ଏଲ୍‌ଆଇସି ଅଫିସରେ ଫୁଟିଲା ଗୁଳି, ଅସାବଧାନତା ହେତୁ ଫୁଟିଲା ବନ୍ଧୁକ

Published By : Prameya-News7 Bureau | October 14, 2021 IST

ଢେଙ୍କାନାଳ ୧୪।୧୦: ଏଲଆଇସି ଅଫିସରେ ଫୁଟିଲା ଗୁଳି। କାହାରି କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ସିଏମଏସ ଏଟିଏମ କ୍ୟାଶ ଭ୍ୟାନ ସୁରକ୍ଷା କର୍ମୀଙ୍କ ବନ୍ଧୁକରୁ ଫୁଟିଛି ଗୁଳି । ଅସାବଧାନତା ହେତୁ ଅଫିସ ଭିତରେ ଫୁଟିଗଲା ବନ୍ଧୁକ ।

{"id":527055,"sizeSlug":"full","linkDestination":"none"}

ଖବର ଅନୁଯାୟୀ,  ଏଲଆଇସିରୁ ଟଙ୍କା ନେଇ ଅନ୍ୟ ବ୍ୟାଙ୍କରେ ଡିପୋଜିଟ୍ ପାଇଁ ଆସିଥିଲା ସିଏମଏସ ଗାଡି। ସିକ୍ୟୁରିଟି ଗାର୍ଡ କୁମୁଦ ଚନ୍ଦ୍ର ସାହୁଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଅସାବଧାନତା ବଶତଃ  ଫୁଟିଯାଇଥିଲା । ତେବେ ଏହି  ଗୁଳି ଫୁଟିବା ପରେ ଅଫିସ୍ ସିଲିଂର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି । ମାତ୍ର ଅନ୍ୟ କାହାରି କିଛି କ୍ଷୟ କ୍ଷତି ହୋଇନଥିବା ଜଣାପଡିଛି ।

{"id":527056,"sizeSlug":"full","linkDestination":"none"}

ବନ୍ଧୁକ ଧରିଥିବା ବେଳେ କାନ୍ଧରୁ ଖସିଯାଇ ବନ୍ଧୁକଟି ତଳେ ଛେଚି ହୋଇ ଯିବାରୁ ଆପେ ଆପେ ଗୁଳି ଫୁଟି ଯାଇଥିବା କହିଛନ୍ତି ଏହି ସୁରକ୍ଷା କର୍ମୀ ।  । ଖବର ପାଇ ଟାଉନଥାନା ପୋଲିସ ଏଲଆଇସି ଅଫିସରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.