୧ ହଜାର ଟଙ୍କା ଜମା କଲେ ମିଳିବ ୧ଲକ୍ଷ ଟଙ୍କା, ଜମାକାରୀଙ୍କ ପାଇଁ ରହିଛି ଆକର୍ଷଣୀୟ ଋଣ ଯୋଜନା

Published By : Prameya-News7 Bureau | June 23, 2019 IST

ନୂଆଦିଲ୍ଲୀ : ଭାରତୀୟ ଜୀବନ ବୀମା ନିଗମ ଏଲଆଇସି ଦେଶର ସବୁଠାରୁ ବଡ ବୀମା କମ୍ପାନୀ। ଲୋକଙ୍କୁ ବିଭିନ୍ନ ପ୍ରକାରର ବୀମା ପ୍ରଡକ୍ଟ ଉପଲବ୍ଧ କରାଉଥିବା ଏହି କମ୍ପାନୀ ଟର୍ମ ପ୍ଲାନ ଠାରୁ ଆରମ୍ଭ କରି ଜୀବନ ବୀମା ପର୍ଯ୍ୟନ୍ତ ଯୋଗାଇଦେଇଥାଏ। ଏଲଆଇସିର ନୂଆ ୨୦ ବର୍ଷିଆ ମନିବ୍ୟାକ୍ ପ୍ଲାନ୍ ମଧ୍ୟ ଠିକ୍ ଏହିପରି ଏକ ଲାଭଜନକ ବୀମା ଯୋଜନା ଯାହା ବୀମାଧାରୀଙ୍କୁ ଅନେକ ପ୍ରକାରର ଲାଭ ଦେଇଥାଏ। ଏହି ପ୍ଲାନର ସବୁଠାରୁ ବଡ କଥା ହେଉଛି ଆପଣ ଏଲଆଇସିରୁ ଋଣ ନେଇ ଆପଣଙ୍କ ଆର୍ଥିକ ଆବଶ୍ୟକତା ମଧ୍ୟ ପୁରଣ କରିପାରିବେ। ଆସନ୍ତୁ ଜାଣିବା ଏଲଆଇସିର ଏହି ପୁରା ଯୋଜନା କଣ, କିପରି ଲାଭବାନ ହେବେ ବୀମାକାରୀ।

{"id":126198}

ଏଲଆଇସିର ଏହି ନୂଆ ସ୍କିମ ୧୩ ବର୍ଷରୁ ଆରମ୍ଭ କରି ୫୦ ବର୍ଷ ଆୟୁର ଲୋକେ କରିପାରିବେ। ଏହି ସ୍କିମରେ ସର୍ବନିମ୍ନ ଆସ୍ୟୋର୍ଡ ୧ ଲକ୍ଷ ଟଙ୍କା, ତେବେ ଅଧିକତମ ଆସ୍ୟୋର୍ଡ ଆର୍ଥର କୌଣସି ସୀମା ନାହିଁ। ଏହି ସ୍କିମରେ ଯଦି ଆପଣ ବାର୍ଷିକ ସର୍ବନିମ୍ନ ୨ଶହ ଟଙ୍କା ବି ଜମା କରିପାରନ୍ତି ତେବେ ଆପଣଙ୍କୁ ଭବିଷ୍ୟତରେ ବେଶ ଫାଇଦା ମିଳିବ। ଏଥିରେ ଆପଣଙ୍କୁ ୧୫ରୁ ୨୦ ବର୍ଷ ପର୍ଯ୍ୟନ୍ତ ପ୍ରିମିୟମ ଜମା କରିବାକୁପଡିବ। ଯଦି ଆପଣଙ୍କ ବୟସ ୨୦ ବର୍ଷ ତେବେ ଆପଣଙ୍କୁ ବାର୍ଷିକ ୭୮ଟଙ୍କା ବା ଏହାର ଗୁଣିତକ ହାରରେ ପ୍ରିମିୟମ ଜମା କରିବେ।   ସେହିପରି ୩୦ ବର୍ଷ ହୋଇଥିଲେ ୭୯.୧୦, ୪୦ ବର୍ଷ ହୋଇଥିଲେ ୮୨.୯୫ ଓ ୫୦ ବର୍ଷରେ ୯୨ଟଙ୍କା ୫ ପଇସା ବା ଏହାର ଗୁଣିତକ ପ୍ରିମିୟମ ଜମା କରିବାକୁ ହେବ। ଏଥିପାଇଁ ଆପଣ  ମାସିକ ଅଥବା ୬ ମାସିଆ ପ୍ରିମିୟମ ଅପ୍ସନ ରଖିପାରନ୍ତି।

{"id":126199}

ଏହି ସ୍କିମରେ ଯଦି ଆପଣ ସଠିକ ସମୟରେ ସବୁ ପ୍ରିମିୟମ ଦେଇଚାଲିଛନ୍ତି ଆପଣଙ୍କ ମୃତ୍ୟୁ ହେଲେ ଆପଣଙ୍କ ପରିବାର ଲୋକଙ୍କୁ ୧୨୫ ପ୍ରତିଶତ ବେସିକ ଅଥବା ବାର୍ଷିକ ପ୍ରିମିୟମର ୧୦ ପ୍ରତିଶତ ହିସାରେ ରାଶି ପ୍ରଦାନ କରାଯିବ। ତେବେ ଆପଣ ଜମା କରିଥିବା ପ୍ରିମିୟମର ୧୦୫ ପ୍ରତିଶତ ଅଧିକ ରାଶି ବୀମାଧାରୀଙ୍କୁମିଳିବ। ଏହା ଛଡା ସ୍କିମ ଅନୁଯାୟୀ ପ୍ରତି ୫,୧୦ ଓ ୧୫ ବର୍ଷରେ ବେସିକ ଜମାର ୨୦ ପ୍ରତିଶତ ମନିବ୍ୟାକ୍ ମିଳିବ। ନୁହେଁ କି ଲାଭଜନକ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.