ଚାଲାକ ବୋଲି କୁହାଯାଏ। ଅଧିକାଂଶ ଘରେ ସାଧାରଣତଃ କୁକୁରଙ୍କୁ ପୋଷା କରି ରଖାଯାଏ। ହେଲେ ଏବେ କୁକୁର ପାଳିବା ପାଇଁ ମଧ୍ୟ ଲାଇସେନ୍ସ ଦରକାର ହେବ। କାର ଓ ବାଇକ ଚଳାଇବା ପାଇଁ ଯେମିତି ଲାଇସେନ୍ସ ଦରକାର ହୁଏ ସେହିଭଳି ଏବେ କୁକୁର ପାଳିବା ପାଇଁ ମଧ୍ୟ ନଗର ନିଗମରୁ ଲାଇସେନ୍ସ ନେବାକୁ ହେବ ।

ଉତ୍ତରପ୍ରଦେଶ ଗାଜିୟାବାଦ ନଗର ନିଗମ ଏହା ଘୋଷଣା କରିଛି। ସେଠାର ଲୋକଙ୍କୁ ଏବେ କୁକୁର ପାଳିବା ପାଇଁ ନଗର ନିଗମକୁ ଫିସ୍‌ ଦେଇ ଲାଇସେନ୍ସ କରିବାକୁ ହେବ। କୁକୁର ପାଳିବା ପାଇଁ ଗାଜିୟାବାଦର ଲୋକଙ୍କୁ ୫୦୦୦ଟଙ୍କା ନଗର ନିଗମରେ ଜମା କରିବାକୁ ହେବ। ତାପରେନିଗମ  ଲାଇସେନ୍ସ ପ୍ରଦାନ କରିବ।

ଏହି ଲାଇସେନ୍ସ ଥିଲେ ହିଁ ସେଠାର ଲୋକେ ନିଜ ଘରେ କୁକୁର ପାଳିପାରିବେ। କେବଳ ସେତିକି ନୁହେଁ ଲାଇସେନ୍ସ ନେବା ପରେ ଯଦି କୁକୁର ରାସ୍ତା ବା ପାର୍କକୁ ଅପରିସ୍କାର କରିବାରେ ଧରା ପଡେ ତାହେଲେ ତାଙ୍କ ମାଲିକଙ୍କୁ ୫୦୦ ଟଙ୍କା ଜରିମନା ଭରିବାକୁ ପଡିବ।

ନୂଆ ମୋଟର ଯାନ ଅଧିନିୟମ ପରେ ଏବେ କୁକୁର ପାଳିବା ପାଇଁ ମଧ୍ୟ ଲାଇସେନ୍ସ କରିବା ପାଇଁ ସରକାରୀ କାର୍ଯ୍ୟାଳୟରେ ଚକ୍କର କାଟିବାକୁ ପଡିବ ।    

   Related Posts