Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

LIC ଗ୍ରାହକଙ୍କ ପାଇଁ ଖୁସି ଖବର : ଜୁନ୍ ୩୦ଯାଏଁ ଘରେ ବସି କରିପାରିବେ ମ୍ୟାଚୁରିଟି କ୍ଲେମ୍

4/06/2020 at 4:44 PM

ନୂଆଦିଲ୍ଲୀ ୪/୬: କରୋନା ଭାଇରସ୍ ମହାମାରୀକୁ ଧ୍ୟାନରେ ରଖି ଭାରତୀୟ ଜୀବନ ବୀମା ନିଗମ(LIC) ଗ୍ରାହକଙ୍କୁ କହିଛି ଯେ ମ୍ୟାଚୁରିଟି ପ୍ଲାନ୍ ପାଇବା ପାଇଁ ତାଙ୍କୁ ଏଲଆଇସି ବ୍ରାଞ୍ଚ ଆସିବାର ଆବଶ୍ୟକତା ନାହିଁ। ଗ୍ରାହକ ଘରେ ବସି ଏଥିପାଇଁ ଆବେଦନ କରି ପାରିବେ। ଗ୍ରାହକ ପଲିସି,କେଓ୍ବାଇସି ଦସ୍ତାବିଜ,ଡିସଚାର୍ଜ ଫର୍ମ ଏବଂ ଅନ୍ୟ ଦସ୍ତାବିଜକୁ ସ୍କାନ୍ କରି ଇମେଲ୍ ଜରିଆରେ ସମ୍ବନ୍ଧିତ ବ୍ରାଞ୍ଚରେ ପଠାଇ ପାରିବେ।

ବୀମା ନିଗମର ଗ୍ରାହକଙ୍କୁ ଏହି ସୁବିଧା ଜୁନ୍ ୩୦ଯାଏଁ ଦିଆଯାଇଛି। ଗ୍ରାହକଙ୍କୁ ଇମେଲ୍ ଜରିଆରେ ମ୍ୟାଚୁରିଟି କ୍ଲେମ୍ ପାଇଁ ରିକ୍ବେଷ୍ଟ ପଠାଇବାକୁ ପଡ଼ିବ। ଏଥିପାଇଁ ଗ୍ରାହକ (bo@licindia.com)  ରେ ମେଲ୍ କରି ପାରିବେ। ଏହି ମେଲ୍ ଆଇଡିରେ ଆପଣଙ୍କୁ bo ପରେ ବ୍ରାଞ୍ଚର କୋଡ ମଧ୍ୟ ଲେଖିବାକୁ ପଡ଼ିବ। ଯଦି ଆପଣଙ୍କ ବ୍ରାଞ୍ଚର କୋଡ 246 ତେ​‌ବେ ଆପଣଙ୍କୁ bo246@licindia.com  ରେ ମେଲ୍ କରିବାକୁ ପଡ଼ିବ।

ଏହି ସୁବିଧା କେବଳ ସେହି ଗ୍ରାହକଙ୍କ ପାଇଁ ଉପଲବ୍ଧ ଯାହାର ପଲିସି ମ୍ୟାଚୁର ହୋଇଯାଇଥିବ ଏବଂ ଯେଉଁମାନେ ସମସ୍ତ ପ୍ରିମିୟମର ଇନଭେଷ୍ଟ୍ ଠିକ୍ ଭାବେ କରିଥିବେ। ଏହି ସମୟରେ ଆପଣଙ୍କୁ କିଛି କଥା ପ୍ରତି ଖାସ୍ ଧ୍ୟାନ ରଖିବାକୁ ହେବ,ଯେପରି ଆପଣ ସ୍କାନ୍ ହୋଇଥିବା ଦସ୍ତାବିଜରେ ପଠାଇବେ,ଏଗୁଡ଼ିକର ସାଇଜ ୫ଏମବିରୁ ଅଧିକ ନ ହୋଇଥିବା ଦରକାର।

ଏହା ଛଡ଼ା ସ୍କାନ୍ କରାଯାଇଥିବା ଦସ୍ତାବିଜ JPEG କିମ୍ବା ପିଡିଏଫ ଫର୍ମାଟରେ ହିଁ ହେବା ଉଚିତ୍। ଏହି ମେଲ୍ ଆଇଡିର ଉପଯୋଗ କେବଳ କ୍ଲେମ୍ ରିକ୍ବେଷ୍ଟ ପଠାଇବା ପାଇଁ କରିବା ଉଚିତ୍। ଯଦି ଆପଣଙ୍କୁ ଏହା ସମ୍ବନ୍ଧିତ କୌଣସି ଅଧିକ ସୂଚନା ଆବଶ୍ୟକ ତେବେ LICର ହେଲ୍ପଲାଇନ୍ ନମ୍ବର 02268276827ରେ କଲ୍ କରି କିମ୍ବା କମ୍ପାନୀର ଅଫିସିଆଲ୍ ଓ୍ବେବସାଇଟରୁ ନେଇ ପାରିବେ।

   Related Posts