Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ଆନ୍ଧ୍ରପ୍ରଦେଶ ଷ୍ଟେରିନ୍ ଗ୍ୟାସ୍ ଲିକ୍ ମାମଲା: ଏଲଜି ପଲିମରର ନିର୍ଦ୍ଦେଶକ ଓ ଶୀର୍ଷ ପଦାଧିକାରୀ ଗିରଫ

8/07/2020 at 10:40 PM

ବିଶାଖାପାଟଣା ୮।୭: ଗତ ମେ ମାସରେ ବିଶାଖା ପାଟଣାସ୍ଥିତ ଦକ୍ଷିଣ କୋରିଆ କମ୍ପାନୀ ଏଲ.ଜି. ପଲିମର୍ସ ଗ୍ୟାସ୍ ଲିକ୍‌ ଘଟଣାରେ ସଂସ୍ଥାର ନିର୍ଦ୍ଦେଶକଙ୍କ ସମେତ ସମସ୍ତ ୧୧ ଜଣ କାର୍ଯ୍ୟନିର୍ବାହୀଙ୍କୁ ଗିରଫ କରାଯାଇଥିବା ଆନ୍ଧ୍ରପ୍ରଦେଶ ପୋଲିସ ବୁଧବାର କହିଛି। ମାମଲାର ତଦନ୍ତ କରୁଥିବା ହାଇପାୱାର କମିଟି (ଏଚପିସି) ମଙ୍ଗଳବାର ରିପୋର୍ଟ  ଦାଖଲ କରିଥିଲେ। ଏହାର ୨୪ ଘଣ୍ଟା ମଧ୍ୟରେ ଏହି ଗିରଫଦାରୀ ହୋଇଥିବା ଜଣାପଡିଛି।

୭ ମେ ପ୍ରତ୍ୟୁଷରେ କମ୍ପାନୀରେ ଷ୍ଟେରିନ୍‌ ଗ୍ୟାସ୍‌ ଲିକ୍‌ ହେବାରୁ ଏହାର ୨ କିଲୋମିଟର ଭିତରେ ଥିବା ଗ୍ରାମ ଓ କଲୋନୀର  ହଜାର ହଜାର ଲୋକେ ଆକ୍ରାନ୍ତ ହୋଇଥିବା ବେଳେ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଦେଶରେ କରୋନା ଲକଡାଉନ୍‌ ଚାଲିଥିବା ବେଳେ କାରଖାନାରେ ଏହି ଦୁର୍ଘଟଣା ଘଟିଥିଲା। କାରଖାନାକୁ ପୁଣି  ଉତ୍ପାଦନକ୍ଷମ କରିବା ଲାଗି ପ୍ରକ୍ରିୟା ଆରମ୍ଭ ବେଳେ ଦୁର୍ଘଟଣା ଘଟିଥିବା ଜଣାପଡିଛି।

ମାମଲାରେ ପୋଲିସ ଏଲ.ଜି ପଲିମର ଭାରତର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ସଙ୍କି ଜେୟୋଙ୍ଗ, ବୈଷୟିକ ନିର୍ଦ୍ଦେଶକ ଡି.ଏସ୍.କିମ୍‌, ଆଡିସନାଲ ଅପରେସନ ଡାଇରେକ୍ଟର ପି.ପୁମାଚନ୍ଦ୍ର ମୋହନ ରାଓ ଏବଂ ଏଥିଲାଗି ଦାୟି ସମସ୍ତ ଇଞ୍ଜିନିୟରମାନଙ୍କୁ ଗିରଫ କରିଛି। ଏହି ମାମଲାରେ ବିଶାଖାପାଟଣା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀମାନଙ୍କୁ ମଧ୍ୟ ଚାକିରୀରୁ ନିଲମ୍ବିତ କରାଯାଇଛି।  

   Related Posts