Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ପଲିସି ହୋଲ୍ଡରସଙ୍କ ଲାଗି ସୁବର୍ଣ୍ଣ ସୁଯୋଗ ଆଣିଲା ଏଲଆଇସି, ଜାଣନ୍ତୁ କ’ଣ

23/09/2019 at 3:39 PM

ନୂଆଦିଲ୍ଲୀ୨୩|୯: ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ନିଜ ଗ୍ରାହକଙ୍କ ଲାଗି ଏକ ନୂଆ ଅଫର ଆଣିଛି। ବନ୍ଦ ହୋଇପଡିଥିବା ପୁରୁଣା ପଲିସିକୁ ପୁଣି ଥରେ ଆରମ୍ଭ କରିବା ଲାଗି ଏଲଆଇସି ନିଜ ଗ୍ରାହକଙ୍କୁ ସୁଯୋଗ ଦେଇଛି। ଲମ୍ବା ସମୟଧରି ପଲିସିର ପ୍ରିମିୟମ ଭରିନଥିବା ହେତୁ ପଲିସି ଲ୍ୟାପ୍ସ ହୋଇଯାଇଥାଏ। ତେବେ ଆପଣଙ୍କ ପଲିସିକୁ ପୁଣି ଥରେ ଆରମ୍ଭ କରି ପାରିବେ। ଏଥିଗଲାଗି ସ୍ପେଶାଲ ରିଭାଇଭାଲ କ୍ୟାମ୍ପେନ(Special Revival Campaign)ଏଲଆଇସି ଆରମ୍ଭ କରିଛି।

ଏଲଆଇସି ଟ୍ବିଟକରି ସୂଚନା ଦେଇଛି ଯେ, ସ୍ପେଶାଲ ରିଭାଇଭାଲ କ୍ୟାମ୍ପେନ ସେପ୍ଟେମ୍ବର ୧୬ ତାରିଖରୁ ଆରମ୍ଭ ହୋଇସାରିଛି। ଏହି କ୍ୟାମ୍ପେନ ଆସନ୍ତା ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଯେଉଁ ଏଲଆଇସିଧାରୀଙ୍କ ପଲିସି ବନ୍ଦ ହୋଇଯାଇଛି। ସେମାନେ ଏହି ସୀମିତ ମଧ୍ୟରେ ପୁଣି ପଲିସି ଆରମ୍ଭ କରି ପାରିବେ। ଏହି ସୁବିଧା ସେହି ଗ୍ରାହକ ପାଇପାରିବେ ଯେଉଁମାନେ ପଲିସିକୁ ହସ୍ତାନ୍ତର କରି ନଥିବେ। ଯେଉଁମାନେ ପଲିସିକୁ ହସ୍ତାନ୍ତର କରି ଦେଇଥିବେ ସେମାନେ ଏହି ସୁବିଧାର ଫାଇଦା ଉଠାଇ ପାରିବେ ନାହିଁ।

ଏଲଆଇସି ଟ୍ବିଟକରି ଆହୁରି ମଧ୍ୟ ସୂଚନା ଦେଇଛି ଯେ, ପଲିସିକୁ ରିଭାଇଭାଲ କଲେ ଗ୍ରାହକଙ୍କୁ ଡେଥ୍‌ ବେନିଫିଟ୍‌ ମଧ୍ୟ ମିଳିବ। ଅଚନାକ ପଲିସିଧାରୀଙ୍କ ମୃତ୍ୟୁ ହେଲେ ସେମାନଙ୍କ ନୋମିନୀଙ୍କୁ ଟଙ୍କା ମିଳିବ। ସୂଚନାଯୋଗ୍ୟ ଯେ, ପ୍ରିମିୟମ ନଭରି ଯୋଗୁଁ ପଲିସି ଲ୍ୟାପ୍ସ ହୋଇଯାଇଥାଏ। ତେଣୁ ଏହି ସୁବିଧାରେ ଫାଇଦା ଉଠାଇବା ଲାଗି ହେଲେ ୩ ବର୍ଷରୁ କମ ଦିନ ପର୍ଯ୍ୟନ୍ତ ପଲିସି ଲ୍ୟାପ୍ସ ହୋଇଥିବା ଆବଶ୍ୟକ। ୩ ବର୍ଷ ଅଧିକ ଦିନ ପର୍ଯ୍ୟନ୍ତ ବନ୍ଦ ହୋଇଥିବା ପଲିସିଧାରୀ ଏହି ସ୍ପେଶାଲ ରିଭାଇଭାଲର ସୁବିଧାର ଫାଇଦା ଉଠାଇ ପାରିବେ ନାହିଁ

   Related Posts