ଜନତାଙ୍କୁ ଲାଗିବ ବଡ଼ ଝଟକା, ଏଲଆଇସି ହେବ ବନ୍ଦ! ଜାଣନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ମେସେଜରେ କେତେ ରହିଛି ସତ୍ୟତା

Published By : Prameya-News7 Bureau | October 15, 2019 IST

ନୂଆଦିଲ୍ଲୀ୧୫|୧୦: ଗତ କିଛି ମାସ ହେବ ଭାରତୀୟ ଜୀବନ ବୀମା ନିଗମର ଆର୍ଥିକ ସ୍ଥିତି ଖରାପ ଆଡକୁ ଗତି କରୁଥିବା ନେଇ ଚର୍ଚ୍ଚା ଚାଲିଛି । ନିକଟରେ ସୋସିଆଲ ମିଡିଆରେ ଏକ ମେସେଜ ଭାଇରାଲ ହୋଇଥିଲା। ଯେଉଁଥିରେ ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ର ଆର୍ଥିକ ସ୍ଥିତି ଭଲ ନାହିଁ ବୋଲି ଉଲ୍ଲେଖ ହୋଇଥିଲା। ଏହି ସମୟରେ ଏଲଆଇସିକୁ ନେଇ ବିଭିନ୍ନ ଗୁଜବ ମଧ୍ୟ ଉଠିଥିଲା। ଏଲଆଇସିର ଶେୟାର ବିକ୍ରି ହୋଇଯାଇଥିବା କଥା ମଧ୍ୟ ଲୋକମାନେ ଆଲୋଚନା କରିଥିଲେ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ମେସେଜର ପ୍ରକୃତ ସତ୍ୟ ଏବେ ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ ଯେ ସୋସିଆଲ ମିଡିଆରେ ଭାଇରାଲ ମେସେଜ ପୂରା ମିଛ ବା ଫେକ୍‌ ଓ ଭାଇରାଲ୍‌ ପୋଷ୍ଟ  ବୋଲି ଜଣା ପଡିଛି । ଏନେଇ ଏଲଆଇସି ପକ୍ଷରୁ ମଧ୍ୟ ଏକ ବିଜ୍ଞପ୍ତି ଜାରି କରି ସ୍ପଷ୍ଟୀକରଣ ଦିଆଯାଇଥିଲା। ଏହି ଭାଇରାଲ୍‌ ମେସେଜରେ ଉଲ୍ଲେଖ ହୋଇଥିଲା ଯେ ମୋଦିଙ୍କ ଯୋଗୁଁ ଏଲଆଇସିରେ ଟଙ୍କା ନିବେଶ କରିଥିବା ବ୍ୟକ୍ତି ଅସୁବିଧାରେ ପଡିପାରନ୍ତି ।

ଏଥିସହ ଅନ୍ୟ ସଂସ୍ଥାରେ ପୁଞ୍ଜି ନିବେଶ କରିବା ପାଇଁ ପରାମର୍ଶ ଦେବା ସହ ଏଲଆଇସିର ୮୦ ପ୍ରତିଶତ ଶେୟାର ବିକ୍ରି ହୋଇଯାଇଥିବା କଥା ମଧ୍ୟ ମେସେଜରେ କୁହାଯାଇଥିଲା। ଏହି ମେସେଜ ଭାଇରାଲ ହେବା ପରେ ଏଲଆଇସି ପ୍ରତି କିଛି ଲୋକଙ୍କ ଭରସା ଉଠି ଯାଇଥିଲା।

ଏପରିକି ଏଲଆଇସିର ବିରିଷ୍ଠ ଅଧିକାରୀମାନେ ଫେକ୍ ମେସେଜ ସଂପର୍କରେ ସ୍ପଷ୍ଟୀକରଣ ଦେଇଥିଲେ। ଏଲଆଇସି ଭଳି ଏକ ଖ୍ୟାତିନାମା ସଂସ୍ଥାକୁ ବଦନାମ କରିବା ଲାଗି ଏମିତି କିଏ ଷଡଯନ୍ତ୍ର ରଚି ଥାଇପାରେ ବୋଲି ଏଲଆଇସିର ଅଧିକାରୀ କହିଥିଲେ। ଏଲଆଇସିର ଅଧିକାରୀ ଅମିତ୍‌ ସିଂହ କହିଛନ୍ତି ଯେ ଏଲଆଇସି ପୂରା ଲାଭରେ ଅଛି । ସୋସିଆଲ ମିଡିଆରେ ଭାଇରାଲ ମେସେଜ ଫେକ୍ ବା ଏକ ମିଛ ଭାଇରାଲ୍‌ ଖବର ବୋଲି ସେ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.