୩ଟି ଦମଦାର ସ୍ମାର୍ଟଫୋନ୍‌ ଲଞ୍ଚ କଲା LG, ଦାମ୍‌ ୯,୪୦୦ରୁ ଆରମ୍ଭ

Published By : Prameya-News7 Bureau | November 06, 2020 IST

ନୂଆଦିଲ୍ଲୀ୬/୧୧: ଦୀପାବଳିକୁ ନଜରରେ ରଖି ବହୁ କମ୍ପାନୀ ନୂଆ ନୂଆ ସ୍ମାର୍ଟଫୋନ୍‌ ବଜାରରେ ଲଞ୍ଚ କରୁଛନ୍ତି। ଏଲଜି ଇଲେକ୍‌ଟ୍ରୋନିକ୍ସ W-ସିରିଜ୍‌ର ତିନୋଟି ନୂଆ ସ୍ମାର୍ଟଫୋନ୍‌ ବଜାରକୁ ଛାଡ଼ିଛି। ଏହି ଫୋନ୍‌ର ଦାମ ମଧ୍ୟ କମ୍‌ ରହିଛି। LG W11, LG W31 ଓ W31+କୁ ସିଙ୍ଗଲ୍‌ କଲର ଅପ୍ସନ ସହ ଲଞ୍ଚ କରିଛି କମ୍ପାନୀ।

W-ସିରିଜ୍‌ ସ୍ମାର୍ଟଫୋନର ବିକ୍ରି ଚଳିତ ମାସ ଆରମ୍ଭ ହେବ। LG W11 ଦାମ୍‌ ୯,୪୯୦ ଟଙ୍କା, LG W31ର ଦାମ୍‌ ୧୦,୯୯୦ ଓ LG W31+ ର ଦାମ ୧୧,୯୯୦ ଟଙ୍କା ରହିଛି।

ଏହି ୩ଟି ମଡେଲ୍‌ ଫୋନ୍‌ରେ ୬.୫୨ ଇଞ୍ଚ ଫୁଲ୍‌ଭିଜନ୍‌ ଡିସ୍‌ପ୍ଲେ ଥିବା ବେଳେ ରହିଛି ୪୦୦୦ ଏମଏଏଚ୍‌ ଦମଦାର ବ୍ୟାଟେରି। ଏଥି​‌ରେ ଆନଡ୍ରୋଏଡ୍‌ ସିଷ୍ଟମ ସହିତ ୨ ଜିଗାହର୍ଜ ଅକ୍ଟାକୋର ପ୍ରୋସେସର ରହିଛି। LG W11ରେ ୩ ଜିବି ରାମ୍‌ ଥିବା ବେଳେ ୩୨ ଜିବି ଇଣ୍ଟରନାଲ ମେମୋରି ରହିଛି। LG W31ରେ ୪ ଜିବି ରାମ୍‌ ଓ ୬୪ ଜିବି ଇଣ୍ଟରନାଲ୍‌ ମେମୋରି ଏବଂ LG W31+ରେ ୪ ଜିବି ରାମ୍‌ ସହ ୧୨୮ ଜିବି ଇଣ୍ଟରନାଲ୍‌ ମେମୋରି ଦିଆଯାଇଛି।

କ୍ୟାମେରା
LG W11- ୧୩ ଓ ୨ ମେଗାପିକ୍ସଲ୍‌ ଡୁଆଲ୍‌ ପ୍ରାଇମେରି କ୍ୟାମେରା ସହ ୮ ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ।

LG W31/ LG W31+-  ୧୩,୨ ଓ ୫ ଏମପି ଟ୍ରିପଲ୍‌ ରିୟର କ୍ୟାମେରା ଏବଂ ୮ ଏମପି ଫ୍ରଣ୍ଟ କ୍ୟାମେରା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.