ଏଲଆଇସିରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ...

Published By : Prameya-News7 Bureau | February 25, 2020 IST

ନୁଆଦିଲ୍ଲୀ୨୫/୨: ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ସହାୟକ ଇଞ୍ଜିନିୟର (ଏଇ)-ସିଭିଲ/ଇଲେକ୍ଟ୍ରିକଲ/ଷ୍ଟ୍ରକ୍ଚରଲ/ଏମଇପି ଓ ସହାୟକ ଆର୍କିଟେକ୍ଟ (ଏଏ) ଓ ସହାୟକ ପ୍ରଶାସନିକ ଅଫିସର(ଏଏଓ)ଙ୍କ ପଦ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି । ଏଲଆଇସିର ଅଫିସିଆଲ୍ ୱେବସାଇଟରେ ଏ ସଂପର୍କରେ ସୂଚନା ଦିଆଯାଇଛି ।

{"id":229197,"sizeSlug":"large"}

ଇଚ୍ଛୁକ ପ୍ରାର୍ଥୀମାନେ ଏଲଆଇସି ଏଇ କିମ୍ବା ଏଏଓ ୨୦୨୦ ପାଇଁ ଏଲଆଇସିର ଅଫିସିଆଲ୍ ୱେବସାଇଟ୍ –licindia.in ରେ ଆଜିଠୁ ଅନଲାଇନ୍ରେ ଆବେଦନ କରିପାରିବେ । ଏଲଆଇସି ଏଇ ଓ ଏଏଓ ଭର୍ତ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟାର ଶେଷ ତାରିଖ ୧୫ ମାର୍ଚ୍ଚ ୨୦୨୦ ରହିଛି। ଆବେଦନ ପତ୍ର ପ୍ରିଣ୍ଟ କରିବାର ଶେଷ ତାରିଖ ୩୦ ମାର୍ଚ୍ଚ ୨୦୨୦ । ସହାୟକ ଇଞ୍ଜିନିୟର ପଦ ପାଇଁ ୫୦ ପଦବୀ ଓ ସହାୟକ ପ୍ରଶାସନିକ ଅଧିକାରୀ ପାଇଁ ଖାଲି ଥିବା ୧୬୮ ପଦବୀ ପୂରଣ ପାଇଁ ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରାର୍ଥୀଙ୍କ ବୟସ ୨୧ ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।

ଚୟନ ପ୍ରକ୍ରିୟା ପରେ ପ୍ରାର୍ଥୀଙ୍କୁ ୩୨୭୯୫-୧୬୧୦ (୧୪)-୫୫୩୩୫-୧୭୪୫(୪)-୬୨୩୧୫ ସ୍କେଲରେ  ୩୨୭୯୫ ଟଙ୍କା ପ୍ରତି ମାସିକ ମୂଳ ବେତନ ରୂପେ ଏବଂ ନିୟମ ଅନୁସାରେ ଅନ୍ୟାନ୍ୟ ଭତ୍ତା ମିଳିବ । ତେବେ ଆବେଦନ ପ୍ରକ୍ରିୟା ତାରିଖ ଆଜିଠୁ ଅର୍ଥାତ୍ ୨୫.୨.୨୦୨୦ ରୁ ଆରମ୍ଭ ହେଉଛି ଏବଂ ଅନ୍ତିମ ତାରିଖ ରହିଛି ୧୫.୩.୨୦୨୦ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.