୮ହଜାର୫୦୦ ପଦବୀ ପାଇଁ ବିଜ୍ଞପ୍ତି ଜାରି- ଏଲ୍‌ଆଇସି ଆସିଷ୍ଟାଣ୍ଟ ନୋଟିଫିକେସ୍‌ନ ୨୦୧୯

Published By : Prameya-News7 Bureau | September 18, 2019 IST

ନୂଆଦିଲ୍ଲୀ - ଏଲ୍‌ଆଇସିରେ ଏବେ ବଡ ଧରଣ ନିଯୁକ୍ତି ହେବ । ଏଥିପାଇଁ ଜୀବନ ବୀମା ନିଗମ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।ଏଲ୍‌ଆଇସି ଆସିଷ୍ଟାଣ୍ଟ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି । ଅଫିସିଆଲ୍‌ ଓ୍ୱେବସାଇଟରେ ବିଜ୍ଞପ୍ତି ବାହାରିଛି । ମୋଟ୍‌ ୮ହଜାର ୫୦୦ ପଦବୀ ପାଇଁ ଓ୍ୱେବସାଇଟରେ ବିଜ୍ଞପ୍ତି ବାହାରିଛି ।
ଏଲ୍‌ଆଇସି ଆସିଷ୍ଟାଣ୍ଟ ପଦବୀ ପାଇଁ ଆବେଦନର ତାରିଖ ସେପ୍ଟେମ୍ବର ୧୭ , ୨୦୧୯
ଆବେଦନର ଶେଷ ତାରିଖ ଅକ୍ଟୋବର ୧, ୨୦୧୯ ରହିଛି

ଏଲ୍‌ଆଇସି ଆସିଷ୍ଟାଣ୍ଟ ପଦବୀ ପାଇଁ କିପରି ଆବେଦନ କରିବେ ।
ଏଲ୍‌ଆଇସିର ଅଫିସିଆଲ୍‌ ଓ୍ୱେବସାଇଟ୍‌ରେ ଆବେଦନ କରିପାରିବେ ।
ପ୍ରଥମେ ଏଲ୍‌ଆଇସିର ଅଫିସିଆଲ୍‌ ଓ୍ୱେବସାଇଟ୍‌କୁ ଯାଆନ୍ତୁ ।
ପରେ କ୍ୟାରିଅଲ୍‌ ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ

ଏକ ନୂଆ ପୃଷ୍ଟା ବା ପେଜ୍‌ ଆସିବ ।
ଏହା ପରେ LIC assistant notification ଲିଙ୍କ ଉପରେ କ୍ଲିକ କରନ୍ତୁ ଏହାପରେ ପୁଣି ଏକ ନୂଆ ପେଜ୍‌ ଆସିବ
ଏହାପରେ ଆପ୍ଲାଏ 'apply' ଉପରେ କ୍ଲିକ କରନ୍ତୁ

ଏହାପରେ ଆପଣ ଆଇବିପିଏସ୍‌ ଓ୍ୱେବସାଇଟ୍‌ ରିଡାଇରେକ୍ଟ ହେବେ
ସେଥିରେ ଉଦିଷ୍ଟ ଥିବା ଫର୍ମକୁ ପୂରଣ କରନ୍ତୁ ।
ଗ୍ରାଜୁଏଟ୍‌ ମାନେ ଏହା ପାଇଁ ଯୋଗ୍ୟ ବା ଇଲିଜିବଲ୍‌
ଏହାର ନିଯୁକ୍ତି ପରୀକ୍ଷା ତିନୋଟି ପର୍ଯ୍ୟାୟରେ ହେବ
ପ୍ରଥମେ ପ୍ରିଲିମସ୍‌
ପ୍ରିଲମିସ୍‌ରେ ସଫଳ ହୋଇଥିବା ପ୍ରାର୍ଥୀଙ୍କ ପାଇଁ ମେନ୍‌
ଓ ସାକ୍ଷାତକାର ବା ଇଣ୍ଟରଭ୍ୟୁ
ଆବେଦନ ପାଇଁ ସାଧାରଣ ବର୍ଗରେ ୬୦୦ ଟଙ୍କା
ଏସ୍‌ସି-ଏସ୍‌ଟି ବର୍ଗରେ ୫୦ ଟଙ୍କା ଦେବାକୁ ପଡିବ ।
ଏହା ସହ ଟ୍ରାନାଜାକସନ ଚାର୍ଜ ଦେବେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.