ବଳାତ୍କାର ପାଇଁ ଏମରଜେନ୍ସି : ଲାଇବେରିଆରେ ଜାରି ହେଲା ଜରୁରୀ ପରିସ୍ଥିତି

Published By : Prameya-News7 Bureau | September 14, 2020 IST

ମନରୋଭିଆ ୧୪।୦୯: ସାଧାରଣତଃ ଦେଶରେ ଯୁଦ୍ଧ ପରିସ୍ଥିତି, ଆର୍ଥିକ ସଙ୍କଟ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ହେଲେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥାଏ । କିନ୍ତୁ ବିଶ୍ୱରେ ଏମିତି ଏକ ଦେଶ ଅଛି , ଯାହାକି ଦେଶରେ ବଳାତ୍କାର ମାମଲା ବଢୁଥିବାର ଦେଖି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।  ଏନେଇ ରାଷ୍ଟ୍ରପତି ନିଜେ ଘୋଷଣା କରିଛନ୍ତି ।

 ପଶ୍ଚିମ ଆଫ୍ରିକୀୟ ଦେଶ ଲାଇବେରିଆରେ ଏବେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ରାଷ୍ଟ୍ରପତି ଜର୍ଜ ଓ୍ୱି ଏନେଇ ଘୋଷଣା ମଧ୍ୟ କରିଛନ୍ତି । ଲାଇବେରିଆରେ ଅହେତୁକ ଭାବେ ବଳାତ୍କାର ମାମଲା ବୃଦ୍ଧି ପାଉଥିବାର ଦେଖି ଏପରି ନିଷ୍ପତ୍ତି ନିଆଯାଇଛି । ବିଶ୍ୱରେ ବଳାତ୍କାର ମାମଲା ବୃଦ୍ଧି ପାଉଥିବାର ଦେଖି ଜରୁରୀକାଳୀନ ଦେଶ ଘୋଷଣା କରିବାରେ ବୋଧହୁଏ ଏହି ଆଫ୍ରିକୀୟ ଦେଶ ପ୍ରଥମ ବୋଲି ଅନୁମାନ କରାଯାଉଛି ।

ତେବେ ଦେଶରେ  ବଳାତ୍କାର ମାମଲା ଗୁଡ଼ିକ ତଦନ୍ତ ପାଇଁ ଜଣେ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ( ସ୍ୱତନ୍ତ୍ର ସରକାରୀ ଓକିଲ) ନିଯୁକ୍ତ କରାଯିବ । ସେହିପରି ଏଭଳି ଅପରାଧକୁ ରୋକିବା ପାଇଁ ନ୍ୟାସନାଲ୍‌ ସିକ୍ୟୁରିଟି ଟାସ୍କ ଫୋର୍ସ ଗଠନ କରାଯିବ ବୋଲି ଘୋଷଣା କରାଯାଇଛି । ଗତକିଛି ତଳେ ଦେଶର ରାଜଧାନୀ ମନରୋଭିଆରେ ଆନ୍ଦୋଳନ ଦେଖାଦେଇଥିଲା ।

ଦେଶରେ ବଳାତ୍କାର ଘଟଣାରେ ଆକସ୍ମିକ ବୃଦ୍ଧିକୁ ନେଇ ଲୋକମାନେ ବଡ଼ଧରଣର ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯାହାପରେ ଲାଇବେରିଆର ରାଷ୍ଟ୍ରପତି ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ସେହିପରି ଏକ ଏନ୍‌ଜିଓ ଦ୍ୱାରା କରାଯାଇଥିବା ଆକଳନ ଅନୁଯାୟୀ, ଗତ ଜୁନ୍‌ରୁ ଅଗଷ୍ଟ ମାସ ଭିତରେ ୬୦୦ବଳାତ୍କାର ମାମଲା ସାମ୍ନାକୁ ଆସିଛି । ଯାହାପରେ ସରକାର ଏପରି ନିଷ୍ପତ୍ତି ନେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.