LIC ଗ୍ରାହକମାନେ ଜାଣି ରଖନ୍ତୁ, ଫେବୃଆରୀ ୨୮ ସୁଦ୍ଧା କରିନିଅନ୍ତୁ ଏହି କାମ ..ନ ହେଲେ ପ୍ରସ୍ତେଇବେ

Published By : Prameya-News7 Bureau | February 05, 2019 IST

ଜୀବନ ବୀମା ନିଗମରେ ଆପଣଙ୍କର ପଲିସ ଅଛିକି ? ଯଦି ଅଛି ଜାଣି ରଖନ୍ତୁ ଏହି ଗୁରୁତ୍ଵପୂର୍ଣ୍ଣ ଖବର , ହେଲେ ଆପଣ ବି ପ୍ରସ୍ତେଇ ପାରନ୍ତି । ଡ଼େରି ନ କରି, ସାରି ଦିଅନ୍ତୁ ଏହି କାମ । ଫେବୃଆରୀ ୨୮ ତାରିଖ ସୁଦ୍ଧା ଯଦି କରୁଛନ୍ତି ଏହିକାମ , ଆପଣଙ୍କୁ ଆଉ ପ୍ରସ୍ତେଇବାକୁ ପଡ଼ିବ ନାହିଁ ।

{"id":82267,"width":588,"height":441}

LIC ଫେବୃଆରୀ ୨୮ ତାରିଖ ପରେ , ତା ର ସମସ୍ତ ବ୍ୟବସ୍ଥାକୁ କରିଦେବ ଡ଼ିଜିଟାଲ । ଏହି ବ୍ୟବସ୍ଥାରେ ଆପଣଙ୍କୁ ଆପଣଙ୍କ ପଲିସ ସଂପର୍କରେ ସବୁ ସୂଚନା ମୋବାଇଲ ମାଧ୍ୟମରେ ଜଣାଇଦେବ । ଏସଏମଏସ ମାଧ୍ୟମରେ ଆପଣଙ୍କ ପଲିସରେ ପଇସା ପୈଠ କରିବାର ତାରିଖ, ଡ଼ିନୋମିନେସନ,ଫାଇନ ଆଦି ମେସେଜ ମାଧ୍ୟମରେ ଜାଣିପାରିବେ ।

ଏହି ବ୍ୟବସ୍ଥାରେ ଯଦି ଆପଣ ସାମିଲ ହେବାକୁ ଚାହୁଁଛନ୍ତି , ତା ହେଲେ ନିକଟସ୍ଥ ଶାଖାକୁ ଯାଇ ନିଜର ମୋବାଇଲ ନମ୍ବର ରେଜିଷ୍ଟାର କରନ୍ତୁ । ଆପଣ ସମସ୍ତ ସେବା ମାର୍ଚ୍ଚ ୧ ତାରିଖରୁ ପାଇପାରିବେ ।

ଆପଣଙ୍କର ବୀମା ସଂବନ୍ଧୀୟ ଅନ୍ୟାନ ଖବର ମଧ୍ୟ ଏସଏମଏସ ମାଧ୍ୟମରେ ପାଇପାରିବେ । ଆଗକୁ ଆସୁଥିବା  ଆଡ଼ଭାଣ୍ଟେଜସ ପଲିସ ସଂପର୍କରେ ମଧ୍ୟ ସବୁକଥା ଜାଣିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.