Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ପ୍ରତିଦିନ ୨୦୦ଟଙ୍କା ବିନିଯୋଗ କଲେ ୨୦ବର୍ଷ ପରେ ମିଳିବ ୨୮ଲକ୍ଷ ଟଙ୍କା : ଜାଣନ୍ତୁ ଏଲଆଇସିର ଏହି ପ୍ଲାନ୍ ବିଷୟରେ

3/11/2019 at 1:11 PM

ନୂଆଦିଲ୍ଲୀ ୩/୧୧: ଲାଇଫ ଇନସ୍ୟୁରାନ୍ସ କମ୍ପାନୀ ଅର୍ଥାତ୍ ଏଲଆଇସି ଏକ ଅତ୍ୟନ୍ତ ଭରସାଯୋଗ୍ୟ ନାଁ ଏବଂ ଏହା ଜରିଆରେ ମିଳୁଥିବା ଲାଇଫ ଇନସ୍ୟୁରାନ୍ସ ପ୍ଲାନ୍ ଖୁବ୍ ସୁରକ୍ଷିତ ଏବଂ ଚମତ୍କାର ଲାଇଫ କଭର ସହ ଆସିଥାଏ। ଏଠାରେ ଆମେ ଆପଣଙ୍କୁ ଏଲଆଇସିର ଏକ ଏପରି ପ୍ଲାନ୍ ବିଷୟରେ କହିବୁ ଯାହା ଆପଣଙ୍କୁ ଲଗାତାର ବିନିଯୋଗ କଲେ କିଛି ବର୍ଷ ପରେ ଭଲ ରିଟର୍ଣ୍ଣ ଦେଇଥାଏ।

ଏଲଆଇସିର ଜୀବନ ପ୍ରଗତି ପ୍ଲାନ୍ ଆପଣଙ୍କୁ ଅନେକ ଫାଇଦା ଦେଇଥାଏ । ତେବେ ଜାଣନ୍ତୁ ଏହା ବିଷୟରେ…

  • ଏହି ପଲିସିରେ ପ୍ରତି ୫ବର୍ଷରେ ରିସ୍କ କଭର ବଢ଼ିଥାଏ।
  • ପଲିସି ମାର୍କେଟ ସହ ଲିଙ୍କଡ ନାହିଁ।
  • ଏହି ସ୍କିମ୍ କମ୍ ଅବଧିରେ ଅଧିକ ଫାଇଦା ଦେବାର କ୍ଷମତା ରଖିଥାଏ।
  • ଏହା ଏକ ଦାନପ୍ରାପ୍ତ ଯୋଜନା ଯାହା ଫଳରେ ଆପଣଙ୍କ ଟଙ୍କା ଏଠାରେ ସୁରକ୍ଷିତ ରହିଥାଏ।

ଏହି ପ୍ଲାନ୍ ଅନୁସାରେ ପ୍ରତିଦିନ ୨୦୦ଟଙ୍କା ବିନିଯୋଗ କଲେ ଆପଣଙ୍କୁ ୨୦ବର୍ଷ ପରେ ୨୮ଲକ୍ଷ ଟଙ୍କାର ଫଣ୍ଡ ମିଳିବ। ଏଥିପାଇଁ ଆପଣଙ୍କୁ ବାର୍ଷିକ ୭୪୩୮୭ ଟଙ୍କାର ପ୍ରିମିୟମ୍ ଦେବାକୁ ପଡ଼ିବ। ୬ମାସ ହିସାବରେ ଦିଆଯାଉଥିବା ପ୍ରିମିୟମ୍ ହିସାବରେ ୩୭୫୮୩ ଟଙ୍କା ଦେବାକୁ ହେବ। ଯଦି ଆପଣ କ୍ବାଟରଲି  ଅର୍ଥାତ୍ ତ୍ରିମାସିକ ଆଧାରରେ ପ୍ରିମିୟମ ଦେବାର ବିକଳ୍ପ ବାଛିବେ ତେବେ ଆପଣଙ୍କୁ ୧୮୯୩୭ଟଙ୍କା ପ୍ରିମିୟମ ଦେବାକୁ ପଡ଼ିବ। ଯଦି ଆପଣ ମାସିକ ପ୍ରିମିୟମର ଅପ୍ସନ ନେଉଛନ୍ତି ତେବେ ୬୩୨୯ଟଙ୍କାର ପ୍ରିମିୟମ ଦେବାକୁ ହେବ ଯାହା ଗୋଟିଏ ଦିନ ହିସାବରେ ୨୦୪ଟଙ୍କା ହୋଇଥାଏ।

ପ୍ରଥମ ବର୍ଷର ପ୍ରିମିୟମ୍ ଆପଣଙ୍କୁ ୪.୫ପ୍ରତିଶତ ଟ୍ୟାକ୍ସ ସହ ଦେବାକୁ ହୋଇଥାଏ। ଏହା ବ୍ୟତୀତ ପ୍ରଥମ ବର୍ଷର ପ୍ରିମିୟମ ଭରିବା ପରେ ଟ୍ୟାକ୍ସ କମ୍ ହୋଇ ୨.୨୫ ପ୍ରତିଶତ ହୋଇ ଯାଇଥାଏ।

   Related Posts