ଖୁସି ଖବର : ଗ୍ରାହକ ପୁଣି ଚଲାଇପାରିବେ ତାଙ୍କର ୨ବର୍ଷରୁ ଅଧିକ କାଳ ଧରି ବନ୍ଦ ପଡିଥିବା lic ପଲିସି

Published By : Prameya-News7 Bureau | November 04, 2019 IST

ନୂଆଦିଲ୍ଲୀ : ସରକାରଙ୍କ ମାଲିକାନାଧିନ ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ୨ ବର୍ଷରୁ ଅଧିକ କାଳ ଧରି ଲାପ୍ସ ହୋଇ ଯାଇଥିବା ଜୀବନ ବୀମା ପଲିସିଗୁଡିକୁ ପୁଣି ଚାଲୁ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ଏହି ପଦକ୍ଷେପ ପରେ ଏଲଆଇସି ସହିତ ଦୀର୍ଘ ବର୍ଷରୁ ଜଡିତଥିବା ବୀମାଧାରୀଙ୍କ ସଂଖ୍ୟା ପୁଣି ବୃଦ୍ଧି ହେବ ବୋଲି ଆକଳନ କରାଯାଉଛି।

ଏ ନେଇ ଏଲଆଇସି  ଏକ ବୟାନରେ କହିଛନ୍ତି ଯେ ୨ ବର୍ଷରୁ ଅଧିକ କାଳରୁ ବନ୍ଦ ହୋଇଯାଇଥିବା ପଲିସିଗୁଡିକୁ ପୁଣି କାର୍ଯ୍ୟକ୍ଷମ କରିବାକୁ ଅନୁମତି ନଥିଲା। ହେଲେ ଏବେ ଏହି ପଲିସିଗୁଡିକ ପୁଣି ନବିକରଣ ହୋଇପାରିବ। ଇରଡା ଉତ୍ପାଦ ବିନିୟମନ ୨୦୧୩ ଅନୁସାରେ ପ୍ରଥମ ଥର କିସ୍ତି ପୈଠ କରିବାର ୨ ବର୍ଷ ପର୍ଯ୍ୟନ୍ତ କିସ୍ତି ଦାଖଲ କରିନପାରିଲେ ପଲିସିକୁ ଲାପସ୍ ବୁଝାଯିବ ବୋଲି ପ୍ରଥମ ଥର  ପ୍ରାବଧାନ କରିଥିଲେ।  ଏଣୁ ୧ ଜାନୁୟାରୀ ୨୦୧୪ ପରେ ଅଚଳ ହୋଇଥିବା ପଲିସିଗୁଡିକୁ ନୂଆ ନିଷ୍ପତ୍ତି ପରେ  ପୁଣି କାର୍ଯ୍ୟକ୍ଷମ ହୋଇପାରିବ।

କେବଳ ଏତିକି ନୁହେଁ । ନୂଆ ପ୍ରାବଧାନରେ ୧ ଜାନୁୟାରୀ ୨୦୧୪ ପରେ ବୀମା ଧାରୀ କ୍ରୟ କରିଥିବା ନନ୍ ଲିଙ୍କଡ ପଲିସିଗୁଡିକୁ ୫ ବର୍ଷ ମଧ୍ୟରେ ଓ ୟୁନିଟ୍ ଲିଙ୍କଡ ପଲିସିଗୁଡିକୁ ୩ ବର୍ଷ ଭିତରେ ବନ୍ଦ ହୋଇଥିଲେ ପୁଣି ଚାଲୁ କରିପାରିବେ। ତେବେ ଏଭଳି ପଲିସି ରିନ୍ୟୁ କରିବା ବେଳେ ବୀମା କମ୍ପାନୀ ଗ୍ରାହକଙ୍କ ଆକଳନ କରିବେ। ପରିସଷ୍ଟେନ୍ସି ଅନୁପାତ ଜରିଆରେ ଗ୍ରାହକଙ୍କ କମ୍ପାନୀ ସହ ଜଡିତ ରହିବାର ଆକଳନ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.